Hot Posts

6/recent/ticker-posts

ରାସ୍ତା ପାଇଁ ସୀମାନ୍ତବାସୀଙ୍କ ଆକୁଳ ଦାବି, “ଆମକୁ ଆନ୍ଧ୍ରରେ ମିଶାଇଦିଅ”

ରାୟଗଡ଼ା, ୦୫/୦୬ ( ଭି. ଗୌରି ଶଙ୍କର ରାଓ ) : ଆଙ୍କର-ସୀମାନ୍ତରେ ଅବାଧ ଭାବେ ପ୍ରବେଶ କରି ରାସ୍ତା ନିର୍ମାଣ କରିଛି ଆନ୍ଧ୍ର ପ୍ରଶାସନ। ହେଲେ ରାସ୍ତା ପାଇଁ ଦୀର୍ଘ ଦିନର ଦାବି ସତ୍ତ୍ବେ ଓଡିଶା ସରକାର ମାନୁ ନାହିଁ । ଓଡିଶା ସୀମାରେ ପସି ଏମ୍ପଲୱାଲସା ଠାରେ ପ୍ରାୟ 4ଶହ 50 ମିଟର ପିଚୁ ରାସ୍ତା କରିଛି ଆନ୍ଧ୍ର ପ୍ରଶାସନ। ଏହି ରାସ୍ତା କାର୍ଯ୍ୟକୁ ଓଡିଶାରେ ରହୁଥିବା ଗ୍ରାମବାସୀ ସ୍ବାଗତ କରିଥିବା ବେଳେ, ଅଧାରୁ ରାସ୍ତା ନିର୍ମାଣ ବନ୍ଦ ହୋଇଛି। ତେବେ ଓଡିଶା ଲୋକଙ୍କ ବାରମ୍ବାର ଦାବି ସତ୍ତ୍ବେ ପକ୍କା ରାସ୍ତା ହେଉ ନ ଥିବା ଯୋଗୁଁ, ଗ୍ରାମବାସୀ ଆମକୁ ଆନ୍ଧ୍ରରେ ମିଶାଇଦିଅ ବୋଲି ପ୍ରଶାସନକୁ ଗୁହାରୀ କରିଛନ୍ତି । ଆସନ୍ତୁ ଦେଖିବା ଆନ୍ଧ୍ର-ଓଡିଶା ସୀମାରୁ ଫୋକସ ପ୍ଲସ ନିୟୁଜ୍ ର ବିଶେଷ ଉପସ୍ଥାପନା...। ସୀମାନ୍ତରେ ଓଡିଶା ଲୋକଙ୍କୁ ପ୍ରଲୋଭିତ କରୁଛି ଆନ୍ଧ୍ର ପ୍ରଶାସନ । କେତେବେଳେ ସ୍ବାସ୍ଥ୍ୟସେବା ଆଉ ଆଧାର କାର୍ଡ ବନାଇବା ପାଇଁ ଉସୁକାଉଛି ତ ଆଉ କେତେବେଳେ ରାସ୍ତା ନିର୍ମାଣ କରି ଆଦିବାସୀଙ୍କ ମନରେ ଜିତିବାକୁ ଉଦ୍ୟମ କରୁଛି । ଇଏ ହେଉଛି ଓଡିଶା-ଆନ୍ଧ୍ର ସୀମାନ୍ତର ଏମ୍ପୁଲୁୱାଲାସା ଗ୍ରାମ । ଗ୍ରାମର ଏକ କିଲୋମିଟର ଦୁରରେ ରହିଛି ଆନ୍ଧ୍ର ମାନ୍ୟମ ଜିଲ୍ଲାର ପଡୁଗୁୱାଲସା। ପଡୁଗୁୱାଲସାରେ ସବୁ ଠିକ୍ ଠାକ୍, ହେଲେ ଓଡିଶା ସୀମାନ୍ତରେ ବସବାସ କରୁଥିବା ଲୋକେ ବିକାଶର ସ୍ବପ୍ନ ଦେଖୁଛନ୍ତି । ଭଲଭାବେ ଦେଖନ୍ତୁ ଏହି ରାସ୍ତାକୁ । ଆନ୍ଧ୍ରର ପଡୁଗୁୱାଲସାରୁ ଓଡିଶାର ଏମ୍ପୁଲୁୱାଲସା ମଧ୍ୟରେ ରାସ୍ତା ନିର୍ମାଣ ହୋଇଛି । ଆନ୍ଧ୍ର ପ୍ରଶାସନ ବିନା ଅନୁମତିରେ ଓଡିଶା ସୀମାନ୍ତରେ ପ୍ରବେଶ ପ୍ରାୟ 4ଶହ 50 ମିଟର ପିଚୁରାସ୍ତା ନିର୍ଣାଣ କରିଛି। ଏହି ରାସ୍ତା ନିର୍ମାଣକୁ ରାୟଗଡା ପ୍ରଶାସନ ଗତ 2 ବର୍ଷ ତଳେ ଅଧାରୁ ବନ୍ଦ କରିଛନ୍ତି ସତ,ହେଲେ ପ୍ରଶାସନର ଏହି କାର୍ଯ୍ୟକୁ ଏମ୍ପୁଲୁୱାଲସା ଗ୍ରାମବାସୀ ନାପସନ୍ଦ କରିଛନ୍ତି । କାରଣ, ଓଡିଶାର ସୀମାରେ ପକ୍କା ରାସ୍ତା ନିର୍ମାଣ ପାଇଁ ଗ୍ରାମବାସୀ ଅନେକ ଥର ଜିଲ୍ଲା ପ୍ରଶାସନର ଦ୍ବାରସ୍ଥ ହୋଇଥିଲେ ମଧ୍ୟ ଲୋକଙ୍କ ସମସ୍ୟାକୁ ପ୍ରଶାସନ ଗୁରୁତ୍ବ ଦେଇନଥିବା ଅଭିଯୋଗ ହୋଇଛି। ବିଶେଷ କରି ବର୍ଷା ଦିନେ ଏମ୍ପୁଲୁୱାଲସା ଗ୍ରାମବାସୀ ନାହିଁନଥିବା ଅସୁବିଧା ଭୋଗୁଥିବା ବେଳେ ,ସ୍ବାସ୍ଥ୍ୟସେବା ଓ ସରକାରୀ ଯୋଜନାକୁ ନେଇ ଚିନ୍ତାରେ ପଡୁଛନ୍ତି ଲୋକେ। ତେବେ ରାଜ୍ୟ ସରକାର ସରକାରୀ ସୁବିଧା ଯୋଗାଇ ନଦେଲେ ଆମକୁ ଆନ୍ଧ୍ରରେ ମିଶାଇଦିଅ ବୋଲି ଲୋକ ଓଡିଶା ସରକାରଙ୍କୁ ନିବେଦନ କରିଛନ୍ତି । ଆନ୍ଧ୍ର ଅଧିକାରୀ ମାନେ ରାସ୍ତା ଓଡିଶାର ରାସ୍ତା ନିର୍ମାଣ କରିବା ପାଇଁ ଆନ୍ଧ୍ରର ରେବା ଓ ପଡୁଗୁୱାଲସା ଏବଂ ଓଡିଶାର ବୋରହାଲୁଆ ଓ ଏମ୍ପଲୱାଲସା ଆସି ମାପଚୁପ କରିଥିଲେ । ଓଡିଶା ସରକାରଙ୍କ ଠାରୁ ସୁବିଧା ସୁଯୋଗ ନପାଇଁ ଆନ୍ଧ୍ର ପ୍ରଶାସନ ଆଡକୁ ଢଳିଥିଲେ ସୀମାନ୍ତର ଲୋକେ । ରାସ୍ତା ନିର୍ମାଣ କଲା ଆନ୍ଧ୍ର ଓ ପରେ ନିର୍ମାଣ କାର୍ଯ୍ୟକୁ ବନ୍ଦ କରିଥିଲା ରାୟଗଡା ପ୍ରଶାସନ । ହେଲେ ଉକ୍ତ ସମୟରେ ପକ୍କା ରାସ୍ତା ନିର୍ମାଣ କରିବା ପାଇଁ ରାୟଗଡା ପ୍ରଶାସନ ସୀମାନ୍ତର ବାସିନ୍ଦାଙ୍କୁ ପ୍ରତିଶ୍ରୁତି ଦେଇଥିଲେ ସୁଦ୍ଦା ଏଯାଏଁ ରାସ୍ତା ନିର୍ମାଣ ହୋଇପାରିଲା ନାହିଁ । ଯାହାକୁ ନେଇ ଓଡିଶା ସୀମାରେ ବସବାସ କରୁଥିବା ଲୋକେ ଧିରେ ଧିରେ ଆନ୍ଧ୍ର ଆଡକୁ ଢଳୁଛନ୍ତି । ଅନ୍ୟପଟେ ସ୍ଥିତି ଅନୁଧ୍ୟାନ କରାଯାଇ ତୁରନ୍ତ ସୀମାନ୍ତବାସୀଙ୍କୁ ସମସ୍ତ ପ୍ରକାର ସୁବିଧା ଯୋଗାଇ ଦିଆଯିବ ବୋଲି ରାୟଗଡା ଅତିରିକ୍ତ ଜିଲ୍ଲାପାଳ ସୂଚନା ଦେଇଛନ୍ତି । ଓଡିଶା ସୀମାରେ ବସବାସ କରୁଥିବା ଆଦିବାସୀଙ୍କ ରହିଛି ଅନେକ । ଆଉ ପକ୍କା ରାସ୍ତା ନିର୍ମାଣ ବିନା ସୀମାରେ କେମିତି ବିକାଶ ସମ୍ଭବ ହେବ ବୋଲି ଲୋକେ ପ୍ରଶ୍ନ କରିଛନ୍ତି ।