ବିଜେପି ପକ୍ଷରୁ ଉଠା ଜଳସେଚନ ଚାଷୀଙ୍କ ସମସ୍ୟାର ସମାଧାନ ସୁନିଶ୍ଚିତ ନେଇ ଚାଷୀ ସମାବେଶ
କୋକସରା, ୦୧/୦୬ ( ରିତେଶ କୁମାର ମୁଣ୍ଡ ) : ରୁପେନ୍ଦ୍ର ସୁନାନୀ: ବିଜେପି ପକ୍ଷରୁ ଧର୍ମଗଡ ବିଧାୟକ ଶ୍ରୀଯୁକ୍ତ ସୁଧୀର ରଞ୍ଜନ ପାଟଯୋଶୀଙ୍କ ସହ ବିଜେପି କର୍ମକର୍ତ୍ତା କଳାହାଣ୍ଡି ଜିଲ୍ଲା, କୋକସରା ବ୍ଲକର ଡହଗାଁ, ଡଙ୍ଗରିଗୁଡା, ଫୁପଗାଁ, ଓଲମା ଗସ୍ତ କରି ମେଗା ଉଠା ଜଳସେଚନ ପ୍ରକଳ୍ପ ଚାଷୀ ମାନଙ୍କ ସହ ଧାନ ବିକ୍ରି ପାଇଁ ଟୋକନ ସମସ୍ୟା ନେଇ ଆଲୋଚନା କରିଛନ୍ତି। ଦୀର୍ଘ ଦିନ ହେଲା ମେଗା ଉଠା ଜଳସେଚନ ପ୍ରକଳ୍ପ ଚାଷୀ ଧାନ ବିକ୍ରି କରିବା ପାଇଁ ନାନା ସମସ୍ୟାର ସମ୍ମୁଖୀନ ହେବାରୁ କୋକସରା ରାଜ ରାସ୍ତା ଅବରୋଧ କରି ଧାରଣାରେ ବସିବା ସହ ଜିଲ୍ଲାପାଳ କାର୍ଯ୍ୟାଳୟ ମଧ୍ୟ ଘେରାଉ କରିଥିଲେ। ପରେ ଜିଲ୍ଳା ପ୍ରଶାସନ ପକ୍ଷରୁ ଜିଲ୍ଲାପାଳ ମଧ୍ୟ ଧାରଣା ସ୍ଥଳକୁ ଆସି ଚାଷୀ ମାନଙ୍କ ସହ ଆଲୋଚନା କରିଥିଲେ। କିନ୍ତୁ ଚାଷୀ ମାନଙ୍କ ସମସ୍ୟାର ସମାଧାନ ହୋଇ ପାରି ନ ଥିଲା। ସେ କିଛି ଦିନ ମଧ୍ୟରେ ଏ ସମସ୍ୟାର ସମାଧାନ କରିବାକୁ ପ୍ରତିଶ୍ରୁତି ଦେଇଥିଲେ। ଧର୍ମଗଡ ବିଧାୟକ ଶ୍ରୀଯୁକ୍ତ ସୁଧୀର ରଞ୍ଜନ ପାଟଯୋଶୀ ମଧ୍ୟ ଚାଷୀଙ୍କ ସମସ୍ୟା ନେଇ ସରକାରଙ୍କ ସହ ଆଲୋଚନା କରି ଚାଷୀଙ୍କ ସମସ୍ୟା ସମ୍ବଳିତ ଦାବୀପତ୍ର ସରକାରଙ୍କୁ ପ୍ରଦାନ କରିଥିଲେ। ସରକାରଙ୍କ ପକ୍ଷରୁ ଅତି କମ୍ ଦିନ ମଧ୍ୟରେ ଚାଷୀଙ୍କ ସମସ୍ୟାର ସମାଧାନ କରାଯିବାର ପ୍ରତିଶ୍ରୁତି ମିଳିବା ପରେ ଆଜି ବିଜେପି ପକ୍ଷରୁ କୋକସରା ବ୍ଲକର ଡହଗାଁ, ଡ଼ଙ୍ଗରିଗୁଡା, ଫୁପଗାଁ ଏବଂ ଓଳମା ଗ୍ରାମ ଗସ୍ତ କରି ଚାଷୀ ମାନଙ୍କ ସହ ସିଧା ସଳଖ ଆଲୋଚନା କରିବା ସହ ଚାଷୀ ସମାବେଶ ମାଧ୍ୟମରେ ଖୁସି ଖବର ଦେଉଛନ୍ତି। ଏହି ଚାଷୀ ସମାବେଶରେ ଧର୍ମଗଡ ବିଧାୟକ ସୁଧୀର ରଞ୍ଜନ ପାଟଯୋଶୀଙ୍କ ସହ ମୋଟେର ମଣ୍ଡଳ ସଭାପତି ଧର୍ମବ୍ରତ ପଣ୍ଡା, ବିଜେପି ଜିଲ୍ଲା ସାଧାରଣ ସମ୍ପାଦକ ହିମାଂଶୁ ପଣ୍ଡା, ଡହଗାଁ ଗୋନ୍ତିଆ ବଳରାମ ପୁଝାରୀ, କୃଷକ ମୋର୍ଚ୍ଚା ସାଧାରଣ ସମ୍ପାଦକ ଦିନେଶ ରାଉତ, ଏସ ଡି ସି ଚେୟାରମେନ ବିଜୟ ଦିଶାରି,ଚାଷୀ ନେତା ଅର୍ଜୁନ ନାଏକ,ଘନଶ୍ୟାମ ନାଏକ, ବିରଞ୍ଚି ପଣ୍ଡା, ଶାନ୍ତନୁ ପଣ୍ଡା, ଦୁର୍ଜନ ପଟେଲ, ମୋଟେର ମଣ୍ଡଳ ସାଧାରଣ ସମ୍ପାଦକ ରାଧେଶ୍ୟାମ ଗୋପାଲ, କମଳ ଲୋଚନ ଦଳପତି, ଭୂପେନ୍ଦ୍ର ଗୋପାଲ, ପ୍ରିୟବ୍ରତ ପଣ୍ଡା, ଅଚ୍ୟୁତାନନ୍ଦ ନାଏକ, ଉଜ୍ଵଲା କେତକୀ, ପ୍ରତିମା ପୂଝାରୀ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ସାମିଲ୍ ରହିଥିଲେ। ଏହି ସମସ୍ତ କାର୍ଯ୍ୟକ୍ରମକୁ ସୁଜିତ୍ ସିଂ ରାଜପୁତ ପରିଚାଳନା କରିଥିବା ବେଳେ ଉପସ୍ଥିତ ବିଜେପି ସଦସ୍ୟ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।