ବସ୍ତା ନିର୍ବାଚନ ମଣ୍ଡଳୀର ନବ ନିଯୁକ୍ତ ବିଜେଡି କାର୍ଯ୍ୟକର୍ତ୍ତାଙ୍କର ପୋଲିସ ଅଧିକାରୀଙ୍କ ସହ ସାକ୍ଷାତ : ସମ୍ବର୍ଦ୍ଧନା
ବାଲିଆପାଳ, ୧୦/୦୬ ( ସନ୍ୟାସୀ ବେହେରା ) : ତା 10/6/26ରିଖ ବସ୍ତା ନିର୍ବାଚନ ମଣ୍ଡଳୀ ବିଜେଡ଼ିର ନବ ନିଯୁକ୍ତ କାର୍ଯ୍ୟକାରିଣୀ ଅଧିକାରୀମାନେ ଜୁନ ୮ ତାରିଖ ସୋମବାର ଦିନ ବାଲିଆପାଳ ଥାନାରେ ବସ୍ତା ଏସ୍ ଡି ପି ଓ ସମର୍ଥ କୁମାର ବେହେରା ଓ ବାଲିଆପାଳ ଥାନା ଆଇ ଆଇ ସି ସଲଖାନ ମୁର୍ମୁଙ୍କ ସହ ସାକ୍ଷାତ କରିବା ସହ ତାଙ୍କୁ ଫୁଲତୋଡ଼ା ଦେଇ ସମ୍ବର୍ଦ୍ଧିତ କରିଥିଲେ । ସୂଚନା ଯୋଗ୍ୟ ଯେ ବିଜେଡିର ବରିଷ୍ଠ ଉପ ସଭାପତି ଦେବୀ ପ୍ରସାଦ ମିଶ୍ରଙ୍କ ପତ୍ର କ୍ରମାଙ୍କ ୧୯/୦୫/୫ବି/ବିଜେଡ଼ି /୨୦୨୬ ତାରିଖ ୨୯/୫/୨୦୨୬ ଅନୁସାରେ ବାଲିକୁଟିର ଦେବେନ୍ଦ୍ର ନାଥ ଗିରିଙ୍କୁ ସଭାପତି, ଜାମକୁଣ୍ଡାର ସ୍ମୃତି ରଞ୍ଜନ ଖୁଣ୍ଟିଆଙ୍କୁ କାର୍ଯ୍ୟ ବାହକ ସଭାପତି ଓ ବସ୍ତା ନୂଆଗାଁର ମହାଦେବ ଦାସଙ୍କୁ ବସ୍ତା ନିର୍ବାଚନ ମଣ୍ଡଳୀର ସଂଯୋଜକ ଭାବେ ନିଯୁକ୍ତ ହେବାପରେ ସେମାନେ ୫୦ରୁ ଅଧିକ କାର୍ଯ୍ୟକର୍ତ୍ତାଙ୍କ ସହ ବାଲିଆପାଳ ଥାନାରେ ଉପରୋକ୍ତ ଅଧିକାରୀଙ୍କ ସହ ସୌଜନ୍ୟମୂଳକ ସାକ୍ଷାତ କରିଥିଲେ । ପରେ ଦଳକୁ ସୁଦୃଢ କରିବା ତାଙ୍କ ଲକ୍ଷ୍ୟ ରହିବ ବୋଲି ସାମ୍ବାଦିକ ମାନଙ୍କୁ ଶ୍ରୀଯୁକ୍ତ ଦାସ କହିଛନ୍ତି।