Hot Posts

6/recent/ticker-posts

ପଞ୍ଚାୟତସ୍ତରୀୟ ବିକାଶ ଧାରା ଓଡିଶା ଧାରା କାର୍ଯ୍ୟକ୍ରମ ଅନୁଷ୍ଠିତ

ଲଇକେରା, ୨୪/୦୬ ( ନବଦୂତ ) : ରାଜ୍ୟ ସରକାରଙ୍କ ଦୁଇ ବର୍ଷ ପୂର୍ତ୍ତି ଅବସରରେ ଗ୍ରାମ ପଞ୍ଚାୟତ ସ୍ତରୀୟ ବିକାଶ ଧାରା ଓଡିଶା ସାରା କାର୍ଯ୍ୟକ୍ରମ ଲଇକେରା ରାଜୀବ ଭବନ ଠାରେ ବୁଧବାର ଦିନ ଅନୁଷ୍ଠିତ ହୋଇଯାଇଛି ।ଝାରସୁଗୁଡା ଜିଲ୍ଲା ଲଇକେରା ବ୍ଲକର ଲଇକେରା ଗ୍ରାମ ପଞ୍ଚାୟତ ର ସରପଞ୍ଚ ପ୍ରିୟମ୍ୱଦା ବେହେରାଙ୍କ ସଭାପତିତ୍ତ୍ୱରେ କାର୍ଯ୍ୟକ୍ରମରେ କାର୍ଯ୍ୟନିର୍ବାହୀ ଅଧିକାରୀ ଦୁଷ୍ମନ୍ତ ପୂଜାରୀ, ୱାର୍ଡ ସଭ୍ୟ ଅନିଲ କୁମାର ସରାଫ ଓ ମିଶନ ଶକ୍ତି ବିଭାଗର ବିପିସି ମନିଷ ଗୁରିଆ ମଞ୍ଚରେ ମଞ୍ଚାସୀନ ହୋଇ ରାଜ୍ୟ ସରକାର ଙ୍କ ଗତ ଦୁଇ ବର୍ଷରେ ସ୍ୱାସ୍ଥ୍ୟ, ଶିକ୍ଷା, କୃଷି, ମହିଳା ସଶକ୍ତିକରଣ, ଭିତ୍ତିଭୂମି ବିକାଶ, ମୈାଳିକ ସୁବିଧା ସହ ଗ୍ରାମୀଣ ପରିବର୍ତ୍ତନ ଓ ସୁଶାସନ ଜନ କଲ୍ୟାଣ ଜିବିକା କ୍ଷେତ୍ରରେ ଓ ସରକାରଙ୍କ ବିଭିନ୍ନ ଯୋଜନା ବିଷୟରେ ଆଲୋକପାତ କରିଥିଲେ । ମିଶନଶକ୍ତି ବିଭାଗର ବିପିସି ମନିଷ ଗୁରିଆ ଉପସ୍ଥିତ ମା' ମାନଙ୍କୁ ସୁଭଦ୍ରା ଶକ୍ତି ଯୋଜନା ବିଷୟରେ ବିସ୍ତାର ଭାବରେ ବୁଝାଇଥିଲେ ।ଲଇକେରା ଗ୍ରାମ ପଞ୍ଚାୟତର ପାଞ୍ଚଟି ସ୍ୱୟଂ ସହାୟକ ଗୋଷ୍ଠୀର ପାଞ୍ଚ ଜଣ ସଦସ୍ୟା କିପରି ଭାବରେ ଲକ୍ଷପତି ଦିଦି ହେଲେ ସମସ୍ତଙ୍କ ସମ୍ମୁଖରେ ଉପସ୍ଥାପନା କରିଥିଲେ ‌‌। ଲକ୍ଷପତି ଦିଦି ମାନେ ହେଲେ ଲଇକେରାର ବାସନ୍ତୀ ମେହେର, ସରିତା ରାଏ, ସରସ୍ୱତୀ ପଶାୟତ, ବୀଣାପାଣୀ ସାହୁ ଓ ରେଙ୍ଗାଲବେଡାର ରଶ୍ମି ପ୍ରଧାନ । ଏଡିଇଓ ପୁଷ୍ପାଞ୍ଜଳୀ ଭୁଏ,  ଠଣ ସୁନ୍ଦର ସେଠ, ଯୋଗାଣ ସହାୟକ ନିମାଇଁ ଚରଣ ନାଏକ, ଏମବିକେ, ସିଆରପି, ଅଙ୍ଗନବାଡି କର୍ମୀ, ପିଅନ ଯୁଧିଷ୍ଠିର ସା ପ୍ରମୁଖ ସହଯୋଗ କରିଥିବା ବେଳେ କାର୍ଯ୍ୟକ୍ରମରେ ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟାମାନେ ଉପସ୍ଥିତ ଥିଲେ ।.