ସାପ କାମୁଡ଼ାରେ ଯୁବଙ୍କ ଅକାଳ ମୃତ୍ୟୁ
କଟକ, ୦୫/୦୬ ( କାହୁଁ ଚରଣ ବାରିକ ) : କଟକ ନରସିଂହପୁର ବ୍ଲକ ଅନ୍ତର୍ଗତ ବ୍ରହ୍ମପୁରା ଗ୍ରାମର ଅରୁଣ କୁମାର ବେହେରାଙ୍କ ପୁଅ ରାହୁଲ ବେହେରା ସାପ କାମୁଡ଼ାରେ ଅକାଳ ବିୟୋଗ ଘଟିଛି | ପ୍ରାଥମିକ ସୂଚନା ଅନୁଯାୟୀ ବିଳମ୍ବିତ ରାତ୍ରରେ ରାହୁଲଙ୍କୁ ସାପ କାମୁଡ଼ିଥିଲା | ସଙ୍ଗେସଙ୍ଗେ ତାଙ୍କୁ ନରସିଂହପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା | ଅବସ୍ଥା ଗୁରୁତର ହେବାରୁ କଟକ ବଡ଼ ଡାକ୍ତରଖାନା ନେଉଥିବାବେଳେ ତାଙ୍କର ମୃତ୍ୟୁ ଘଟିଥିଲା | ତାଙ୍କ ବିୟୋଗରେ ସ୍ଥାନୀୟ ଅଞ୍ଚଳରେ ଛାୟା ଖେଳିଯାଇଛି |