Hot Posts

6/recent/ticker-posts

ସୁଜନପୁର ରେ ମନ୍ଦିର ଓ ବିଗ୍ରହ ପ୍ରତିଷ୍ଠା ଉତ୍ସବ

ବରୀ, ୨୫/୦୬ ( ରଂଜିତ ମହାନ୍ତି ) : ବରୀ ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ସୁଜନପୁର ଠାରେ ଶ୍ରୀଶ୍ରୀ କଲ୍ୟାଣେଶ୍ଵର ମହାଦେବଙ୍କ ନୂତନ ମନ୍ଦିର ତଥା ନୂତନ ଲିଙ୍ଗ ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଗତ୧୭ ତାରିଖ ଠାରୁ ୨୧ ତାରିଖ ପର୍ଯ୍ୟନ୍ତ ୫ ଦିନ ବ୍ୟାପି ବୈଦିକ କର୍ମକାଣ୍ଡ ପ୍ରବିଣ ପଣ୍ଡିତ ମାନଙ୍କ ଦ୍ୱାରା ସମାହିତ ହୋଇ ଗତକାଲି ପୂର୍ଣାହୂତି ସହିତ ଉଦଯାପିତ ହୋଇଛି l ଏହି ଅବସର ରେ ୫ ଦିନ ବ୍ୟାପି କର୍ତ୍ତା ପବିତ୍ରୀ କରଣ, ଗ୍ରାମଶ୍ଵର, ଗ୍ରାମେଶ୍ୱରୀ ପୂଜା, କୁଣ୍ଡମଣ୍ଡାଳିଦି କରଣ, ଦେବତା ଧ୍ୟାନିଦିବାସ, ଅଙ୍କୁରାରୋପଣ, ସୂର୍ଯ୍ୟପୂଜା, ଅଗ୍ନିସ୍ଥାପନ, ଦେବା ଦେବୀଙ୍କ ସାନ୍ନ, ଗୀତାଯଜ୍ଞ, ଶିବ ପାର୍ବତୀ ବିବାହ, ଶିଖର କଳସ, ମନ୍ଦିରେ ଦେବତା ପ୍ରବେଶ ଓ ପୂର୍ଣ୍ଣାହୂତି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ଏହି ୫ ଦିନ ବ୍ୟାପି କାର୍ଯ୍ୟକ୍ରମରେ ଆଖପାଖ ଅଞ୍ଚଳର ହଜାର ହାଜର ଶ୍ରଦ୍ଧାଳୁ, ଭକ୍ତ ଓ କୀର୍ତ୍ତନ ମଣ୍ଡଳୀ ଯୋଗଦେଇ ମହାଦେବଙ୍କ ଆଶ୍ରିବାଦ ଲାଭ ସାଙ୍ଗକୁ ପ୍ରସାଦ ସେବନ କରିଥିଲେ l ଏହି କାର୍ଯ୍ୟକ୍ରମକୁ ମନ୍ଦିର କମିଟି ସଭ୍ୟ ଓ ସୁଜନପୁର ଗ୍ରାମବାସୀଙ୍କ ଦ୍ବାରା ପରିଚାଳିତ କରାଯାଇଥିଲା l