Hot Posts

6/recent/ticker-posts

ଶିଶୁ ରୋଗ ବିଶେଷଜ୍ଞ ଡା. ପଲାଉ ପ୍ରଧାନ ଙ୍କ ପରଲୋକ

କଳାହାଣ୍ଡି, ୦୬/୦୬ ( ରିତେଶ କୁମାର ମୁଣ୍ଡ ) : କଳାହାଣ୍ଡିର ଜଣେ ପ୍ରଖ୍ୟାତ ଶିଶୁ ରୋଗ ବିଶେଷଜ୍ଞ ଏବଂ ଅତ୍ୟନ୍ତ ଲୋକପ୍ରିୟ ଡାକ୍ତର ଡା. ପଲାଉ ପ୍ରଧାନ (MD) ଆଉ ଆମ ଗହଣରେ ନାହାନ୍ତି। ତାମିଳନାଡୁର କୋଇମ୍ବାଟୁର ସ୍ଥିତ ଏକ ହୋଟେଲରେ ହୃଦ୍‌ଘାତ (Massive Cardiac Arrest) ଯୋଗୁଁ ତାଙ୍କର ପରଲୋକ ଘଟିଛି। ମିଳୁଥିବା ସୂଚନା ଅନୁସାରେ, ସେ ନିଜ ପରିବାର ସଦସ୍ୟମାନଙ୍କ ସହ ଦକ୍ଷିଣ ଭାରତ ଭ୍ରମଣରେ ଯାଇଥିଲେ। ଆଜି ପ୍ରଭାତରେ ସେ ନିଦରୁ ଉଠିବା ପରେ ଅସୁସ୍ଥ ଅନୁଭବ କରିଥିଲେ। ଏକ କପ୍ ଚା ପିଇ ପୁଣି ଶୋଇପଡ଼ିଥିଲେ। ଦୁର୍ଭାଗ୍ୟବଶତଃ, ସେହି ନିଦ ହିଁ ତାଙ୍କର ଶେଷ ନିଦ ହୋଇ ରହିଗଲା। ରିତେଶ କୁମାର ମୁଣ୍ଡଙ୍କ ରିପୋର୍ଟ