Hot Posts

6/recent/ticker-posts

ରେଳ ଟ୍ରାକ୍‌ରୁ ମହିଳାଙ୍କ ଖଣ୍ଡବିଖଣ୍ଡିତ ମୃତଦେହ ଉଦ୍ଧାର, ତଦନ୍ତ ଆରମ୍ଭ

ରାୟଗଡ଼ା  ୨୫/୦୬ ( ଭି. ଗୌରି ଶଙ୍କର ରାଓ ) : ରେଳବାଇ ଟ୍ରାକ୍ ରୁ ଜଣେ ମହିଳାଙ୍କ ମୃତ ଦେହ ଉଦ୍ଧାର କରିଛି ଜିଆରପି ପୁଲିସ । ରାୟଗଡା ସହରର ମଝିଘରିଆଣୀ ମନ୍ଦିର ନିକଟ ରେଳବାଇ ଦ୍ବିତୀୟ ଲେନ୍ ରେ ୫୫ବର୍ଷୀୟ ମହିଳା ଏମ୍.ଜୟଲକ୍ଷ୍ମୀଙ୍କ ଖଣ୍ଡବିଖଣ୍ଡିତ ମୃତ ଦେହ ଉଦ୍ଧାର କରାଯାଇଛି। ମୃତ ମହିଳା ଜଣକ ସହରର ନେହେରୁ ନଗର ଅଞ୍ଚଳର ବୋଲି ଜଣା ପଡିଥିବା ବେଳେ ଘଟଣାସ୍ଥଳରେ କିଛି ମେଡିସିନ୍ କୁ ଜିଆରପି ପୁଲିସ ଜବତ କରିଛି। ମୃତ ମହିଳା ଜୟଲକ୍ଷ୍ମୀ ଏବଂ ତାଙ୍କ ସ୍ବାମୀ ରାୟଗଡାରେ ରହୁଥିବା ବେଳେ ତାଙ୍କ ପୁଅଝିଅ ବାହାର ରାଜ୍ଯରେ ରହୁଥିଲେ। ତେବେ ତେବେ ମାନସିକ ଚାପରେ ସେ ଆତ୍ମହତ୍ୟା କରିଥାଇପାରନ୍ତି ବୋଲି ପୁଲିସ ଅନୁମାନ କରୁଛି। ଏନେଇ ଜିଆରପି ପୁଲିସ ମୃତକଙ୍କ ପରିବାରକୁ ସୂଚନା ଦେବା ସହ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।