ଶହୀଦ ଶ୍ରୂତି ବିଶ୍ୱାଳଙ୍କ ୧୬୮ତମ ବଳିଦାନ ଦିବସ ପାଳନ ଶହୀଦ ପୀଠର ମାନ୍ୟତା ପାଇଁ ସ୍ମୃତି କମିଟିର ଦାବୀ
ବରୀ, ୨୧/୦୬ ( ରଂଜିତ ମହାନ୍ତି ) : ବରୀ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଯାଜପୁର ବ୍ଳକ ଛତିଶଦେବିଲର ଫାସୀ ପଡିଆଠାରେ ଶହୀଦ ଶ୍ରୂତି ବିଶ୍ୱାଳଙ୍କ ୧୬୮ ତମ ବଳିଦାନ ଦିବସ ପାଳିତ ହୋଇଯାଇଛି । ସ୍ମୃତି କମିଟିର ସଭାପତି କାମଦେବ ବିଶ୍ୱାଳ ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସମାରୋହରେ ଅଖିଳଚକ୍ରର ସଭାପତି ଏବଂ ବିଶିଷ୍ଠ ଗାଳ୍ପିକ ରାଜ୍ୟବର୍ଦ୍ଧନ ଧଳମହାପାତ୍ର ପ୍ରଦୀପ ପ୍ରଜ୍ଜ୍ୱଳନ କରି ଉଦଘାଟନ କରିଥିଲେ । ରାଜ୍ୟର ବହୁ ବିଶିଷ୍ଠ ବ୍ୟକ୍ତିମାନେ ଏଥିରେ ଯୋଗ ଦେଇ କହିଲେ ଯେ ୧୮୫୭ ମସିହା ମେ-୧୦ ତାରିଖରେ ମିରଟଠାରେ ଆରମ୍ଭ ହୋଇଥିବା ସିପାହୀ ବିଦ୍ରୋହ ସାରା ଭାରତ ବର୍ଷରେ ଆନ୍ଦୋଳନର ରୂପ ନେଇଥିଲା । ଏହା ଇଷ୍ଟଇଣ୍ଡିଆ କମ୍ପାନୀ ବିରୁଦ୍ଧରେ ଆରମ୍ଭହୋଇଥିବା ବିଦ୍ରୋହ ଯାଜପୁର ଜିଲ୍ଲାର ଛତିଶ ଦେବିଲ, ବାଲିଆ,ବରୁହାଁ ପ୍ରଗନାରେ ମଧ୍ୟ ମୁଣ୍ଡ ଟେକିଥିଲା । ଏହି ପ୍ରଥମ ସ୍ୱାଧିନତା ସଂଗ୍ରାମରେ ଓଡିଶାର ଖୋର୍ଦ୍ଧାରେ କ୍ରାନ୍ତିବୀର ଜୟୀରାଜଗୁରୁ ଏବଂ ଛତିଶ ଦେବିଲର ଶ୍ରୂତି ବିଶ୍ୱାଳ ଦୁଇଜଣଙ୍କୁ ଅତି ନିର୍ମମ ଭାବେ ଫାସୀ ଦିଆଯାଇଥିଲା । ଉପକୂଳ ଅଂଚଳରେ ରାମକୃଷ୍ଣ ସାମନ୍ତସିଂହାରଙ୍କ ନେତୃତ୍ୱରେ ଶ୍ରୂତି ବିଶ୍ୱାଳ ଦୃଢତାର ସହ ଇଷ୍ଟଇଣ୍ଡିଆ କମ୍ପାନୀର ନୀତି, ଓ ଶୋଷଣ ବିରୁଦ୍ଧରେ ସଂଗ୍ରାମ କରି ଛତିଶ ଦେବିଲର ଫାସୀପଡିଆ ଠାରେ ଥିବା ବର ଗଛରେ ଫାସୀ ପାଇ ଦେଶ ପାଇଁ ପ୍ରାଢଣବଳୀ ଦେଇଥିଲେ ହେଁ ଐତିହାସିକ ମାନେ ତାଙ୍କ ପ୍ରତି ଗୁରୁତର ଅବହେଳା କରିଥିବା ମତ ପ୍ରକାଶ ପାଇଥିଲା । ଏଥିରେ ପୁର୍ବତନ ବିଧାୟିକା ସୁନନ୍ଦା ଦାସ, ବିଜେପି ରାଜ୍ୟ ମହିଳା ମୋର୍ଚ୍ଚାର ସଭାପତି ଡଃ ଐଶୁର୍ଯ୍ୟା ରାୟ,ସ୍ତମ୍ଭକାର ହରେକୃଷ୍ଣ ପଣ୍ଡା, ସନ୍ତୋଷ କୁମାର ଦାସ, ଅଟଳବିହାରୀ ନାୟକ ବିଜେପିନେତା ସଂଗ୍ରାମ କେଶରୀ ପାତ୍ର,ଦେବେନ୍ଦ୍ର ଦାସ, ପ୍ରମୁଖ ଶହୀଦ ଶ୍ରୂତି ବିଶ୍ୱାଳର ସ୍ମୃତିରକ୍ଷା ଓ ସରକାରୀ ମାନ୍ୟତା ପାଇଁ ଉଦବେଗ ପ୍ରକାଶ କରିଥିଲେ । ଏହି ଅବସରରେ ସ୍ମୃତି କମିଟି ପକ୍ଷରୁ ସ୍ୱାଧିନତା ସଂଗ୍ରାମୀଙ୍କ ଦାୟାଦ ଡଃ ଶ୍ରୀହରି ଧଳ, ଅନ୍ୟ କୃତୀତ୍ୱ ସମ୍ପନ୍ନ ବ୍ୟକ୍ତି ଶିକ୍ଷାବିତ ଶରତ କୁମାର ବିଶ୍ୱାଳ, ପରିବେଶ ବିତ ପ୍ରଦୀପ ବିଶ୍ୱାଳ, ୟୁଟଵର କମଳାକାନ୍ତ ସ୍ୱାଇଁ, ସହୀଦଙ୍କ ଦା ୟଦ ଫକୀର ମଲ୍ଲିକ, ସରୋଜ ବିଶ୍ୱାଳ ଓ କ୍ୟାପଟେନ ତ୍ରୀଲୋଚନ ବିଶ୍ୱାଳଙ୍କୁ ଓଉପଢୈାକନ ପୁଷ୍ପଗୁଚ୍ଛ ସହିତ ସମ୍ବର୍ଦ୍ଧିତ କରାଯାଇଥିଲା । କାର୍ଯ୍ୟକ୍ରମ ଗୁଡିକର ସଂଯୋଜନା କରିଥିଲେ ଅଧ୍ୟାପକ ସୁକାନ୍ତ ବିଶ୍ୱାଳ, ବିବରଣୀ ପାଠ କରିଥିଲେ ସନ୍ତୋଷ କୁମାର ବିଶ୍ୱାଳ, ପରିଚୟ ପ୍ରଦାନ କରିଥିଲେ ସୁକାନ୍ତ ବିଶ୍ୱାଳ, ସୂର୍ଯ୍ୟମଣୀ ବିଶ୍ୱାଳ ଓ ନୀଳମଣୀ ବିଶ୍ୱାଳ ଅତିଥିମାନଙ୍କୁ ଅଭ୍ୟର୍ଥନା ଜଣାଇଥିଲେ । ଶେଷରେ ବିଜୟ କୁମାର ବିଶ୍ୱାଳ ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମ ରେ ପୂର୍ବତନ ସରପଞ୍ଚ ଗୋପାଳ ଚନ୍ଦ୍ର ବିଶ୍ୱାଳ, ଅଶ୍ୱିନୀ କୁମାର ବିଶ୍ୱାଳ, ପାର୍ଥ ପ୍ରତିମ ବିଶ୍ୱାଳ, ପୂର୍ଣ ଚନ୍ଦ୍ର ବିଶ୍ୱାଳ, ପ୍ରାଣକୃଷ୍ଣ ବିଶ୍ୱାଳ, ରାମଚନ୍ଦ୍ର ବିଶ୍ୱାଳ, ଦେବବ୍ରତ ବିଶ୍ୱାଳ, ଦିଲ୍ଲୀପ ବିଶ୍ୱାଳ, ସଂଜୀବ ବିଶ୍ୱାଳ, ମଧୁସୁଦନ ବିଶ୍ୱାଳ, ସାମ୍ବାଦିକ ସଂଜୀବ ବିଶ୍ୱାଳ, ପ୍ରେମାନନ୍ଦ ବିଶ୍ୱାଳ ପ୍ରମୁଖ ଉପସ୍ଥିତ ରହିଥିଲେ l