Hot Posts

6/recent/ticker-posts

ନବରଙ୍ଗପୁର ପୌରପାଳିକାରେ ସ୍ଵତନ୍ତ୍ର ସଘନ ସଂଶୋଧନ କାର୍ଯ୍ୟକ୍ରମ ଆରମ୍ଭ

ନବରଙ୍ଗପୁର, ୦୧/୦୬ ( ଶେଖର ଖୁରା ) : ସ୍ୱତନ୍ତ୍ର ସଘନ ସଂଶୋଧନ (SIR) ଓଡ଼ିଶା ୨୦୨୬ ପରିପେକ୍ଷିରେ ଆଜି ୭୫- ନବରଙ୍ଗପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ନବରଙ୍ଗପୁର ପୌରପାଳିକାର ବିଭିନ୍ନ ନିର୍ବାଚନ ବୁଥ ଅନ୍ତର୍ଗତ ୱାର୍ଡ ମାନଙ୍କରେ ଉପ ଜିଲ୍ଲାପାଳ ତଥା ଇ ଆର୍ ଓ ପ୍ରକାଶ କୁମାର ମିଶ୍ର ବି ଏଲ ଓ ମାନଂକ ଘର କୁ ଘର ଯାଇ ପରିଗଣନା ଫର୍ମ ବିତରଣ କାର୍ଯ୍ୟ ତଦାରଖ କରିଥିଲେ। ଏହି ତଦାରଖ କାର୍ଯ୍ୟକ୍ରମରେ ପୌରପାଳିକା ନିର୍ବାହୀ ଅଧିକାରୀ ଅଶୋକ କର୍ଣ୍ଣ, ସୁପରଭାଇଜର୍ ସନ୍ତୋଷ ପାତ୍ର ,ରାଜେଶ ତ୍ରିପାଠୀ ଉପସ୍ଥିତ ରହି କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ।ବି ଏଲ ଓ ମାନେ ଯେଭଳି ପରିଗଣନା ଫର୍ମ ବିତରଣ ଏବଂ ଫର୍ମ ପୂରଣ ବାଦ ସଂଗ୍ରହ , ଭୋଟର ମାନଙ୍କୁ ସଠିକ୍ ଓ ନିର୍ଭୁଲ ତଥ୍ୟ ତଥ୍ଯ ପ୍ରଦାନରେ ସହଯୋଗ କରିବେ ତା ଉପରେ ଗୁରୁତ୍ବ ଦେଇଥିଲେ। ଭୋଟର ତାଲିକା ଯେଭଳି ସ୍ବଚ୍ଛ, ତ୍ରୁଟିଶୂନ୍ୟ ରହିବ ତା ଉପରେ ବି ଏଲ ଓ ମାନଙ୍କୁ ତାଲିମ ଦିଆଯାଇଛି। ଏହି ସ୍ୱତନ୍ତ୍ର ସଘନ ସଂଶୋଧନ କାର୍ଯ୍ୟ ଆସନ୍ତା ଜୁନ୍ ମାସ ୨୮ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ।



ଶେଖର ଖୁରା ଙ୍କ ରିପୋର୍ଟ ନବରଙ୍ଗପୁର l