Hot Posts

6/recent/ticker-posts

ଭଦ୍ରଜ-ପୋଲିସ ଏନକାଉଣ୍ଟର ରେ ଦୁର୍ଦାନ୍ତ ଅପରାଧୀ ପପୁ।

ଭଦ୍ରକ ୧୧/୦୬ ( ନବଦୂତ ) : ଦୁଚନାମୁତାବିକ-ଗତକାଲି ରାତ୍ରୀରେ ଗ୍ରାମାଞ୍ଚ ନୂଆସାଇ ରେ ପପୁ ଓ ତା ସାଥି ଲୁଟପାଇଁ ଯୋଜନାକରୁଥିବା ବେଳେ ପୋଲିସ ଗୁଳି ରେ ଦୁର୍ଦାନ୍ତ ଅପରାଧୀ ପପୁ ଆହତ । ପ୍ରାପ୍ତ ଖବର ମୁତାବିକ ଗତକାଲି ରାତ୍ରୀ ରେ ଭଦ୍ରକଜିଲା ଗ୍ରାମାଞ୍ଚଳ ଥାନା ନୂଆ ସାଇ ଅଂଚଳ ରେ କୁଖ୍ୟାତ ଅପରାଧୀ ପ୍ରଫୁଲ ମଲ୍ଲିକ ଓରଫ ପପୁ ତାର ଜଣେ ସାଙ୍ଗ ସହ ମିଶି ଏକ ଗୁପ୍ତ ଜାଗରେବସି ଲୁଟପାଟ ପାଇଁ ଯୋଜନା କରୁଥିବା ର ଖବର ପାଇ ଭଦ୍ରକ ଗ୍ରାମାଞ୍ଚଲ ପୋଲିସ ଟିମ ପହଂଚିବା ଦେଖି ସେ ତୁରନ୍ତ ପୋଲିସ ଉପରକୁ ଉଲଟାଗୁଳି ଚଳାଇ ଫେରାର ହୋଇଯିବା ବେଳେ ପୋଲିସ ପ୍ରଫୁଲକୁ ଏନକାଉଣ୍ଟ କରିଥିଲା ତାହାର ସାଥିରେ ଥିବା ଅନ୍ୟଜଣେ ଫେରାର ହୋଇଯାଇଥିଲା ଦୁର୍ଦାନ୍ତଅପରାଧୀ ପ୍ରଫୁଲ ଡାହାଣ ଗୋଡ଼ରେ ଗୁଳିବାଜିବା ଯୋଗୁ ତାକୁ ଭଦ୍ରକ ମେଡିକଲରେ ଭର୍ତ୍ତି କରାଯାଇଛି। ଦୁର୍ଦାନ୍ତ ଅପରାଧୀ ପ୍ରଫୁଲ ମଲ୍ଲିକ ଓରଫ ପପୁ ନାମରେ ବାଲେଶ୍ୱର ଓ ଭଦ୍ରକ ଅଞ୍ଚଳ ଥାନାରେ ୨୨ଟି ରୁ ଅଧିକ କେଶ ଥିବାବେଳେ ଦୁର୍ଦାନ୍ତ ଅପରାଧୀ ପପୁ ସାଧାରଣ ଲୋକଙ୍କୁ ଭୟଭୀତକରି ରଖୁଥିବାର ସୂଚନା ମିଳିଛି।