Hot Posts

6/recent/ticker-posts

ସାଲେପୁର ପୋଲିସର ଚଢ଼ାଉ: ୪୦ ଲିଟର ଚୋରା ମଦ ଜବତ, ଜଣେ ଗିରଫ

କଟକ, ୧୧/୦୬ ( କାହୁଁ ଚରଣ ବାରିକ ) : କଟକ ସାଲେପୁର ପୋଲିସ ଚଢାଉ କରି ୪୦ଲିଟର ଚୋରା ଦେଶୀ ଓ ବିଦେଶୀ ମଦ ଜବତ କରିବା ସହ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାଯାଇଛି। ଖବରରୁ ପ୍ରକାଶ, ସାଲେପୁର ଥାନା ଅନ୍ତର୍ଗତ ବଲ୍ଲଭପୁର ଗ୍ରାମର ଦିଲ୍ଲୀପ ଦେହୁରୀ ଉକ୍ତ ଗ୍ରାମର ରାସ୍ତା ପାର୍ଶ୍ବରେ ଏକ ଟୁଙ୍ଗୀ କରି ଚୋରା ଦେଶୀ ଓ ବିଦେଶୀ ମଦ ବିକ୍ରି କରୁଥିଲା । ସାଲେପୁର ପୋଲିସ ଚଢ଼ଉ କରି ତା’ନିକଟରୁ ୩୨ଲିଟର ୫ଶହ ମିଲିଗ୍ରାମର ବିଦେଶୀ ମଦ ଓ ୭ ଲିଟର ୬ଶହ ଦେଶୀ ମଦ ଜବତ କରିବା ସହ ଦିଲ୍ଲୀପକୁ ଗିରଫ କରିଛି। ଏ ସମ୍ପର୍କରେ ପୋଲିସ ସାଲେପୁର ଥାନାରେ ଏକ ମାମଲା ରୁଜୁ କରି ଚୋରା ମଦ ବ୍ୟବସାୟୀକୁ କୋର୍ଟ ଚାଲାଣ କରିଥିବା ଜଣାପଡ଼ିଛି।