Hot Posts

6/recent/ticker-posts

ଆସନ୍ତା ଆନ୍ତର୍ଜାତିକ ଯୋଗ ଦିବସ ପାଳନ ନିମନ୍ତେ ଅଖିଳ ଭୂ ମଣ୍ଡଳୀୟ ମୁନି ଯୋଗାଶ୍ରମରେ ପ୍ରସ୍ତୁତି ବୈଠକ

ବାଲିଆପାଳ, ୨୦/୦୬ ( ସନ୍ୟାସୀ ବେହେରା ) : ବାଲିଆପାଳ ବ୍ଲକ ସ୍ଥିତ ଅଖିଳ ଭୁମଣ୍ଡଳୀୟ ମୁନି ଯୋଗ ଆଶ୍ରାମରେ ଆସନ୍ତା ଆନ୍ତର୍ଜାତିକ ଯୋଗ ଦିବସ ପାଳନ ନିମନ୍ତେ ମୁନିରାଜ ସନ୍ନ୍ୟାସୀ ଜେନାଙ୍କ ପୌରହିତ୍ୟରେ ଏକ ପ୍ରସ୍ତୁତି ବୈଠକ ହୋଇ ଯାଇଛି |ବୈଠକ ଆରମ୍ଭରେ ଓଁ ଉଚ୍ଚାରଣ କରା ଯାଇଥିଲା ଯୋଗୀ ଜନ୍ମେଞ୍ଜୟ ସାହୁ, ଯୋଗୀ ହରେକୃଷ୍ଣ ଗଙ୍ଗାଇ ଯୋଗର ଉପକାରିତା, ବିଭିନ୍ନ ଆସନ ମାଧ୍ୟମରେ ବୁଝାଇ ଥିଲେ |ମୁନି ଡ଼ଃ ସୁବ୍ରତ କୁମାର ସାହୁ ଯୋଗ କିପରି ବିଜ୍ଞାନ ଓଁ ବିଭିନ୍ନ ଚିକିତ୍ସା ସହିତ ଜଡିତ ପ୍ର୍ରବଚନ ମାଧ୍ୟମରେ ବୁଝାଇଥିଲେ | ମୁନି ବହ୍ନିଶିଖା ଭଦ୍ରା, ସାଧକ ଡ଼ଃ ସନ୍ନ୍ୟାସୀ ବେହେରା, ଗୀତାରାଣୀ ବିଶ୍ୱାଳ ପରିଚାଳନା କରିଥିଲେ ଓ ଆସନ୍ତା କାଲି 21,,june ଆନ୍ତର୍ଜାତିକ ଯୋଗ ଦିବସ ପାଇଁ ବହୁଳ ସଂଖ୍ୟାରେ ଯୋଗ ଦେବାକୁ ମୁନିରାଜ ସନ୍ନ୍ୟାସୀ ଜେନା ଅନୁରୋଧ କରିଥିଲେ |