ରାୟଗଡାରେ ଆପ୍ର ସଦସ୍ୟତା ଅଭିଯାନ ଆରମ୍ଭ, ୧୫ ଜୁନ୍ ପର୍ଯ୍ୟନ୍ତ ଚାଲିବ କାର୍ଯ୍ୟକ୍ରମ
ରାୟଗଡ଼ା, ୦୫/୦୬ ( ଭି. ଗୌରି ଶଙ୍କର ରାଓ ) : ଆଜି ତା:-05/06/2026 ରିଖ ଶୁକ୍ରବାର ଦିନ ସକାଳ ୧୧ ଘଣ୍ଟା ସମୟରେ ଆପ୍ ର ଜିଲ୍ଲା କାର୍ଯ୍ୟଳୟ ଠାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଅଛି। ଏହି ସାମ୍ବାଦିକ ସମ୍ମିଳନୀ ରେ ରାଜ୍ୟ ସଂଙ୍ଗଠନ ସଂପାଦକ ତଥା ରାୟଗଡା ଜିଲ୍ଲା ସଭାପତି ଶ୍ରୀଯୁକ୍ତ ଜନ୍ମେଜୟ ସ୍ଵାଇଁ ତାଙ୍କର ମତ ପରିପ୍ରକାଶ କରି କହିଥିଲେ:- ଆପ୍ ର ରାଷ୍ଟ୍ରୀୟ ଆବାହକ ଶ୍ରୀଯୁକ୍ତ ଅରବିନ୍ଦ କେଜ୍ରିୱାଲଙ୍କ ନିର୍ଦ୍ଦେଶକ୍ରମେ ଏବଂ ରାଜ୍ୟ ସଭାପତି ଶ୍ରୀଯୁକ୍ତ ନିଶିକାନ୍ତ ମହାପାତ୍ର ଙ୍କ ନେତୃତ୍ୱରେ ସାରା ଓଡ଼ିଶାରେ ୧୪୭ ବିଧାନ ସଭା ରେ ପାର୍ଟି ର ସଦସ୍ୟତା ଅଭିଯାନ ଜୁନ୍ ୧ ରୁ ୧୫ ର୍ଯ୍ୟନ୍ତ ଚାଲୁରହିଵ। ଶ୍ରୀ ଜନ୍ମେଜୟ ସ୍ଵାଇଁ କହିଥିଲେ ବର୍ତ୍ତମାନ ଅରବିନ୍ଦ କେଜ୍ରିୱାଲଙ୍କ ଫୋକସ୍ ରେ ଓଡ଼ିଶା। କେଜ୍ରିୱାଲ ଙ୍କ ନିର୍ଦ୍ଦେଶ ରେ କେନ୍ଦ୍ର ରୁ ଓଡ଼ିଶାର ପ୍ରଭାରୀ ଶ୍ରୀଯୁକ୍ତ ବିରେନ୍ଦ୍ର ସିଂ କାଡିଆନ୍ ଙ୍କ ସହ ୫ ଜଣ ସହ -ପ୍ରଭାରୀ ଓଡ଼ିଶାର ଦାୟିତ୍ଵ ନେଇଛନ୍ତି। ଓଡ଼ିଶାରେ ବର୍ତ୍ତମାନ ପ୍ରତ୍ୟେକ ବିଧାନସଭା କ୍ଷେତ୍ରରେ ସଂଙ୍ଗଠନ କାର୍ଯ୍ୟ ଜୋରସୋରରେ ଆଗେଇ ଚାଲିଛି। ଆଜି ଠାରୁ ରାୟଗଡା ଜିଲ୍ଲାର ୩ ଟି ବିଧାନ ସଭା,୧୮୨ ପଞ୍ଚାୟତ, ୧୧ଟି ବ୍ଲକ, ମ୍ୟୁନିସିପାଲଟି, ଏନଏସି, ୱାର୍ଡ ରେ ଆପ୍ ରାୟଗଡା ର ସମସ୍ତ କର୍ମ କର୍ତ୍ତା ମାନେ ସଦସ୍ୟ ତା ଆରମ୍ଭ କରିବେ । ଏବଂ ଆପ୍ ର ଶିକ୍ଷା, ସ୍ବାସ୍ଥ୍ୟ, ବିଜୁଳି,ପାଣି ଓ ରୋଜଗାର ମଡେଲ ଘରେ ଘରେ ପହଞ୍ଚାଈଵେ। ପାର୍ଟି ପକ୍ଷରୁ ଜାରି ହୋଇଥିବା miss call Number 9938710101 ଏହି ନମ୍ବର ରେ ମିସ୍ କଲ୍ ଦିଅନ୍ତୁ। ଆମ ପ୍ରତିନିଧି ଆପଣଙ୍କ ସହ ସମ୍ପର୍କ କରିବେ।କାର୍ଯ୍ୟକ୍ରମରେ ଆଦିବାସି ମୋର୍ଚ୍ଚା ସଭାପତି ଶ୍ରୀଯୁକ୍ତ ଟି ସଂଗନା, ସାଧୁରାମ ନାଏକ, ସୁନ୍ଦର କାଡ୍ରାକା, ସନ୍ତୋଷ ପାଇକ, ଆଜେସ ବାଚିଲି, ଜୁନେଶ କୌଶଲ୍ୟା, ବି, ଜଗଦୀଶ କୁମାର, ଏବଂ ଦଳର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ।