Hot Posts

6/recent/ticker-posts

ପାକନାଗାଁ ଗ୍ରାମରେ ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ସଂଖ୍ୟାଲଘୁ ସମ୍ପ୍ରଦାୟ ତଥା ରୋଷେୟା ଏବଂ ସେବାୟତ ସଙ୍ଘ ତରଫରୁ ବିଭିନ୍ନ ସମସ୍ୟା ନେଇ ଜିଲ୍ଲା ବୈଠକ ଅନୁଷ୍ଠିତ

ଫୁଲବାଣୀ, ୫/୬ ( ବାଳକୃଷ୍ଣ କହଁର ) : କନ୍ଧମାଳ ଜିଲ୍ଲା ଫୁଲବାଣୀ ନିକଟସ୍ଥ ପକନାଗାଁ ଗ୍ରାମରେ ଆଜି ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ବିଭାଗ ରାଜ୍ୟ ରୋଷେୟା ତଥା ସେବାୟତ ସଙ୍ଘ ତରଫରୁ ଆଜି କନ୍ଧମାଳ ଜିଲ୍ଲା ର ୧୨ ଟି ବ୍ଳକ ର ପ୍ରତି ସ୍କୁଲ କର୍ମଚାରି ମାନେ ଏକତ୍ରିତ ହୋଇ ଏକ ବୈଠକ ବସିଥିଲା। ଏହି ବୈଠକ ଟି ଜିଲ୍ଲା ସଭାପତି ସନ୍ତେଶ୍ୱର କହଁର ଙ୍କ ତତ୍ଵାବଧାନରେ ହୋଇଥିବା ବେଳେ ଜିଲ୍ଲା ର ସମସ୍ତ କାର୍ମଚାରୀ ମାନେ ଯୋଗଦେଇଥିଲେ। ସେଥିରେ ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରାଯାଇଥିଲା ସେଥି ମଧ୍ୟ୍ୟରୁ (1)ଦଶ ବର୍ଷ ରୁ କାର୍ଯ୍ୟ କରିଥିବା ରୋଷେୟା ଓ ସେବାୟତ ମାନଙ୍କୁ ସ୍ଥାଇ ନିଯୁକ୍ତି(2) ୧୩/୪/୧୯୯୩ ମସିହା ଠାରୁ ଗ୍ରୁପ ଡି ପଦବି କୁ ନେଇ ସ୍ଥାୟୀ କରାଯାଉ ନଚେତ ଯେ କୌଣସି ବିଭାଗ ରେ ନିଯୁକ୍ତି ଦିଆଯାଉ ( 3) କାର୍ଯ୍ୟରତ ସମୟରେ ମୃତ୍ୟୁ ବରଣ କଲେ ପରିବାର ମଧ୍ୟ୍ୟରୁ ଜଣକୁ ସ୍ଥାୟୀ ଚାକିରୀ କିମ୍ବା ୧୫ ଲକ୍ଷ ଟଙ୍କା ଅନୁକମ୍ପା ରାଶି ପ୍ରଦାନ କରାଯାଉ(4)ଦଶ ବର୍ଷ ରୁ କାର୍ଯ୍ୟରତ ଥିବା ସେବାୟତ ମାନଙ୍କୁ ୨୬୦୦୦ ଟଙ୍କା ବୃଦ୍ଧି କରାଯାଉ (5) ଦୌନିକ ୨୪ ଘଣ୍ଟା ପରିବର୍ତ୍ତେ ୮ ଘଣ୍ଟା ଡିଉଟି ଦିଆଯାଉ। ଏହିପରି ଦାବି ଗୁଡିକୁ ପୂରଣ କରିବା ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଙ୍କୁ ନିବେଦନ କରିଛନ୍ତି। ଯଦି ଏହି ଦାବି ଗୁଡିକ ପୂରଣ ନ କରନ୍ତି ତେବେ ଆଗାମୀ ଦିନରେ ରାଜ୍ୟସ୍ତରରେ ବୈଠକ କରି ଆନ୍ଦୋଳନ କରିବୁ ବୋଲି ଚେତାବନୀ ଦେଇଛନ୍ତି।କାର୍ଯ୍ୟକ୍ରମ କୁ ଜିଲ୍ଲା ସଭାପତି ସନ୍ତେଶ୍ୱର କହଁର ସମ୍ପାଦକ ଚକ୍ରପାଣି ଭୋଇ, ଉପସଭାପତି ଅଜିତ କୁମାର ଦିଗାଲ, ଚନ୍ଦ୍ର ବଗର୍ତ୍ତୀ, ଅଜିତ କହଁର ପରିଚାଳନା କରିଥିବା ବେଳେ ୧୨ ଟି ବ୍ଳକ ର ସଭାପତି, ସମ୍ପାଦକ, ରୋଷେୟା ଓ ସେବାୟତ ମାନେ ଉପସ୍ଥିତ ରହିଥିଲେ।


କନ୍ଧମାଳ ରୁ ଜିଲ୍ଲା ପ୍ରତିନିଧି ବାଳକୃଷ୍ଣ କହଁର ଙ୍କ ରିପୋର୍ଟ