Hot Posts

6/recent/ticker-posts

ପଠାଣି ସାମନ୍ତ ପରୀକ୍ଷାରେ ଛାତ୍ର, ଛାତ୍ରୀଙ୍କ କୃତିତ୍ୱ

ବରୀ, ୧୭/୦୬ ( ରଂଜିତ ମହାନ୍ତି ) : ଶିକ୍ଷାଦାନ କରୁଥିବା ଶିକ୍ଷକ ଏବଂ ଛାତ୍ରୀ ଛାତ୍ର ମନଙ୍କ ମଧ୍ୟରେ ଉତ୍ତମ ସମନ୍ୱୟ ରହୀ ପାରିଲେ ଜଣେ ଛାତ୍ରୀ କିମ୍ବା ଛାତ୍ର ଶିକ୍ଷା କ୍ଷେତ୍ରରେ କୃତିତ୍ୱ ଅର୍ଜନ କରି ପାରିବ। ଯାହାର ନିଛକ ଉଦାହରଣ ଦେଖିବାକୁ ମିଳିଛି ଇଶାଣପୁର ଉନ୍ନୀତ ମଧ୍ୟ ଇଂରାଜୀ ବିଦ୍ୟାଳୟରେ। ଏହି ବିଦ୍ୟାଳୟର ଛାତ୍ରୀ ହରପ୍ରିୟା ମହାନ୍ତି ଏବଂ ଛାତ୍ର ଅମିତାନ୍ସୁ ସାହୁ ପଠାଣି ସାମନ୍ତ ପରୀକ୍ଷାରେ କୃତିତ୍ୱ ଅର୍ଜନ କରିଛନ୍ତି। ଉଭୟ ଛାତ୍ରୀ ଓ ଛାତ୍ର ସେମାନଙ୍କ ସଫଳତା ପଛରେ ମା ବାପାଙ୍କ ଆଶିର୍ବାଦ ଶିକ୍ଷକ ଓ ଶିକ୍ଷୟତ୍ରୀଙ୍କ ଉତ୍ତମ ଶିକ୍ଷାଦାନ ଯୋଗୁଁ ସଫଳତା ପାଇ ପାରିଛନ୍ତି ବୋଲି ମତ ରଖିଛନ୍ତି। ବିଶେଷକରି ଏହି ବିଦ୍ୟାଳୟର ସହକାରୀ ଶିକ୍ଷକ ଦଶରଥ ଦାସଙ୍କର ପ୍ରେରଣା ଏବଂ ଉତ୍ତମ ଶିକ୍ଷା ପ୍ରଣାଳୀରେ ଶିକ୍ଷାଦାନ ଯୋଗୁଁ ଏଭଳି କୃତିତ୍ୱ ହାସଲ କରିପାରିଛୁ ବୋଲି ଗଣମାଧ୍ୟମ ସମ୍ମୁଖରେ ପ୍ରକାଶ କହିଛନ୍ତି।