ଖୁଣ୍ଟୁଣୀ ଜଙ୍ଗଲରେ ଅବକାରୀ-ବନ ବିଭାଗର ମିଳିତ ଚଢ଼ାଉ, ୩୦୮୦ ଲିଟର ଦେଶୀ ମଦ ଜବତ
କଟକ, ୦୫/୦୬ ( କାହୁଁ ଚରଣ ବାରିକ ) : କଟକ ଖୁଣ୍ଟୁଣୀ ଥାନା ଅନ୍ତର୍ଗତ ଡ଼ାଳୁଅ, କଂସର, ବାଉଁଶ ଟଙ୍ଗୋର,ସରସ୍ୱତୀପୁର ଓ ଖଣ୍ଡୁଆଳି ସଂରକ୍ଷିତ ଜଙ୍ଗଲରେ ଅବକାରୀ ବିଭାଗ ଖୁଣ୍ଟୁଣୀ ବନ ବିଭାଗ ସହିତ ଏକ ମିଳିତ ଚଡାଉ କରାଯାଇଥିଲା। ଉକ୍ତ ଚଡାଉରେ ସର୍ବମୋଟ ୩୦୮୦ ଲିଟର ଦେଶୀ ମଦ ,୨୧୮୭୫ ଲିଟର ମଦ ପ୍ରସ୍ତୁତ ନିମନ୍ତେ ବ୍ୟବହୃତ ହେଉଥିବା ଗୁଡ ପୋଚ ଉଦ୍ଧାର କରାଯାଇ ଘଟଣା ସ୍ଥଳରେ ନଷ୍ଟ କରାଯାଇଛି, ଏଥିସହିତ ଏକ ଦୁଇଚକିଆ ଗାଡ଼ି ଜବତ କରାଯାଇଛି ଏବଂ ଛଅ ଗୋଟି ମାମଲା ରୁଜୁ କରାଯାଇଛି ।