ବାର୍ଦ୍ଧକୀୟ, ବିଧବା, ଭିନ୍ନକ୍ଷମ ଭତା ଟଙ୍କା ପ୍ରଦାନ ଓ ଅନ୍ୟାନ ଦାବି ନେଇ ଜିଲ୍ଲା କଂଗ୍ରେସ ପକ୍ଷରୁ ବିକ୍ଷୋଭ ଓ ଜିଲ୍ଲା ପାଳ ଙ୍କ ଜରିଆ ରେ ମୁଖ୍ୟମନ୍ତ୍ରୀ ଙ୍କୁ ସ୍ମାରକ ପତ୍ର ପ୍ରଦାନ.
ମାଲକାନଗିରି, ୧୦/୦୬ ( ଶରତ ଚନ୍ଦ୍ର ଖରା ) : ବାର୍ଦ୍ଧକୀୟ, ବିଧବା, ଭିନ୍ନକ୍ଷମ ଭତା ଟଙ୍କା ପ୍ରଦାନ ଓ ଅନ୍ୟାନ ଦାବି ନେଇ ଜିଲ୍ଲା କଂଗ୍ରେସ ପକ୍ଷରୁ ବିକ୍ଷୋଭ ଓ ଜିଲ୍ଲା ପାଳ ଙ୍କ ଜରିଆ ରେ ମୁଖ୍ୟମନ୍ତ୍ରୀ ଙ୍କୁ ସ୍ମାରକ ପତ୍ର ପ୍ରଦାନ କରାଯାଇଛି।ମାଲକାନଗିରି ଜିଲ୍ଲା ସମେତ ସାରା ଓଡ଼ିଶାରେ ଗତ ତିନି ମାସ ଧରି ବାର୍ଦ୍ଧକ୍ୟ ଭତ୍ତା, ଭିନ୍ନକ୍ଷମ ଭତ୍ତା ଓ ବିଧବା ଭତ୍ତା ହିତାଧିକାରୀଙ୍କ ଖାତାକୁ ଭତ୍ତା ରାଶି ପ୍ରଦାନ ନ ହେବା, ବିରୋଧରେ ଆଜି କଂଗ୍ରେସ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ମାଲକାନଗିରି ଜିଲ୍ଲା କଂଗ୍ରେସ ସଭାପତି ଜି.ଶ୍ରୀନିବାସ ରାଓଙ୍କ ନେତୃତ୍ୱରେ ଆଜି ମାଲକାନଗିରି ଠାରେ କଂଗ୍ରେସ କର୍ମୀ ଓ ଭତା ହିତାଧିକାରୀ ଏବଂ ସାଧାରଣ ଜନତାଙ୍କ ଦ୍ୱାରା କଂଗ୍ରେସ ଭଵନ ଠାରୁ ଶୋଭାଯାତ୍ରାରେ ବାହାରି ପୌରପରିଷଦ କାର୍ଯ୍ୟାଳୟ ଘେରାଉ କରି ବିକ୍ଷୋଭ ପ୍ରଦର୍ଶନ କରିଥିଲେ l ଦୀର୍ଘ ତିନି ମାସ ଧରି ଭତ୍ତା ବନ୍ଦ ରହିବା ଫଳରେ ବୃଦ୍ଧ, ଭିନ୍ନକ୍ଷମ ଓ ବିଧବା ହିତାଧିକାରୀମାନେ ଗୁରୁତର ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏହା ଗରିବ, ମଧ୍ୟବିତ୍ତ ଓ ଅସହାୟ ବର୍ଗ ପ୍ରତି ସରକାରଙ୍କ ଉଦାସୀନତାର ଏକ ଜ୍ୱଳନ୍ତ ଉଦାହରଣ ବୋଲି ଶ୍ରୀ ରାଓ ସୂଚନା ଦେଇଛନ୍ତି । ଏହି ଅବସରରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳ ଙ୍କ ଜରିଆରେ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଥିଲା। ଏକ ସପ୍ତାହ ମଧ୍ୟରେ ସମସ୍ତ ବକେୟା ଭତ୍ତା ପ୍ରଦାନ ଏବଂ ସାଧାରଣ ଜନତାଙ୍କ ସମସ୍ୟାର ତୁରନ୍ତ ସମାଧାନ ପାଇଁ ଦାବି ଉପସ୍ଥାପନ କରାଯାଇଥିଲା। ଭତ୍ତା କୌଣସି ଦୟା କିମ୍ବା ଭିକ ନୁହେଁ, ବରଂ ହିତାଧିକାରୀଙ୍କ ଅଧିକାର। ସରକାର ଯଦି ତୁରନ୍ତ ପଦକ୍ଷେପ ଗ୍ରହଣ ନ କରନ୍ତି, ତେବେ ଆଗାମୀ ଦିନରେ ଏହି ଆନ୍ଦୋଳନକୁ ସାରା ଓଡ଼ିଶାରେ ଅଧିକ ବ୍ୟାପକ ଓ ତୀବ୍ର କରାଯିବ ।ଏହି ବିକ୍ଷୋଭ ଶୋଭାଯାତ୍ରାରେ କଂଗ୍ରେସ ନେତା ସରୋଜ ପାତ୍ର, ପଦ୍ମ ପାଙ୍ଗି କେଶୁ ରାଓ, ପ୍ରାଣକୃଷ୍ଣ ମଣ୍ଡଳ, ପର୍ଶୁରାମ ଭକ୍ତ ଓ କଂଗ୍ରେସ କର୍ମୀଙ୍କ ସହ ଶତାଧିକ ହିତାଧିକାରୀ ଉପସ୍ଥିତ ଥିଲେ।
ମାଲକାନଗିରି ଜିଲ୍ଲା ପ୍ରତିନିଧି ଶ୍ରୀ ଶରତ ଚନ୍ଦ୍ର ଖରା ଙ୍କ ରିପୋର୍ଟ ନବଦୂତ ନ୍ୟୁଜ।