Hot Posts

6/recent/ticker-posts

ବିଭାଗ ଥିବ ହେଲେ ଜଙ୍ଗଲ ନଥିବ

ଝରୀଗାଁ, ୦୫/୦୬ ( ନକୁଳ ଭତ୍ରା ) : ଝରୀଗାଁ ଅଞ୍ଚଳ ଏବେ ଜଙ୍ଗଲ ଶୂନ୍ୟ, କେବଳ ବୃକ୍ଷ ରୋପଣ ନାମରେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ ହେଉଛି ହେଲେ ପ୍ରକୃତ ଜଙ୍ଗଲ କୁ ସୁରକ୍ଷା ମିଳିପାରୁନାହିଁ. ତେବେ ଚଳିତ 54 ତମ ବିଶ୍ୱ ପରିବେଶ ଦିବସ ରେ ହାତରେ ବ୍ୟାନର ଧରି ବୃକ୍ଷ ରୋପଣ ନାମରେ ଉଠା ଯାଇଥିବା ଫୋଟୋ ଟି ବୟାନ କରୁଛି ଏହା କେବଳ କାର୍ଯ୍ୟକ୍ରମ ପାଳନ ନାମରେ ପରିହାସ ମାତ୍ର। ସେପଟେ ସମ୍ପୂର୍ଣ ଜଙ୍ଗଲ ଧ୍ବଂସ ପାଇବାକୁ ବସିଥିବା ବେଳେ ଝରୀଗାଁ ବନ ବିଭାଗ କେବଳ ପ୍ରତି ବର୍ଷ ଲକ୍ଷାଧିକ ବୃକ୍ଷ ରୋପଣ କରୁଥିବା ଦେଖାଯାଉଛି ସିନା ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରି ଚାରା ସୃଷ୍ଟି କରି ଏହାର ରୋପଣ ପରେ ଏହା କେତେଦୂର ଫଳପ୍ରଦ ହେଉଛି ତାହା ଅନୁଧ୍ୟାନ କରାଯାଉନାହିଁ , ଏହାର ସୁରକ୍ଷା ପ୍ରତି ମଧ୍ୟ ଯଦି ଗୁରୁତ୍ୱ ଦିଆଯାଇଥାନ୍ତା ତେବେ ଏହାର ଉଧେଶ୍ୟ ସାକାର ହୋଇପାରିଥାନ୍ତା। ଜଙ୍ଗଲ ପରିପୂର୍ଣ୍ଣ ଝରୀଗାଁ ଏବେ ଦିନକୁ ଦିନ ଜଙ୍ଗଲ ଶୂନ୍ୟ ହେବାକୁ ବସିଲାଣି, ଲଣ୍ଡା ପାହାଡ଼ ଗୁଡିକରେ ଏବେ ମକା ଏବଂ ନୀଳଗିରି ଚାଷ କରାଯାଉଥିବା ଦେଖିବାକୁ ମିଳୁଛି ଏ ବାବଦରେ କିଏ ଏବଂ କାହାଠାରୁ ଅନୁମତି ନିଆଯାଇଛି ତାହା ମଧ୍ୟ ଆଲୋଚନାର ବିଷୟ ଅଟେ ପରିବେଶ ସନ୍ତୁଳନ ପାଇଁ ବୃକ୍ଷ ର ଗୁରୁତ୍ୱ ଯେତିକି ଏହା ର ସୁରକ୍ଷା ଲାଗି ଉଦ୍ଧିଷ୍ଟ ଜଙ୍ଗଲ ବିଭାଗର ଭୂମିକା ମଧ୍ୟ ସେତିକି ଯଦି ଜଙ୍ଗଲ ବିଭାଗ ଏହିଭଳି ଦାୟିତ୍ୱହିନ କାର୍ଯ୍ୟ କରେ ତେବେ ଆଗାମୀ ଦିନରେ କେବଳ ବିଭାଗ ଥିବ ହେଲେ ଜଙ୍ଗଲ ନଥିବ.