ପି.ଏମ୍.ଶ୍ରୀ ଗୋପବନ୍ଧୁ ସରକାରୀ ଉଚ୍ଚ ବିଦ୍ୟାଳୟ ରେ ବିଶ୍ଵ ପରିବେଶ ଦିବସ ପାଳିତ
ବେଗୁନିଆ, ୦୬/୦୬ (ମାନସ ରଞ୍ଜନ କର) : ଓଡିଶା ବିଦ୍ୟାଳୟ ଶିକ୍ଷା ପ୍ରାଧିକରଣ, ଭୁବନେଶ୍ୱର ର ପ୍ରକଳ୍ପ ନିର୍ଦ୍ଦେଶିକା ଅନନ୍ୟା ଦାସ ଙ୍କ ସ୍ୱାକ୍ଷରିତ ତା ୪/୬/୨୦୨୬ ଆଦେଶନାମା ସଂଖ୍ୟା ୬୦୯୮n(ଏସ୍.ଟି.୨୬) ମୁତାବକ ବେଗୁନିଆ ସଦର ମହକୁମା ସ୍ଥିତ ପି.ଏମ.ଶ୍ରୀ.ଗୋପବନ୍ଧୁ ସରକାରୀ ଉଚ୍ଚ ବିଦ୍ୟାଳୟରେ ଶୁକ୍ରବାର ଦିନ ପ୍ରଧାନଶିକ୍ଷକ ପ୍ରମୋଦ କୁମାର ସ୍ବାଇଁ ଙ୍କ ଅଧ୍ୟକ୍ଷତାରେ ଏବଂ ବରିଷ୍ଠ ଶିକ୍ଷକ ସୌମ୍ୟରଞ୍ଜନ ସାହୁଙ୍କ ତତ୍ତ୍ଵାବଧାନରେ ବିଶ୍ୱ ପରିବେଶ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ କନିଷ୍ଠ ଓ ବରିଷ୍ଠ ବିଭାଗର ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ଓଡ଼ିଆ ବକ୍ତୃତା ଓ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଶିକ୍ଷକ ସୂର୍ଯ୍ୟକାନ୍ତ ମହାପାତ୍ର ଓ ଶିକ୍ଷୟିତ୍ରୀ ବିଜୟଲକ୍ଷ୍ମୀ ପାଇକରାୟ,ରିଶ୍ମାରଶ୍ମୀ ପାଇକରାୟ ଓ ଲକ୍ଷ୍ମୀପ୍ରିୟା ତ୍ରିପାଠୀ ବିଚାରକ ରୂପେ କୃତୀ ପ୍ରତିଯୋଗୀମାନଙ୍କୁ ଚୟନ କରିଥିଲେ। ବରିଷ୍ଠ ବିଭାଗ ବକ୍ତୃତା ରେ ଆଦ୍ୟାଶା ସାହୁ , ଚିତ୍ରାଙ୍କନ ରେ ଶୁଭସ୍ମିତା ବେହେରା ଏବଂ କନିଷ୍ଠ ବିଭାଗ ବକ୍ତୃତା ରେ ରାଜଲକ୍ଷ୍ମୀ ପାତ୍ର ଓ ଚିତ୍ରାଙ୍କନ ରେ ଶୁଭମ୍ ଜେନା ପ୍ରଥମ ସ୍ଥାନ ଅଧିକାର କରିଥିଲେ। ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା ସମସ୍ତ ଛାତ୍ରଛାତ୍ରୀଙ୍କୁ ପ୍ରମାଣ ପତ୍ର ଓ ପୁରସ୍କାର ପ୍ରଦାନ କରାଯାଇଥିଲା।ଇକୋ କ୍ଳବ୍ ଦାୟିତ୍ଵରେ ଥିବା ଶିକ୍ଷକ ଶ୍ରୀ ମହାପାତ୍ର ଙ୍କ ତତ୍ତ୍ଵାବଧାନରେ ବିଶ୍ୱ ପରିବେଶ ଦିବସ ଅବସର ରେ ବେଗୁନିଆ ର ବିଭିନ୍ନ ଗ୍ରାମ ଓ ବଜାର ପରିକ୍ରମା କରି ସଚେତନତାର ସ୍ଳୋଗାନ ଦେଇଥିଲେ। ପରେ ପରେ ବିଦ୍ୟାଳୟ ହତାରେ ଶିକ୍ଷକ ଶିକ୍ଷୟିତ୍ରୀମାନେ ଛାତ୍ର ଛାତ୍ରୀଙ୍କ ଗହଣରେ ବୃକ୍ଷ ରୋପଣ କରି "ମାଆଙ୍କ ନାମରେ ଗଛଟିଏ" କାର୍ଯ୍ୟକ୍ରମ ର ଶୁଭାରମ୍ଭ କରିଥିଲେ। ପ୍ରଧାନ ଶିକ୍ଷକ ଶ୍ରୀ ସ୍ୱାଇଁ ଜୁନ୍ ମାସ ୫ତାରିଖ ଠାରୁ ସେପ୍ଟେମ୍ବର ୩୦ ତାରିଖ ମଧ୍ୟରେ ଅଧିକ ରୁ ଅଧିକ ବୃକ୍ଷ ରୋପଣ କରି ପରିବେଶକୁ ରକ୍ଷା କରିବା ପାଇଁଁ ଏବଂ ଏହାର ପ୍ରତିଦିନ ର ସମ୍ପୂର୍ଣ୍ଣ ତଥ୍ୟ ପ୍ରଦାନ ପାଇଁ ଶ୍ରେଣୀ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ବିରଞ୍ଚିନାରାୟଣ ସାହୁ ଓ ସନ୍ତୋଷ ଗୁମାନ୍ ସିଂହ ସହଯୋଗ କରିଥିଲେ।