ବାହାଘର ଭୋଜି ଖାଇ ଫେରୁଥିବା ବେଳେ ଓଲଟିଲା ପିକଅପ ୬ଗୁରୁତର:ସମୁଦାୟ ୧୪ ଆହତ
ମ. ରାମପୁର, ୧୦/୦୬ ( ବିଷ୍ଣୁ ଚରଣ ସ୍ୱାଇଁ ) : କଳାହାଣ୍ଡି ଜିଲ୍ଲା ମ. ରାମପୁର ଥାନା ଅନ୍ତର୍ଗତ ମାଣିକେରା ଗ୍ରାମ ପଞ୍ଚାୟତ ରେ ଘଟିଛି ଏକ ମର୍ମନ୍ତୁଦ ଦୁର୍ଘଟଣା ରେ ଗୋଟିଏ ଗାଁ ର ୧୪ ଜଣ ଆହତ ହୋଇଛନ୍ତି | ଆହତ ସମସ୍ତେ ମହିଳା ହୋଇ ଥିବା ବେଳେ ଙ୍କ ମଧ୍ୟରୁ ୬ଗୁରୁତର ଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ସ୍ଥାନାନ୍ତର କରା ଯାଇଛି | ପ୍ରାପ୍ତ ସୂଚନା ମୁତାବକ ମାଣିକେରା ପଞ୍ଚାୟତ ର କାମରେଙ୍ଗ ଗାଁ ରୁ ଏକ ବାହାଘର ଭୋଜି ଖାଇ ଦେଢ଼ ଶୁଳି ପଞ୍ଚାୟତ ର କାଉ ପଦର ଠାରୁ ସନ୍ଧ୍ୟା ସମୟ ରେ ଫେରୁ ଥିବା ବେଳେ କାଉ ପଦର ଘାଟି ରେ ପିକଅପ ଗାଡି ଟି ଭାରସାମ୍ୟ ହରାଇ ଘାଟି ତଳକୁ ଓଲଟି ପଡି ଥିଲା | ଏହି ଦୁର୍ଘଟଣା ରେ କାମରେଙ୍ଗ ଗ୍ରାମ ର ଚୁମୁକି ମାଝୀ (୧୪), ବାସନ୍ତୀ ମାଝୀ (୪୮),ଯମୁନା ମାଝୀ (୧୬)
ବାଦୁଲି ମାଝୀ (୪୮),ନିରନ୍ତି ମାଝୀ (୬୫),ଲଟିଲି ମାଝୀ (୫୮)
ସୁବନ୍ତି ମାଝୀ (୪୮),ଫିରୋଜ ମାଝୀ (୩),ସଡ଼ିଲି ମାଝୀ (୫)
ଉତ୍ତମ ମାଝୀ(୬),ଜସ୍ମିନ ମାଝୀ(୧୧),ନିଟାଲୀ ମାଝୀ (୪୦)
ସୁଷମା ମାଝୀ(୧୭),ସୁମିତ୍ରା ମାଝୀ(୮) ଅଛନ୍ତି | ଏମାନଙ୍କ ମଧ୍ୟରୁ ୬ ଜଣ ଗୁରୁତର ଙ୍କୁ ଜିଲ୍ଲା ଚିକିତ୍ସାଳୟ କୁ ସ୍ଥାନାନ୍ତର କରା ଯାଇଛି | ମେଡିକାଲ ରେ ଜିଲ୍ଲା ପରିଷଦ ଅଧକ୍ଷ ପୁଷ୍ପେନ୍ଦ୍ର ସିଂହ ଦେଓ ପହଞ୍ଚି ସମସ୍ତ ଙ୍କୁ ସ୍ୱାସ୍ଥ୍ୟବସ୍ଥା ବୁଝିବା ସହ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସ୍ଥାନ୍ତନ୍ତର ରେ ସହଯୋଗ କରି ଥିଲେ |
କଳାହାଣ୍ଡି ଜିଲ୍ଲା ପ୍ରତିନିଧି ବିଷ୍ଣୁ ଚରଣ ସ୍ୱାଇଁ ଙ୍କ ରିପୋର୍ଟ