Hot Posts

6/recent/ticker-posts

ଭବାନୀପାଟଣା ବ୍ଲକ ରିଷିଗାଁ ଗ୍ରାମପଞ୍ଚାୟତରେ ସରକାରଙ୍କ ଦୁଇ ବର୍ଷ ପୂର୍ତ୍ତି ଉପଲକ୍ଷେ ‘ହିତାଧିକାରୀ ସମ୍ମିଳନୀ’ ଓ ‘ସୁଭଦ୍ରା ଶକ୍ତି ସମାବେଶ’ ଅନୁଷ୍ଠିତ

ଭବାନୀପାଟଣା, ୨୨/୦୬ ( ବିଷ୍ଣୁ ଚରଣ ସ୍ୱାଇଁ ) : ଓଡ଼ିଶା ସରକାରଙ୍କ ସଫଳ ଶାସନର ଦୁଇ ବର୍ଷ ପୂର୍ତ୍ତି ଅବସରରେ ସାରା ରାଜ୍ୟରେ ଜାରି ରହିଥିବା "ବିକାଶର ଧାରା, ଓଡ଼ିଶା ସାରା" କାର୍ଯ୍ୟକ୍ରମ ଅନ୍ତର୍ଗତ କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ବ୍ଲକ ଅଧୀନସ୍ଥ ରିଷିଗାଁ ଗ୍ରାମପଞ୍ଚାୟତଠାରେ ଏକ ବୃହତ ସ୍ତରୀୟ ପଞ୍ଚାୟତ ହିତାଧିକାରୀ ସମ୍ମିଳନୀ ଏବଂ ‘ସୁଭଦ୍ରା ଶକ୍ତି ସମାବେଶ ଓ ସୁଭଦ୍ରା ଶକ୍ତି ସମ୍ବାଦ’ କାର୍ଯ୍ୟକ୍ରମ ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି। ମହିଳା ଓ ଶିଶୁ ବିକାଶ ବିଭାଗ, ମିଶନ ଶକ୍ତି ବିଭାଗ ଏବଂ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ, ଓଡ଼ିଶା ସରକାରଙ୍କ ମିଳିତ ଆନୁକୂଲ୍ୟରେ ଏହି ଭବ୍ୟ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଏହି ସମ୍ମିଳନୀରେ ମୁଖ୍ୟ ଅତିଥି ଭାବେ ମଧୁସୂଦନ ଶର୍ମା ଓ ସମ୍ମାନିତ ଅତିଥି ଭାବେ ପଂଚାୟତ ନିର୍ବାହୀ ଅଧିକାରୀ - ରିସାନ୍ତ ସାହୁ, ADEO - ଗୀତା ହରପାଲ, MBK - ଆକାଶୀ ପୋଡ ଓ ୱାର୍ଡ ସଭ୍ୟା - ସାଗରିକା ମହାନନ୍ଦ ଓ କେତକୀ ଶବର, ଓ ସମାଜସେବୀ ରାଜେଶ ଗୌଡ଼ ମଧ୍ୟ୍ୟ ଉପସ୍ଥିତ ଥିଲେ। ଏହି ଅବସରରେ ସ୍ଥାନୀୟ ଅଞ୍ଚଳର ବହୁ ସଂଖ୍ୟାରେ ମହିଳା, ମିଶନ ଶକ୍ତିର ସଦସ୍ୟା ଏବଂ ବିଭିନ୍ନ ସରକାରୀ ଯୋଜନାର ହିତାଧିକାରୀମାନେ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମରେ ମୁଖ୍ୟତଃ ବିଗତ ଦୁଇ ବର୍ଷ ମଧ୍ୟରେ ପଞ୍ଚାୟତ ସ୍ତରରେ ହୋଇଥିବା ପରିବର୍ତ୍ତନ ଏବଂ ବିକାଶମୂଳକ କାର୍ଯ୍ୟ, ଯେପରିକି ଗ୍ରାମୀଣ ଆବାସ ଯୋଜନା, ସ୍ୱଚ୍ଛ ପାନୀୟ ଜଳ ଯୋଗାଣ, ଏବଂ ଭିତ୍ତିଭୂମିର ଉନ୍ନତିକରଣ ଉପରେ ଆଲୋଚନା କରାଯାଇଥିଲା।
ଗ୍ରାମାଞ୍ଚଳର ପୁରାତନ ସ୍ଥିତିରେ କିଭଳି ବ୍ୟାପକ ସକାରାତ୍ମକ ପରିବର୍ତ୍ତନ ଆସିପାରିଛି, ତାହା ଉପସ୍ଥିତ ସମସ୍ତ ପ୍ରତିନିଧି ଏବଂ ଅଧିକାରୀମାନେ ଉପସ୍ଥାପନ କରିଥିଲେ। ଏହା ସହିତ ନାରୀ ସଶକ୍ତିକରଣକୁ ଆହୁରି ମଜବୁତ କରିବା ପାଇଁ ‘ସୁଭଦ୍ରା ଶକ୍ତି ସମାବେଶ’ ମାଧ୍ୟମରେ ମହିଳାମାନଙ୍କ ଅଧିକାର ଏବଂ ସେମାନଙ୍କ ପାଇଁ ଉଦ୍ଦିଷ୍ଟ ବିଭିନ୍ନ କଲ୍ୟାଣକାରୀ ଯୋଜନା ବିଷୟରେ ସଚେତନତା ସୃଷ୍ଟି କରାଯାଇଥିଲା। ମହିଳା ଓ ଶିଶୁମାନଙ୍କ ସୁରକ୍ଷା ତଥା ସହାୟତା ପାଇଁ ଉଦ୍ଦିଷ୍ଟ ବିଭିନ୍ନ ସରକାରୀ ଜରୁରୀକାଳୀନ ହେଲ୍ପଲାଇନ ନମ୍ବର ଯଥା- ଜରୁରୀକାଳୀନ ସେବା (୧୧୨), ଚାଇଲ୍ଡ ହେଲ୍ପ ଲାଇନ୍ (୧୦୯୮), ମହିଳା ସହାୟତା (୧୮୧), ସ୍ୱାସ୍ଥ୍ୟ ସେବା (୧୦୪) ଏବଂ ସାଇବର ସହାୟତା (୧୯୩୦) ବିଷୟରେ ସର୍ବସାଧାରଣଙ୍କୁ ଅବଗତ କରାଯାଇଥିଲା। ​ଏହି ସମ୍ମିଳନୀରେ ପଞ୍ଚାୟତର ଜନପ୍ରତିନିଧି, ସରକାରୀ କର୍ମଚାରୀ ଏବଂ ମିଶନ ଶକ୍ତିର ଅଧିକାରୀ, ପଞ୍ଚାୟତ ଅଧିକାରୀ, ସରପଞ୍ଚ କିମ୍ବା ବିଏଲଏଫ୍ (BLF) କର୍ମକର୍ତ୍ତା ଉପସ୍ଥିତ ଥିଲେ ମଞ୍ଚାସୀନ ରହି ସରକାରଙ୍କ ଜନହିତକର ଯୋଜନାଗୁଡ଼ିକୁ ପ୍ରତ୍ୟେକ ଯୋଗ୍ୟ ବ୍ୟକ୍ତିଙ୍କ ପାଖରେ ପହଞ୍ଚାଇବା ପାଇଁ ସଂକଳ୍ପ ପ୍ରକାଶ କରିଥିଲେ। ଶେଷରେ ହିତାଧିକାରୀମାନଙ୍କୁ ସେମାନଙ୍କ ପ୍ରାପ୍ୟ ଏବଂ ସହାୟତା ପ୍ରଦାନ କରାଯିବା ସହ କାର୍ଯ୍ୟକ୍ରମଟି ସାଙ୍ଗ ହୋଇଥିଲା।



କଳାହାଣ୍ଡି ଜିଲ୍ଲା ପ୍ରତିନିଧି ବିଷ୍ଣୁ ଚରଣ ସ୍ୱାଇଁ ଙ୍କ ରିପୋର୍ଟ