Hot Posts

6/recent/ticker-posts

+୩ ନାମଲେଖାରେ ଛାତ୍ରଛାତ୍ରୀଙ୍କୁ ସହଯୋଗ ପାଇଁ ଭବାନୀପାଟଣାରେ ବିଜେଡିର ସହାୟତା କେନ୍ଦ୍ର ଆରମ୍ଭ

ଭବାନୀପାଟଣା, ୨୩/୦୬ ( ବିଷ୍ଣୁ ଚରଣ ସ୍ୱାଇଁ ) : ଛାତ୍ରଛାତ୍ରୀଙ୍କ ନାମଲେଖା ପ୍ରକ୍ରିୟାକୁ ସରଳ ଓ ସୁବିଧାଜନକ କରିବା ଉଦ୍ଦେଶ୍ୟରେ ମା’ ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟ, ଭବାନୀପାଟଣା ସମ୍ମୁଖରେ କଳାହାଣ୍ଡି ଜିଲ୍ଲା ବିଜୁ ଯୁବ ଓ ଛାତ୍ର ଜନତା ଦଳ ପକ୍ଷରୁ ନୂତନ ଶିକ୍ଷା ବର୍ଷ ପାଇଁ +୩ ନାମଲେଖା ଛାତ୍ର ଛାତ୍ରୀଙ୍କୁ ସହଯୋଗ କରିବା ନିମନ୍ତେ ଏକ ସହାୟତା କେନ୍ଦ୍ର ଆରମ୍ଭ କରାଯାଇଛି। ଏହି ସହାୟତା କେନ୍ଦ୍ର ମାଧ୍ୟମରେ ନାମଲେଖା ସମ୍ବନ୍ଧୀୟ ସୂଚନା, ଅନଲାଇନ ଅନୁସନ୍ଧାନ, ଆବଶ୍ୟକ ଦସ୍ତାବେଜ ଲିଷ୍ଟ, ବିଭିନ୍ନ ପ୍ରଶ୍ନର ସମାଧାନ ଏବଂ ଛାତ୍ରଛାତ୍ରୀ ଓ ଅଭିଭାବକ ମାନଙ୍କୁ ଆବଶ୍ୟକୀୟ ସହାୟତା ପ୍ରଦାନ କରାଯାଉଛି। ଆଜି ଠାରୁ ଆରମ୍ଭ ହୋଇଥିବା ଏହି ସହାୟତା କେନ୍ଦ୍ର ଆଗାମୀ ୨୫ ଜୁନ ପର୍ଯ୍ୟନ୍ତ ଖୋଲାଯିବ ବୋଲି ଯୁବ ଛାତ୍ର ବିଜେଡି ପକ୍ଷରୁ କୁହାଯାଇଛି । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ବିଜୁ ଯୁବ ବିଜେଡି ସଭାପତି ଅବିନାଶ ଠାକୁର, ରାଜ୍ୟ ଯୁବ ବିଜେଡି ବରିଷ୍ଠ ଉପସଭାପତି ମଣ୍ଟୁ ନାଏକ, ରାଜ୍ୟ ଯୁବ ବିଜେଡି ଉପସଭାପତି ମନୀନ୍ଦ୍ର ନାଏକ, ଜିଲ୍ଲା ଛାତ୍ର ବିଜେଡି ସଭାପତି ଅଜିତ କୁମାର ସାହୁ, ଯୁବ ନେତା ଶିବା ସାହୁ, ଛାତ୍ର ନେତା ପ୍ରବୀଣ କୁମାର, ମାନସ ସିନ୍ଦୁର, ଭୋଳାନାଥ ନାଗ, ବିଭୁତି ମଲ୍ଲିକ, ସିଦ୍ଧାର୍ଥ ନାଏକ, ରବି ଚନ୍ଦ୍ର ନାଏକ, ଯୁବ ନେତା ଅମିତ ଯାଦବ, ନବୀନ ନାୟକ, ଶୁଭମ ପ୍ରଧାନ, ଶ୍ରୀଚନ୍ଦନ ନାଏକ, ନିମସ ତାଣ୍ଡି ପ୍ରମୁଖ ଉପସ୍ଥିତ ରହି ଛାତ୍ରଛାତ୍ରୀଙ୍କୁ ସହଯୋଗ କରିଥିଲେ l



କଳାହାଣ୍ଡି ଜିଲ୍ଲା ପ୍ରତିନିଧି ବିଷ୍ଣୁ ଚରଣ ସ୍ୱାଇଁ ଙ୍କ ରିପୋର୍ଟ