ବିଦ୍ୟୁତ୍ ଆଘାତରେ ଚାଲିଗଲା ଯୁବକଙ୍କ ଜୀବନ।
କଟକ, ୨୧/୦୬ ( କାହୁଁ ଚରଣ ବାରିକ ) : ବିଦ୍ୟୁତ୍ ଆଘାତରେ ଚାଲିଗଲା ଯୁବକଙ୍କ ଜୀବନ। କଟକ ଷ୍ଟାଡିୟମ୍ ଛକରେ ଘଟିଛି ଏହି ଅଘଟଣ। ମୃତକ ହେଲେ କଟକ ଝୋଲା ସାହି ଅଞ୍ଚଳର ଶୁଭମ୍ ସାହୁ।ଖାଦ୍ୟ ଷ୍ଟଲ୍ ଖୋଲୁଥିବା ବେଳେ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଯାଇଥିଲେ। ବିଦ୍ୟୁତ୍ ବିଭାଗର ଅବହେଳା ରୁ ଯୁବକଙ୍କ ଜୀବନ ଚାଲି ଯାଇଥିବା ଅଭିଯୋଗ ହୋଇଛି।