ନର୍ଲା ଥାନା ଅଞ୍ଚଳ ରେ ଦିନ ଦ୍ୱିପହରେ ଘରେ କେହି ନ ଥିବା ସୁଯୋଗ ନେଇ ମରଣାସ୍ତ୍ର ଧରି ଡକାୟତ
ନର୍ଲା, ୧୦/୦୬ ( ଶେଖର ସୁମନ ଦାଶ ) : କଳାହାଣ୍ଡି ଜିଲ୍ଲା ନର୍ଲା ଥାନା ତୁଳାଗାଁ ରେ ଦିନ ଦ୍ବିପହର ସମୟରେ ସାଶସ୍ତ୍ର ଡକାୟତି ହୋଇଥିବା ଜଣାପଡିଛି l ସୂଚନା ଅନୁଯାୟୀ, ଆଜି ଦିନ ୧୨ ଟା ସମୟରେ ସର୍ଗିଗୁଡ଼ା ଗ୍ରାମପଞ୍ଚାୟତ ତୁଳାଗାଁ ର କୈଳାଶ ବୁଦ୍ଧିଆ ଓ ତାଙ୍କ ଧର୍ମପତ୍ନୀ ନିଜ ନିଜ ବ୍ୟକ୍ତିଗତ କାର୍ଯ୍ୟ ରେ ବାହାରକୁ ଯାଇଥିଲେ l ଘରେ କେବଳ ତାଙ୍କ ୧୦ ବର୍ଷର ଝିଅ ଥିଲେ ଏହି ସୁଯୋଗ ନେଇ ଡକାୟତ ମାନେ ତାଙ୍କ ଝିଅ କୁ ଜୀବନରେ ମାରିଦେବା ଧମକ ଦେବାରୁ ଝିଅ ଡରି ଯାଇଥିଲେ l ଏହାର ସୁଯୋଗ ନେଇ ୩ ଜଣିଆ ଡକାୟତ ଦଳ ନିଜ ହାତରେ ମରଣାସ୍ତ୍ର ଧରି ଘରେ ପଶି ଘର ଅଲମିରା ଭାଙ୍ଗି ୪ ଲକ୍ଷ ନଗଦ ଟଙ୍କା ସହ ୪ ଭରି ସୁନା ଗହଣା ନେଇ ଫେରାର ହୋଇଥିବା ଜଣାପଡିଛି l ଖବର ପାଇ ନର୍ଲା ପୋଲିସ ଘଟଣା ସ୍ତଳରେ ପହଁଚି ଅଧିକ ତଦନ୍ତ କରୁଛି l ନର୍ଲା ଅଞ୍ଚଳରେ ବାରମ୍ବାର ଡକାୟତି ବୃଦ୍ଧି ପାଉଥିବାରୁ ପୋଲିସ କାହିଁକି ବାରମ୍ବାର ଅସଫଳ ହଉଛି ଅଭିଯୁକ୍ତ ମାନଙ୍କୁ ଧରିବା ପାଇଁ ତାହା ଚର୍ଚ୍ଚା ର ବିଷୟ ପାଲଟିଛି । ପୋଲିସ ଅଧିକ ରୁ ଅଧିକ ତଦନ୍ତ ଏବଂ ପେଟ୍ରୋଲିଂ କଡାକଡି କରିବାପାଇଁ ଜନ ସାଧାରଣ ରେ ଦାବୀ ହେଉଛି ଲ ଆଗରୁ ମଧ୍ୟ କିଛି ଦିନ ତଳେ ନର୍ଲା ଥାନା ଅନ୍ତର୍ଗତ ଜଣେ ସରକାରୀ କର୍ମ ଚାରି ଙ୍କ ଘରେ ନ ଥିବା ବେଳେ ଚୋରି ଅଭିଯୋଗ କୁ ନେଇ ଆମ ଚେନେଲ ମାଧ୍ୟମରେ ନିୟୁଜ ପ୍ରସାରଣ କରାଯାଇ ଥିଲା । ପୁଣି ସେହି ଘଟଣା ସାମ୍ନା କୁ ଆସୁଛି ବାରମ୍ବାର ଦେଖାଯାଉ ପୋଲିସ କେବେ ସଫଳତା ପାଉଛି । କଳାହାଣ୍ଡି ର
ଶେଖର ସୁମନ ଦାଶ ରିପୋର୍ଟ ନବଦୂତ ନିୟୁଜ ।