ମାଲକାନଗିରି ଜିଲ୍ଲା ରେ ଝଡ଼ ବର୍ଷା,ଗଛ ଡାଳ ପଡ଼ି ଭାଙ୍ଗିଲା ବିଧାୟକ ଙ୍କ ଗାଡ଼ି,ଅଳ୍ପକେ ବର୍ତିଲେ ବିଧାୟକ ମଙ୍ଗୁ ଖିଲ ।
ମାଲକାନଗିରି, ୧୧/୦୬ ( ଶରତ ଚନ୍ଦ୍ର ଖରା ) : ମାଲକାନଗିରି ଜିଲ୍ଲା ରେ ବୁଧବଅପରାହ୍ନ ରେ କାଳ ପ୍ରଭାବ ରେ ଝଡ଼ ବର୍ଷା ସାଙ୍ଗ କୁ ବର୍ଷା ହୋଇଛି,ବିଧାୟକ ଙ୍କ ଚିତ୍ରକୋଣ୍ଡା ବିଧାୟକ ମଙ୍ଗୁଖିଲ ଚିତ୍ରକୋଣ୍ଡା ବ୍ଲକ ଅଞ୍ଚଳ ଗସ୍ତ ସମୟରେ ଚିତ୍ରକୋଣ୍ଡା ଘାଟି ରେ ପଵନ ରେ ଏକ ଗଛର ବୃହତ ଡାଳ କାର ଉପରେ ପଡିଯାଇ ଥିଲା, କାର ଟି ଭାଙ୍ଗି ଯାଇଥିବା ବେଳେ ବିଧାୟକ ଓ ଗାଡ଼ି ରେ ଥିବା ସୁରକ୍ଷାକର୍ମୀ ମାନେ ଅଳ୍ପକେ ଵର୍ତ୍ତି ଯାଇଛନ୍ତି। ଆଜି ସନ୍ଧ୍ୟା ପ୍ରାୟ ୫. ୩୦ ରେ ଚିତ୍ରକୋଣ୍ଡା ବ୍ଲକ ଦୋରାଗୁଡା ଅଞ୍ଚଳରୁ କାର ଯୋଗେ ବିଧାୟକ ଫେରୁ ଥିବା ସମୟରେ ବଡ ଦୁର୍ଘଟଣା ରୁ ଵର୍ତ୍ତି ଛନ୍ତି ବିଧାୟକ ମଙ୍ଗୁ ଖିଲ ।ଚିତ୍ରକୋଣ୍ଡା ଘାଟି ଭଲବ-ହାଉସ ଛକ ନିକଟରେ ଗଛ ଡାଳ ଭାଙ୍ଗି ପଡ଼ି ବଡ ଦୁର୍ଘଟଣା ର ଶିକାର ହୋଇଛି ବିଧାୟକ ଙ୍କ ଗାଡି ।କାଳ ବୈଶାଖୀ ଯୋଗୁଁ ଗସ୍ତ ସମୟରେ ବିଧାୟକ ଙ୍କ ଗାଡି ଉପରେ ପଡ଼ିଲା ବିରାଟ-କାୟ ଗଛ ।ବିଧାୟକ ଙ୍କ ପ୍ରତିନିଧି ଇସାକ୍ ଖୋସଲା ଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ଦୁର୍ଘଟଣା ରୁ ବର୍ତ୍ତିଗଲେ ବିଧାୟକ ମଙ୍ଗୁ ଖିଲ । ଆଜି ସନ୍ଧ୍ୟା ରେ ଓରକେଲ ଥାନା ପୁଲିସ, ଅଗ୍ନିଶମ ବାହିନୀ ଓ ସ୍ଥାନୀୟ ଗ୍ରାମ ବାସୀ ମାନେ ଘଟଣା ସ୍ଥଳ ରେ ପହଁଚି ଗଛ ଡାଳ କାଟି କାର ମଧ୍ୟ ରୁ ବିଧାୟକ ଓ ଅନ୍ୟମାନଙ୍କୁ ଉଦ୍ଧାର କରିଛନ୍ତି।ବଡ଼ ଧରଣ ଦୁର୍ଘଟଣା ରୁ ଵର୍ତ୍ତି ଭଗବାନ ଙ୍କ ଦୟାରୁ ସମସ୍ତେ ସୁରକ୍ଷିତ ଅଛନ୍ତି ବୋଲି ବିଧାୟକ ମଙ୍ଗୁଖିଲ ସୂଚନା ଦେଇଛନ୍ତି।
ମାଲକାନଗିରି ଜିଲ୍ଲା ପ୍ରତିନିଧି ଶ୍ରୀ ଶରତ ଚନ୍ଦ୍ର ଖରା ଙ୍କ ରିପୋର୍ଟ ନବଦୂତ ନ୍ୟୁଜ।