ବାଲେଶ୍ୱର, ୧୦/୬ ( ପ୍ରଭାକର ମଲ୍ଲିକ ) : ଗାନ୍ଧୀଜୀଙ୍କ ଅଗମନୀ ଦିବସରେ ଅମର୍ଦାରୋଡ ନଟାକଟା ପଞ୍ଚାୟତ ସ୍ଥିତ ୟୁନାଇଟେଡ କାଲଚୁରାଲ ଏଣ୍ଡ ସ୍ପୋର୍ଟସ ଆସୋସିଏସନର କାର୍ଯ୍ୟାଳୟରେ ସୋମବାର ଏକ ବୈଠକ ଅନୁଷ୍ଠିତ ହୋଇଥିଲା।ପ୍ରକାଶ ଥାଉ କି ଯେ,୧୯୩୪ ମସିହା ଜୁନ ୭ ତାରିଖ ଦିନ ଗାନ୍ଧୀଜି ଙ୍କ ପଦଯାତ୍ରା ଭଦ୍ରକ ଠାରେ ସମାପ୍ତ ହୋଇଥିଲା।ଜୁନ ୮ ତାରିଖରେ ରେଳ ଯୋଗେ ଭଦ୍ରକରୁ ଖଡ଼ଗପୁର ଦେଇ ୱ୍ବାର୍ଦ୍ଧା ଅଭିମୁଖେ ଯାତ୍ରା ଅବସରରେ ସିମୁଳିଆ (ମାର୍କୋଣା), ସୋର, ବାଲେଶ୍ଵର, ହଳଦି ପଦା, ଅମର୍ଦାରୋଡ, ଜଳେ ଶ୍ୱର ଏବଂ ଖଡ଼ଗପୁର କିଛି ସମୟ ରହି ଅଗ ଣିତ ଜନସାଧାରଣ ଙ୍କୁ ଦେଶପ୍ରେମର ଉଦବୁଦ୍ଧ କରିବା ସଙ୍ଗେ ସଙ୍ଗେ ଦେଶର ସ୍ବାଧୀ ନତା ପାଇଁ ପାଣ୍ଠି ସଂଗ୍ରହ କହିଥିଲେ।ଏହି ସମୟରେ ହଳଦିପଦା ଠାରୁ ଅମର୍ଦାରୋଡ ପର୍ଯ୍ୟନ୍ତ ୩୭ ଟଙ୍କା ସଂଗୃହିତ ହୋଇ ମହାତ୍ମା ଗାନ୍ଧୀ ଜୀଙ୍କୁ ପ୍ରଦାନ କରାଯାଇଥିଲା।ଜାତିର ଜନକ ମହାତ୍ମା ଗାନ୍ଧୀ (ବାପୁଜୀ) ଅମର୍ଦାରୋଡରେ ରହଣୀ ଅଞ୍ଚଳର ଅଧିବାସୀ ମାନଙ୍କ ପାଇଁ ଏକାନ୍ତ ଭାବରେ ଗର୍ବ ଏବଂ ଗୌରବର ବିଷୟ ବୋଲି ମନେ କରାଯାଏ । ଏହି ଦିବସଟି କୁ ଅଧିକ ସ୍ମରଣୀୟ କରିବା ପାଇଁ ୮/୬/୨୦୨୬ ରିଖ ସୋମବାର ସଂଧ୍ୟା ୭ ଘଟିକା ସମୟରେ ଆସୋସିଏସନର ବରିଷ୍ଠ ସଦସ୍ୟ ରାଜକିଶୋର ମହାନ୍ତିଙ୍କ ଆହ୍ବାନ କ୍ରମେ ଅମର୍ଦାରୋଡ ସ୍ଥିତ ୟୁନାଇ ଟେଡ କଲ୍ଚରାଲ ଏଣ୍ଡ ସ୍ପୋର୍ଟସ ଆସୋସିଏସନର କାର୍ଯ୍ୟାଳୟ ଠାରେ ଏକ ସଭା ଅନୁଷ୍ଠିତ ହୋଇଥିଲା। ଅନୁଷ୍ଠାନର ସଭାପତି ସାଫଲ୍ୟ କୁମାର ନନ୍ଦିଙ୍କ ପୌରହିତ ସଭାକାର୍ଯ୍ୟ ପରିଚାଳନା କରାଯାଇ ଥିଲା। ପ୍ରାରମ୍ଭରେ ଗାନ୍ଧୀଙ୍କ ଫଟୋ ଚିତ୍ରରେ ମାଲ୍ୟା ର୍ପଣ ଏବଂ ପୂଷ୍ପାର୍ଘ୍ୟ ପ୍ରଦାନ କରିଥିଲେ ଅଞ୍ଚଳର ବରିଷ୍ଠ ନାଗରିକ ପ୍ରସନ୍ନ କୁମାର ମିଶ୍ର ଏବଂ ଉପସ୍ଥିତ ଥିବା ଅନ୍ୟାନ୍ୟ ସଦସ୍ୟ ବୃନ୍ଦ ପରେ ପରେ ଗାନ୍ଧୀଙ୍କ ପ୍ରିୟ ଭଜନ ବୈଷ୍ଣବ ଜନ ତୋ ତେନେ କହିୟେ ଯେ ଆବୃତ୍ତି କରାଯାଇଥିଲା। ସମ୍ପାଦକ ଉମେଶ ଚନ୍ଦ୍ର ପ୍ରଧାନ ଉଦବୋଧନୀ ବକ୍ତବ୍ୟ ପ୍ରଦାନ କରିଥିବା ବେଳେ ଜଳେ ଶ୍ୱର ପୂର୍ବତନ ବିଧାୟକ ଦେବୀ ପ୍ରସନ ଚାନ୍ଦ ଯୋଗଦେଇ ମହାତ୍ମା ଗାନ୍ଧୀଙ୍କର ପଦଯାତ୍ରା,ଇତିହାସରେ ଅମର୍ଦାରୋଡକୁ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛି। ଯେଉଁଥି ପାଇଁ ଏ ମାଟି ଧନ୍ୟ ହୋଇଯାଇ ଛି।ଯାହା ଉତ୍ତର ପିଢ଼ି ଙ୍କ ନିମନ୍ତେ ପ୍ରେରଣା ହେବେ ଏଥିରେ ସନ୍ଧେହ ନାହିଁ ବୋଲି ମତବ୍ୟକ୍ତ କରିଥିଲେ।ଅବସର ପ୍ରାପ୍ତ ବରିଷ୍ଠ ଅଧ୍ୟାପକ ଡ:ପ୍ରଦୀପ କୁମାର ନାୟକ ଗାନ୍ଧୀ ଜୀଙ୍କ ରହଣି ଏ ଅଞ୍ଚଳକୁ ଗୌରାବାନିତ କରିଛି ଏବଂ ଏହା ସବୁଦିନ ପାଇଁ ଏକ ସ୍ମାରକୀ ଭାବେ ଜନମାନସରେ ନୂତନ ଆଶାର ସଞ୍ଚାର କରିବ ବୋଲି ମତବ୍ୟକ୍ତ କରିଥିଲେ।ଆବାହକ ରାଜ କିଶୋର ମହାନ୍ତି ଓଡ଼ିଶାରେ ଗାନ୍ଧୀ ଜି ଙ୍କ ହରିଜନ ପଦଯାତ୍ରାର ବିଶେଷ ଭାବରେ ବିବରଣୀ ପ୍ରଦାନ କରିଥିବା ବେଳେ କାମିଟିର ଉପସଭାପତି ଶୈଳେନ୍ଦ୍ର ମହାନ୍ତି, ସଦସ୍ୟ ତପନ କୁମାର ମିଶ୍ର, ରାମ ଚନ୍ଦ୍ର ଭୂୟାଁ, ଇନ୍ଦ୍ରଜିତ ଘୋଷ, ଅଚ୍ୟୁତା ନନ୍ଦ ଗିରି,ହରେଶ ଚନ୍ଦ୍ର ପ୍ରଧାନ, ଦିଲିପ କୁମାର ସାହୁ, ପ୍ରବୋଧ କୁମାର ଦାସ, ଭୁବନ କୁମାର ରଣା, ଲକ୍ଷ୍ମଣ ଚନ୍ଦ୍ର ପାତ୍ର, ମାନସ କୁମାର ରାଉଳ, ସପନ କୁମାର ଦାସ, ଅଜୟ କୁମାର ମହାପାତ୍ର, ପ୍ରୁଥୁନାଥ ମଣ୍ଡଳ, ଗୋପି କୃଷ୍ଣ ଦାସ,ବିନୋଦ କୁମାର ଦାସ,ତ୍ରିଲୋଚନ ଶୂର ସମେତ ବହୁ ବୁଦ୍ଧିଜୀବୀ ଓ ମାନ୍ୟ ଗଣ୍ୟ ବ୍ୟକ୍ତି ପ୍ରମୁଖ ଯୋଗଦେଇ ଥିଲେ।ଉକ୍ତ ସଭାରେ ଏହି ଅଞ୍ଚଳର ଜଣେ ଅବସର ପ୍ରାପ୍ତ ରେଳବାଇ କର୍ମଚାରୀ ତଥା ଆଧ୍ୟାତ୍ମିକ ବାଦୀ ବ୍ୟକ୍ତି ସ୍ବର୍ଗତ ପଞ୍ଚାନନ ଦେ ଙ୍କ ସ୍ମୃତିରେ ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲାl
ବାଲେଶ୍ୱର ଜିଲ୍ଲା ରୁ ପ୍ରଭାକର ମଲ୍ଲିକ ଙ୍କ ରିପୋର୍ଟ l
