Hot Posts

6/recent/ticker-posts

ବିଶ୍ୱ_ପରିବେଶ_ଦିବସରେ_ସିଡ୍_ବଲ୍ସ_ଅଭିଯାନ

କଟକ, ୦୫/୦୬ ( କାଁହୁ ଚରଣ ବାରିକ ) : ବିଶ୍ୱ ପରିବେଶ ଦିବସ ଅବସରରେ ସିଲଭର ସିଟି କଟକ ପବ୍ଲିକ୍ ଚାରିଟେବଲ୍ ଟ୍ରଷ୍ଟ ପକ୍ଷରୁ ଚାଲିଥିବା ‘Mission Green Cuttack’ ଅଧୀନରେ ‘Seed Balls’ ଅଭିଯାନ ପୁଣିଥରେ ଚର୍ଚ୍ଚାକୁ ଆସିଛି। ପରିବେଶ ସୁରକ୍ଷା ଓ ସବୁଜିମା ବୃଦ୍ଧି ଲକ୍ଷ୍ୟରେ ଟ୍ରଷ୍ଟ ପକ୍ଷରୁ ବିଗତ ପାଞ୍ଚ ବର୍ଷ ଧରି ଏହି ଅଭିନବ କାର୍ଯ୍ୟକ୍ରମ ଜାରି ରହିଛି। ଏହି ଅଭିଯାନ ମାଧ୍ୟମରେ ନରାଜ, ବାଙ୍କୀ, ବରଦା, ଆଠଗଡ଼, ଚୌଦ୍ୱାର ସମେତ କଟକ ଏବଂ ଏହାର ଆଖପାଖ ଅଞ୍ଚଳରେ ହଜାର ହଜାର ସିଡ୍ ବଲ୍ ବିକ୍ଷେପ କରାଯାଇଥିବା ବେଳେ ଅନେକ ଗଛ ସୃଷ୍ଟି ହୋଇପାରିଛି। ଚଳିତ ବର୍ଷ ମଧ୍ୟ ପ୍ରସ୍ତୁତ ହୋଇଥିବା ସିଡ୍ ବଲ୍‌ଗୁଡ଼ିକୁ ଆସନ୍ତା ମୌସୁମୀ ବର୍ଷା ସମୟରେ ବିଭିନ୍ନ ଖୋଲା ସ୍ଥାନ, ପାହାଡ଼ିଆ ଅଞ୍ଚଳ ଓ ଜଙ୍ଗଲ ସଂଲଗ୍ନ ଅଞ୍ଚଳରେ ବିକ୍ଷେପ କରାଯିବ। “Ecology is our true economy” ବାର୍ତ୍ତା ଦେଇ ସଂଗଠନ ପକ୍ଷରୁ ପ୍ରକୃତି ସୁରକ୍ଷା ପାଇଁ ସମସ୍ତଙ୍କୁ ଆଗେଇ ଆସିବା ଓ ଅଧିକରୁ ଅଧିକ ବୃକ୍ଷରୋପଣ କରିବାକୁ ଆହ୍ୱାନ କରାଯାଇଛି। ଏକ ଛୋଟ ପ୍ରୟାସ ମଧ୍ୟ ଭବିଷ୍ୟତ ପାଇଁ ବଡ଼ ପରିବର୍ତ୍ତନ ଆଣିପାରିବ ବୋଲି ସଂଗଠନ ବିଶ୍ୱାସ ପ୍ରକାଶ କରିଛି।



କଟକ ରୁ କାଁହୁ ଚରଣ ବାରିକ ଙ୍କ ରିପୋର୍ଟ
ନବଦୂତ News