ପଙ୍କୋଦ୍ଧାର_କାର୍ଯ୍ୟର_ସମୀକ୍ଷା କଟକ_ସହର_ପରିଷ୍କାର_ଅଭିଯାନ
କଟକ, ୦୫/୦୬ ( କାହୁଁ ଚରଣ ବାରିକ ) : କଟକ ସହରର ବିଭିନ୍ନ ଅଞ୍ଚଳରେ ଚାଲିଥିବା ପଙ୍କୋଦ୍ଧାର ଓ ନାଳ ସଫେଇ କାର୍ଯ୍ୟର ସମୀକ୍ଷା କରିଛନ୍ତି ବାରବାଟୀ-କଟକ ବିଧାୟିକା। ସିଏମସି କମିଶନରଙ୍କ ଉପସ୍ଥିତିରେ ସହରର ବିଭିନ୍ନ ସ୍ଥାନ ପରିଦର୍ଶନ କରି କାର୍ଯ୍ୟର ଅଗ୍ରଗତି ନେଇ ଅବଲୋକନ କରାଯାଇଥିଲା। ଆଗାମୀ ବର୍ଷା ଋତୁକୁ ଦୃଷ୍ଟିରେ ରଖି ଜଳ ନିଷ୍କାସନ ବ୍ୟବସ୍ଥାକୁ ସୁଦୃଢ଼ କରିବା, ନାଳଗୁଡ଼ିକରୁ ପଙ୍କ ଅପସାରଣ ଏବଂ ଜଳଜମା ସମସ୍ୟା ଦୂର କରିବା ଉପରେ ଗୁରୁତ୍ୱ ଦିଆଯାଇଥିଲା। ନିର୍ଦ୍ଧାରିତ ସମୟ ମଧ୍ୟରେ ପଙ୍କୋଦ୍ଧାର କାର୍ଯ୍ୟ ଶେଷ କରିବା ସହ ଗୁଣାତ୍ମକ କାମ କରିବାକୁ ସମ୍ପୃକ୍ତ ଅଧିକାରୀ ଓ କର୍ମଚାରୀଙ୍କୁ ପରାମର୍ଶ ଦିଆଯାଇଥିଲା।