କଳାହାଣ୍ଡି, ୧୮/୦୬ ( ବିଷ୍ଣୁ ଚରଣ ସ୍ୱାଇଁ ) : ପୁରୁଣା ଜଳ ସମ୍ପଦ ଉତ୍ସର ପୁନରୁଦ୍ଧାର ଓ ଜଳର ଠିକ୍ ପରିଚାଳନା କରିବା ହିଁ ବର୍ତ୍ତମାନର ଆହ୍ବାନ। ବର୍ତ୍ତମାନ ଜଳ ବାୟୁ ପରିବର୍ତ୍ତନର ପ୍ରଭାବ ଯୋଗୁଁ ଆମକୁ କୃଷି ଠୁ ଆରମ୍ଭ କରି ଜୀବନ ଚଯ୍ୟା ପ୍ରତେକ୍ କ୍ଷେତ୍ରରେ ଜଳ ର ସଠିକ୍ ବିନିଯୋଗ ଓ ସଂରକ୍ଷଣ ଆବଶ୍ୟକତା ଅଛି । ଓଡ଼ିଶା ଜଳ ସମ୍ମିଳନୀ ୨୦୨୬ ରେ ଉପସ୍ଥିତ ଅତିଥି ପ୍ରମୁଖ ମବ୍ୟକ୍ତ କରିଛନ୍ତି। କଳାହାଣ୍ଡି ଜିଲ୍ଲା ର ବାଦଲି ସ୍ଥିତ କିସ୍ କ୍ୟାମ୍ପସରେ ଅନୁଷ୍ଠିତ ହେଉଥିବା ଏହି ଦୁଇ ଦିନିଆ ସମ୍ମିଳନୀକୁ କଳାହାଣ୍ଡି ଜିଲ୍ଲା ପ୍ରଶାସନ ଓ କୋଆଲେସନ ଫର୍ ଚେଞ୍ଜ ଇନ ଓଡିଶା ଓ କିସ ଆୟୋଜନ କରୁଛନ୍ତି।ସମ୍ମିଳନୀକୁ ମୁଖ୍ୟ ଉନ୍ନୟନ ଅଧିକାରୀ, ଜିଲ୍ଲା ପରିଷଦ, କଳାହାଣ୍ଡି ସୌମ୍ୟରଞ୍ଜନ ପ୍ରଧାନ ଉଦଘାଟନ କରିବା ସହ ଷ୍ଟଲ ପରିଦର୍ଶନ କରିଥିଲେ। ସମ୍ମିଳନୀର ପ୍ରଥମ ଅଧିବେଶନ ରେ ପ୍ରଦ୍ୟୁମ୍ନ କୁମାର ଦାସ,ପିଏ ଆଇ ଟି ଡିଏ , ପାର୍ବତୀ ପଟ୍ଟନାୟକ, ଭି ବି ଜିରାମ ଜି, ଜିଲ୍ଲା ସଂଯୋଜକ, ସାଗରୀକା ପ୍ରଧାନ, ଏପିଡି ଜଳ ଛାୟା ମିଶନ , କୁମୁଦିନୀ ମିଶ୍ର ଜୀବନଜୀବିକା ବିଶେଷଜ୍ଞ , ଚନ୍ଦନ କୁମାର ବେହେରା, ଡିପିଏମ ଓଡିଶା ଜୀବିକା ମିଶନ, ଅମିତାଭ ପଣ୍ଡା, ବଶିଷ୍ଠ ବୈଜ୍ଞାନିକ କୃଷି ବିକାଶ କେନ୍ଦ୍ର, ଦୋଳଗୋବିନ୍ଦ ପଣ୍ଡା, ପ୍ରଦାନ ପ୍ରମୁଖ ମଞ୍ଚାସିନ ଥିବାବେଳେ କର୍ତ୍ତବ୍ୟ ର ମୁଖ୍ୟ ଅଶୋକ ପଟ୍ଟନାୟକ ସଂଯୋଜନା କରିଥିଲେ। ଦ୍ୱିତୀୟ ଅଧିବେଶନ ରେ ଜଳ ପରିଚାଳନାରେ ଓଡିଶା ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥିତିରେ ପହଞ୍ଚିଛି । ରାଜ୍ୟରେ ପ୍ରତିବର୍ଷ ହାରାହାରି ୧୪୦୦-୧୫୦୦ ମିଳିଲିଟର ବର୍ଷା ହେଉଥିବା ବେଳେ ମଧ୍ୟ ଋତୁ ଅନୁଯାୟୀ ଅସମାନ ରହିଛି। ପଶ୍ଚିମ ଓଡିଶାର ଜିଲ୍ଲା ଗୁଡିକ ମରୁଡି ସମ୍ମୁଖୀନ ହେଉଥିବା ବେଳେ ଉପକୂଳର ଜିଲ୍ଲା ଗୁଡିକ ବନ୍ୟାର ସମ୍ମୁଖୀନ ହେଉଛି। ଏହି ଅଧିବେବେଶନ ରେ ବରିଷ୍ଠ ସାମ୍ବାଦିକ ଉମାଶଙ୍କର କର, ବରିଷ୍ଠ ସାମ୍ବାଦିକ ଅଜିତ ପଣ୍ଡା, ଗ୍ରାମବିକାଶ ର ବିଶ୍ୱଜିତ ସାହୁ, କର୍ତ୍ତବ୍ୟର ଅଶୋକ ପଟ୍ଟନାୟକ, ସେବକର ବର୍ଷାରାଣୀ ସାହୁ, ଦାପ୍ତାର ଆଦର୍ଶ ଶର୍ମା, ଜନମୁକ୍ତି ଅନୁଷ୍ଠାନର ଭଜରାମ ସାହୁ, ହର୍ଷା ଟ୍ରଷ୍ଟର ରାଜେଶ ବାରିକ, ଆଶାର ଟୁବୁ ସେଠୀ,ଏଫି ଏସ ର ସଂଜୀବ ସାହୁ ପ୍ରମୁଖ ମଞ୍ଚାସିନ ଥିଲେ । ଏହି ଅଧିବେଶନ କୁ ସିପିଏସଡବ୍ଲୁ ର ବିରଞ୍ଚି ମହାପାତ୍ର ପରିଚାଳନା କରିଥିଲେ। ତୃତୀୟ ଅଧିବେଶନ ରେ ସନ୍ତୋଷ ଖଣ୍ଡାଇ, ରିଲାଏନ୍ସ ଫାଉଣ୍ଡେସନ, ଦୁଷ୍ମନ୍ତ ପ୍ରଧାନ ସହକାରୀ କାର୍ଯ୍ୟ ନିର୍ବାହୀ କିସ, କଳସି ସୁନା, ଜିପି ଏଲ ଏସ, ଜିମୁତ ବାହାନ ହରପାଳ ସରପଞ୍ଚ ଖଲିଆପାଲି, ସଂଯୁକ୍ତା ରଣବିଡ଼ା କୃଷି ମିତ୍ର ଯୁଜୁମରା, ବିଜୟ କୁମାର ପ୍ରଧାନ ମା ମଙ୍ଗଳା ପାଣି ପଞ୍ଚାୟତ,ବର୍ଷାରାଣୀ ସାହୁ, ସେୱକ, ସୁନ୍ଦରଗଡ଼, ତପନ କୁମାର ଖୋସଲା,ଏଫ ଇ ଏସ କୋରାପୁଟ ମୋହନ ଶବର ଗୋକୁଳେଶ୍ୱର, ପ୍ରିୟଙ୍କା ପ୍ରଧାନ, ମହାଶକ୍ତି ଫାଉଣ୍ଡେସନ, ଚକ୍ରଧର ମାଝୀ ପ୍ରମୁଖ ମଞ୍ଚାସିନ ଥିଲେ। ଆଗାମୀ ୩ବର୍ଷ ପାଇଁ ଜଳ ସମୃଦ୍ଧ ଗ୍ରାମ ନିମନ୍ତେ ଯୋଜନା ପ୍ରସ୍ତୁତି ପାଇଁ ଲକ୍ଷ ରଖା ଯାଇଛି। ଏହି ସମ୍ମିଳନୀ ରେ କଳାହାଣ୍ଡି ସମେତ ନୂଆପଡା, ବଲାଙ୍ଗୀର, କନ୍ଧମାଳ, ବରଗଡ଼, ସୁନ୍ଦରଗଡ଼, ସମ୍ବଲପୁର, କୋରାପୁଟ ଜିଲ୍ଲା ର ସମାଜସେବୀ, ଚାଷୀ, ଗ୍ରାମ୍ୟ ଉନ୍ନୟନ କମିଟି, ପାଣି ପଞ୍ଚାୟତ ପ୍ରମୁଖର ପ୍ରତିନିଧି ଭାଗ ନେଇଥିଲେ।
କଳାହାଣ୍ଡି ଜିଲ୍ଲା ପ୍ରତିନିଧି ବିଷ୍ଣୁ ଚରଣ ସ୍ୱାଇଁ ଙ୍କ ରିପୋର୍ଟ
