ରସୁଲପୁର ବ୍ଲକ ଅନ୍ତର୍ଗତ ବ୍ରହ୍ମବରଦା ଥାନାର ର ନୂତନ ଗୃହ ଲୋକାର୍ପିତ।
ଯାଜପୁର, ୦୫/୦୬ ( ନିରୋଜ କୁମାର ସେଠୀ ) : ଓଡ଼ିଶା ପୋଲିସ୍ ଗୃହ ବିଭାଗ ପକ୍ଷରୁ ନବନିର୍ମିତ ହୋଇଥିବା ରସୁଲପୁର ବ୍ଲକ ଅନ୍ତର୍ଗତ ବ୍ରହ୍ମବରଦା ଥାନାର ନୁତନ ନବ ନିର୍ମିତ ଅତ୍ୟାଧୁନିକ ଗୃହ ଆଭାସି ମାଧ୍ୟମରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଙ୍କ କର କମଳ ରେ ଲୋକାର୍ପିତ କରିଛନ୍ତି ଅତ୍ୟାଧୁନିକ ସୁବିଧା ପ୍ରଦାନ କରିବା ସହିତ ସୂତନ୍ତ ସହାୟତା କେନ୍ଦ୍ର,ପାନିୟ ଜଳ ପ୍ରକୋଷ୍ଠ ପ୍ରତୀକ୍ଷା ଗୃହ , ପୁଲିସ ଅଧିକାରୀ ମାନଙ୍କୁ ଅତ୍ୟାଧୁନିକ ଭିତ୍ତୀଭୁମି ମହିଳା ଓ ଶିଶୁ ବିକାଶ ସୁରକ୍ଷା ଏବଂ ଦୁର୍ବଳ ବର୍ଗର ଲୋକଙ୍କୁ ସମ୍ବେଦନ ଶିଳ ତାର ସହ ସହାୟତା ପ୍ରଦାନ କରିବା ଲୋକ ମାନଙ୍କର ଅଭିଯୋଗ ପ୍ରାଥମିକ ତା ଭିତ୍ତିରେ ସମାଧାନ କରିବା, ଆଇନ୍ ଶୃଙ୍ଖଳା ରକ୍ଷା କରିବା ସହିତ ସମାଜରେ ଚୋରୀ, ଅପରାଧ ପ୍ରବଣତା ରକ୍ଷା ହାସ କରିବା ଶାନ୍ତି ଶୃଙ୍ଖଳା ବଜାୟୀ ରଖିବା ଥାନାରେ ଦିବ୍ୟାଙ୍କ ମାନଙ୍କ ନିମନ୍ତେ ରାମ୍ପର ସୁବିଧା ରହି ଥିବାର ଲକ୍ଷ୍ୟ କରା ଯାଇଥିଲା। ଆଗାମୀ ଦିନରେ ପୋଲିସ ଓ ଜନ ସାଧାରଣଙ୍କ ମଧ୍ୟରେ ନିବିଡ଼ ସମ୍ପର୍କ ରହିବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ପୁରୀ ଜିଲ୍ଲା ତାଳ ବଣୀଆ ଠାରୁ ଭିଡିଓ କନଫରେନ୍ସ ମାଧ୍ୟମରେ କହିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ବ୍ରହ୍ମବରଦା ଥାନା ଅଧିକାରୀ ଜୟନ୍ତୀ ମଲ୍ଲିକ ଙ୍କ ତତ୍ତ୍ଵ ବୟାନରେ ଯାଜପୁର ଆରଖି ଅଧିକକ୍ଷ ୟଶପ୍ରତାପ ଶ୍ରାମାଲ ଯୋଗ ଦେଇ ନବ ନିର୍ମାଣ ଗୃହକୁ ଫିତା କାଟି ଉଦ୍ ଘାଟନ କରିଥିଲେ। ଗୃହକୁ ପ୍ରବେଶ କରୀ ରୁମ୍ ଗୁଡ଼ିକୁ ବୁଲି ଦେଖିଥିଲେ।ଏହି କାର୍ଯ୍ୟ କ୍ରମରେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଶୀତିକଣ୍ଟ କାନୁନଗୋ ଶଙ୍କର୍ଷଣ ଦଳାଇ, ରତିକାନ୍ତ ଗିରୀ, ଯାଜପୁର ରୋଡ଼ ଏସଡିପିଓ ଶରତ ଚନ୍ଦ୍ର ପାତ୍ର, ଗୁଇନ୍ଦା ବିଭାଗର ଅଧିକାରିଣୀ ପୁଷ୍ପ ଲତା ବାରିକ, ଡିଏସପି ଆଦିତ୍ୟ କୁମାର ସେଠୀ, ପାଣି କୋଇଲି ଡିପିଓ ଶିବ ଚରଣ ବେହେରା,ରିଜପ ଇନିସପେକ୍ଟର ଦିନେଶ ସାହୁ, ଧର୍ମଶାଳା ଥାନାଅଧି କାରିଣୀ ଚିନ୍ମୟୀ ସାହୁ ଉପସ୍ଥିତ ଥିଲେ, ବ୍ରହ୍ମବରଦା ଅଞ୍ଚଳର ବହୁ ବୁଦ୍ଧିଜୀବୀ ଅଂଶ ଗ୍ରହଣ କରିଥିଲେ।ଥାନାର କର୍ମଚାରୀ ମାନେ ସହଯୋଗ କରିଥିଲେ।