କାଲିମେଳା ଥାନା ପକ୍ଷରୁ ଭେଙ୍କଟପାଲମ ପଞ୍ଚାୟତ ଅଂଚଳ ରେ ଗୁଣିଗାରେଡି ର ଅନ୍ଧ ବିଶ୍ୱାସ କୁ ପ୍ରତିରୋଧ କରିବା ପାଇଁ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି
ମାଲକାନଗିରି, ୦୫/୦୬ ( ନବଦୂତ ନ୍ୟୁଜ ) : ଆଜି ମାଲକାନଗିରି ଜିଲ୍ଲା ଭେଙ୍କେଟପାଲମ ପଞ୍ଚାୟତ ଅନ୍ତର୍ଗତ ମାଙ୍ଗୀପାଲି ଏବଂ ଭେଙ୍କଟ ପାଲମ ଗ୍ରାମରେ କାଲିମେଳା ପୋଲିସ ପକ୍ଷରୁ ଗୁଣି ଗାରେଡି ପ୍ରତି ଅନ୍ଧ ବିଶ୍ୱାସ ର ବଶବର୍ତ୍ତୀ ନ ହେବାପାଇଁ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି | ଏହି କାର୍ଯ୍ୟକ୍ରମ ରେ ମଞ୍ଚା ସୀନ ଅତିଥି ଭାବେ ମାଲକାନଗିରି ର ଉପଖଣ୍ଡ ପୋଲିସ ଅଧିକାରୀ ଦିବ୍ୟ ରଞ୍ଜନ ଦଳେଇ, କାଲିମେଳା ଥାନା ଭାରପ୍ରାପ୍ତ ଅଧିକାରୀ ପ୍ରଭୁଦତ୍ତ ବିଶ୍ୱାଳ, ପୂର୍ବତନ ବିଧାୟକ ମୁକୁନ୍ଦ ସୋଡି, କାଲିମେଳା ତହସିଲଦାର ଡ. ରାମକୃଷ୍ଣ ସତ୍ୟରାଜ ଗୁରୁ, ତହସିଲ ସୁପେରଭାଇଜର ଚିନା ରାଓ,କାଲିମେଳା ଅଂଚଳ ର ରାଜସ୍ବ ନିରୀକ୍ଷକ, ଗ୍ରାମର ମୁଖିଆ, ଗ୍ରାମ କମିଟି, ଗ୍ରାମର ଅଧିବାସୀ ପ୍ରମୁଖ ଉପସ୍ଥିତ ଥିଲେ | ସମସ୍ତ ମଞ୍ଚାସିନ ଅତିଥି ମାନେ ଗୁଣି ଗାରେଡି ପ୍ରତି ଅନ୍ଧବିଶ୍ୱାସ ନ କରିବା ପାଇଁ ଗ୍ରାମ ବାସୀ ଙ୍କୁ ସଚେତନତା କରାଇ ଥିଲେ
ମାଲକାନଗିରି ଜିଲ୍ଲା ପ୍ରତିନିଧି ଶ୍ରୀ ଶରତ ଚନ୍ଦ୍ର ଖରା ଙ୍କ ରିପୋର୍ଟ ନବଦୂତ ନ୍ୟୁଜ।