Hot Posts

6/recent/ticker-posts

କାମରେ ଆସୁନି ଭେଣ୍ଡିଂ ଜୋନ୍,ଖୋଲା ଆକାଶ ତଳେ ଚାଲିଛି କୃଷକ ବଜାର

ଫୁଲବାଣୀ, ୧୮/୦୬ ( ସୁରେନ୍ଦ୍ର ମାଝୀ ) : କଥାରେ ଅଛି ସରକାର କା ମାଲ ଦରିଆ ମେ ଡାଲ୍, ଏକଥା ଆମେ କହୁନୁ ଏହି ଚିତ୍ର ହିଁ ବୟାନ କରୁଛି ଯେ ସରକାର ଙ୍କ ଲକ୍ଷାଧିକ ଟଙ୍କା ଖର୍ଚ୍ଚ ହେଉଛି କିନ୍ତୁ କୃଷକ ଙ୍କ କାମରେ ଲାଗୁନି, ୨୦୧୫ ମସିହାରେ ବାଲିଗୁଡା ଗ୍ରାମ ପଞ୍ଚାୟତ ଥିବା ସମୟ ରେ ନିର୍ମିତ ଥିବା ଭେଣ୍ଡିଙ୍ଗ ଜୋନ୍ ଦୀର୍ଘ ବର୍ଷ ଧରି ପରିତ୍ୟକ୍ତ ଅବସ୍ଥାରେ ପଡି ରହିଥିବା ବେଳେ ତତ୍କାଳୀନ ଉପ ଜିଲ୍ଲାପାଳ ତଥା ବାଲିଗୁଡା ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍ୟ ନିର୍ବାହୀ ଦାୟିତ୍ୱ ରେ ଥିବା ଶୁଭଙ୍କର ମହାପାତ୍ର ୨୦୨୨ ମସିହାରେ ଲକ୍ଷାଧିକ ବ୍ୟୟ ଅଟକଳ ରେ ଭେଣ୍ଡିଙ୍ଗ ଜୋନ୍ ର ପୁନଃ ଉଦ୍ଧାର କରିବା ସହିତ ଶୀତ ତାପ ନିୟନ୍ତ୍ରିତ ଏକ ବିଲ୍ଡିଂ ନିର୍ମାଣ କରି ଚାଷୀ ଙ୍କ ଠାରୁ ତଟକା ପନିପରିବା କିଣି କନ୍ଧମାଳ ଫ୍ରେସ ନାମକ ଏକ ଅନୁଷ୍ଠାନ କରି ତଟକା ପନିପରିବା ବିକ୍ରୀ ଵ୍ୟଵସ୍ଥା କରିଥିଲେ l ଛଅ ମାସ ନ ପୁରୁଣୁ ତାହା ତ ବନ୍ଦ ହୋଇଗଲା ସେମିତି ବ୍ୟବସାୟ ନ ହେବାରୁ ଚାଷୀ ଭେଣ୍ଡିଙ୍ଗ ଜୋନ୍ କୁ ହିଁ ନ ଯାଇ ରାସ୍ତା କଡ଼ରେ ନିଜ ଉତ୍ପାଦିତ ପନି ପରିବା ବିକ୍ରୟ କଲେ ଚାଷୀ, ପ୍ରଶାସନ ଚାଷୀ ଙ୍କୁ ଉଠାଇବା ପରେ ବାଲିଗୁଡା କଲ୍ୟାଣ ମଣ୍ଡପ ନିକଟ ରେ ଖୋଲା ଆକାଶ ତଳେ ଚାଲିଛି କୃଷକ ବଜାର l ଏପଟେ ବର୍ଷକୁ ଥରେ ବାଲିଗୁଡା ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇ ମରାମତି ଚାଲିଛି, ତେବେ କାହା ସ୍ୱାର୍ଥରେ ଟଙ୍କା ଖର୍ଚ୍ଚ ହେଉଛି, ବ୍ୟବସାୟ ତ ହେଉନି ସେଠାକୁ ପୁଣି ଚାଷୀ ଯିବେତ ଏହିଭଳି ଅନେକ ପ୍ରଶ୍ନ ସୃଷ୍ଟି ହୋଇଛି, ଯଦି ଓ ଲୋକଙ୍କ ସରକାର କୃଷକ ଙ୍କ ଉନ୍ନତି ଚାହୁଁଛି ତେବେ କୃଷକ ଙ୍କୁ କଲ୍ୟାଣ ମଣ୍ଡପ ନିକଟରେ ସ୍ଥାୟୀ କୃଷକ ବଜାର ନିର୍ମାଣ କରିବାକୁ ବିଭିନ୍ନ ମହଲରେ ଦାବୀ ହୋଇଛି l