Hot Posts

6/recent/ticker-posts

ଅଗ୍ନିବିପନ୍ନ ପୀଡିତଙ୍କୁ ସାମଗ୍ରୀ ବଣ୍ଟନ

ପୁରୀ, ୧୮/୦୬ ( ଗୋବିନ୍ଦ ପଣ୍ଡା ) : ପୁରୀ ଜିଲ୍ଲା ବ୍ରହ୍ମଗିରି ବ୍ଲକର ରାୟବିଧାର ପଞ୍ଚାୟତ ଅନ୍ତର୍ଗତ ଧର୍ମକୀର୍ତ୍ତି ଗ୍ରାମରେ ଭୟାବହ ଅଗ୍ନିକାଣ୍ଡ ଘଟି ପାଞ୍ଚଟି ପରିବାର ର ପ୍ରାୟ ୫୯ ବଖରା ସମ୍ପୂର୍ଣ୍ଣ ପୋଡି ନଷ୍ଟ ହୋଇଯାଇଛି । ଲକ୍ଷ୍ମୀଧର ରାଉତ,ମାନସ ରଞ୍ଜନ ରାଉତ, ସୁଧାଂଶୁ ଶେଖର ମହାନ୍ତି,ରଙ୍କ ନିଧି ସାହୁ,ସାରଙ୍ଗଧର ସାହୁଙ୍କ ଘର ସମ୍ପୂର୍ଣ ପୋଡ଼ି ନଷ୍ଟ ହୋଇଯାଇଛି। ଅନ୍ନପୂର୍ଣ୍ଣା ଚାରିଟେବୁଲ ଟ୍ରଷ୍ଟ ପୁରୀ ପକ୍ଷରୁ ଶାଢ଼ୀ,ପୁରୁଷ ପିନ୍ଧା ଲୁଗା,ଗାମୁଛା,ଡାଲି, ଚୁଡ଼ା, ଗୁଡ, ଶୁଖିଲା ଖାଦ୍ୟ ଆଦି ସମାଜସେବୀ କେଶବ ଚନ୍ଦ୍ର ନାୟକ,ଜଗନ୍ନାଥ ବାରିକ,ପୂର୍ବତନ ଶିକ୍ଷାଧିକାରୀ ବିପିନ ଦଳ ବେହେରା, ଧରମ୍ କୀର୍ତ୍ତି କଲେଜ ର ମାନସ ପରିଡ଼ା,ଆଦିକନ୍ଦ ପରିଡ଼ା ଓ ଅନୁଷ୍ଠାନର ଉପଦେଷ୍ଟା ତରୁଣ କବି ଦାମୋଦର ପରିଡ଼ା, ପ୍ରହଲ୍ଲାଦ ପରିଡ଼ା, ପ୍ରତାପ ଚନ୍ଦ୍ର ଦାସ, ଡକ୍ଟର ପ୍ରମୋଦ କୁମାର ଆଚାର୍ଯ୍ୟ ପ୍ରମୁଖ ଉପସ୍ଥିତ ରହି ପୀଡିତ ପରିବାର ମାନଙ୍କୁ ଏହି ନିତ୍‌ଯ ବ୍‌ଯବହାର୍ଯ୍‌ଯ ସାମଗ୍ରୀ ବଣ୍ଟନ କରିଥିଲେ ।