ବାଲିଆପାଳ, ୨୦/୦୬ ( ସନ୍ୟାସୀ ବେହେରା ) : ଆଜି ବାଲିଆପାଳ ପଂଚାୟତ ସମିତି ସଭାଗୃହ ସମ୍ମୁଖରେ ଆଜିର ଓଡିଶା ସରକାରଙ୍କ ଦୁଇ ବର୍ଷ ଓ କେନ୍ଦ୍ର ସରକାରଙ୍କ 12 ବର୍ଷ ପୂର୍ତ୍ତୀ ନିମନ୍ତେ ବିକାଶ ଧାରା ଓଡିଶା ସାରାରେ କୃଷି ଓ କୃଷକ ସମ୍ଭନ୍ଧୀୟ ପ୍ରାକୃତିକ, ପ୍ରଗତିଶୀଳ କୃଷି ଆଲୋଚନା ଓ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି |ବୈଠକରେ ବ୍ଲକର ସହକାରୀ କୃଷି ଅଧିକାରୀ ରଂଜିତା ପାତ୍ର ପୌରହିତ୍ୟ କରିଥିବା ବେଳେ BDO ରାଧା ରଞ୍ଜନ ଦାସ ମୁଖ୍ୟ ଅତିଥି, ବୈଜ୍ଞାନିକ ଡ଼ଃ ପ୍ରଭା ମଞ୍ଜରୀ ଗିରି ମୁଖ୍ୟ ବକ୍ତା, ଓ ସହକାରୀ ମତ୍ସ ଅଧିକାରୀ, ସହକାରୀ VS ସମ୍ମାନିତ ଅତିଥି ରୂପେ ମଂଚାସୀନ ହୋଇଥିଲେ |GPDO ପ୍ରିୟ ବ୍ରତ ଗିରି ମଞ୍ଚ ଆହ୍ୱାନ କରିଥିଲେ |ବାଲିଆପାଳର 28ପଞ୍ଚାୟତରୁ ଶତାଧିକ କୃଷକ ଓ ମହିଳା ଯୋଗ ଦେଇଥିଲେ ଅତିଥି ମାନେ ଧାନ ଚାଷ, ପାନ, ମୀନ, ଗାଈ, କୁକୁଡ଼ା, ମାଛ ଚାଷ ସମ୍ଭଧୀୟ ଆଧୁନିକ ଉପାୟରେ କିପରି ହୋଇପାରିବ ବୁଝାଇଥିଲେ |ବ୍ଲକର ସଫଳ ଚାଷୀ ସୃଷ୍ଟିଧର ପରିଡା କିପରି ଏକ ସଙ୍ଗରେ ମୀନ, ଧାନ, ପାନ, ଛେଳି, କୁକୁଡ଼ା ଓ ମାଛ ଚାଷ କରି ହଜାର ହଜାର ଟଙ୍କା ଆୟ କରି ପାରିଛି, ତାର ଉଦାହରଣ ବଖାଣି ଥିଲେ |