Hot Posts

6/recent/ticker-posts

ଧର୍ମଗଡ ଉପଖଣ୍ଡ ରକ୍ତ ଭଣ୍ଡାର ବନ୍ଦ କୁ ନେଇ ଜନଅସନ୍ତୋଷ

ଧର୍ମଗଡ, ୨୧/୦୬ ( ରିତେଶ କୁମାର ମୁଣ୍ଡ ) : କଳାହାଣ୍ଡି ଜିଲ୍ଲାର ଧର୍ମଗଡ ଉପଖଣ୍ଡ ଚିକିତ୍ସାଳୟ ର ରକ୍ତଭଣ୍ଡାର ବନ୍ଦ କୁ ନେଇ ଧର୍ମଗଡ଼ ଉପଖଣ୍ଡ ଅଞ୍ଚଳରେ ଜନ ଅସନ୍ତୋଷ ଓ ଉଦବେଗ ପ୍ରକାଶ ପାଉଛ, ଉକ୍ତ ରକ୍ତଭଣ୍ଡାର କୁ ଯଥାଶୀଘ୍ର କାର୍ଯ୍ୟକ୍ଷମ କରିବାପାଇଁ ବିଜୁ ଜନତା ଦଳ ଧର୍ମଗଡ ପକ୍ଷରୁ ଧର୍ମଗଡ଼ ଉପଜିଲ୍ଲାପାଳ ଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ ଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି, ୨୦୦୪ମସିହାରେ ତତ୍କାଳୀନ ଧର୍ମଗଡ ଉପଜିଲ୍ଲାପାଳ ଭି. କାର୍ତ୍ତିକେୟନ ପାଣ୍ଡିଆନ ଙ୍କ ଉଦ୍ୟମରେ ଉକ୍ତ ରକ୍ତଭଣ୍ଡାର ନିର୍ମାଣ ହୋଇଥିଲା ଓ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଲୋକାର୍ପଣ କରିଥିଲେ, ଫଳରେ ଧର୍ମଗଡ ଉପଖଣ୍ଡ ର ଧର୍ମଗଡ, କୋକସରା, ଜୟପାଟଣା, କଳମପୁର, ଜୁନାଗଡ଼, ଗୋଲାମୁଣ୍ଡା ବ୍ଲକ ଓ ପଡୋଶୀ ନୂଆପଡା,ନବରଙ୍ଗପୁର ଜିଲ୍ଲା ତଥା ଛତିଶଗଡ ରାଜ୍ୟର ସୀମାନ୍ତ ଅଂଚଳର ହଜାର ହଜାର ରୋଗୀ ଧର୍ମଗଡ଼ ଉପଖଣ୍ଡ ରକ୍ତଭଣ୍ଡାର ଉପରେ ନିର୍ଭର କରୁଥିଲେ କିନ୍ତୁ ଗତ ୬ତାରିଖ ଦିନ ଠାରୁ ଓଡିଶା ସରକାର ଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ରକ୍ତଭଣ୍ଡାର ନିରୀକ୍ଷଣ ରେ ଆସି ରକ୍ତଭଣ୍ଡାର ର ଆବଶ୍ୟକୀୟ ଦଲିଲପତ୍ର ଦାଖଲ ହୋଇନଥିବାରୁ ରକ୍ତଭଣ୍ଡାର ବନ୍ଦ କରିଦେଥିବା ଉପଖଣ୍ଡ ଚିକିତ୍ସାଧୀକାରୀ ଡାକ୍ତର ସଦାନନ୍ଦ ପାଣିଗ୍ରାହୀ ସୂଚନା ଦେଇଛନ୍ତି ଯାହାଫଳରେ ସ୍ୱାସ୍ଥ୍ୟ ବିଭାଗ ର ଅବହେଳା କୁ ପଦାରେ ପକାଇଦେଛି, ଜରୁରୀ କାଳୀନ ଚିକିତ୍ସା ପାଇଁ ରକ୍ତ ମିଳୁନଥିବାରୁ ଆଜି କୋକସରା ଥାନା ଛତା ଗହିରା ଗ୍ରାମର ପ୍ରିୟାଂଶୁ ଦୁର୍ଗା ନାମକ ଏକ ତିନି ବର୍ଷ ର ଶିଶୁ କୁ ଭବାନୀପାଟଣା ଡାକ୍ତରଖାନା ରେଫର କରାଯାଇଥିଲା ଫଳରେ ଠିକ ସମୟରେ ରକ୍ତ ମିଳିପାରିନଥିବାରୁ ସେଠାରେ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି, ଏଣୁ ବନ୍ଦ କରିଦେଇଥିବା ରକ୍ତଭଣ୍ଡାରକୁ ପୁନଃ ଚାଲୁକରିବାରେ ଦୃଢ଼ ପଦକ୍ଷେପ ନେବାକୁ ବିଜେଡି ଧର୍ମଗଡ ପକ୍ଷରୁ ଦାବି ହେଉଛି ନଚେତ ଆଗାମୀଦିନରେ ଆନ୍ଦୋଳନ କୁ ଓହ୍ଲାଇବାକୁ ଚେତାବନୀ ଦିଆଯାଇଛି, ଦାବିପତ୍ର ପ୍ରଦାନ ସମୟରେ ବିଜେଡି ବ୍ଲକ ସଭାପତି ଡାକେ ଲହଜଳ, ବ୍ଲକ ସଭାନେତ୍ରୀ ମମତା ରାଣୀ ଗୋପାଳ,ରାଜ୍ୟ ସମ୍ପାଦିକା ହୀରା ବାଗ,ପୂର୍ଵ ସମାଜ କଲ୍ୟାଣ ବୋର୍ଡ ଅଧ୍ୟାକ୍ଷା କଲ୍ୟାଣୀ ନାଏକ, ସନ୍ତୋଷ ପାଢୀ, ଜାଗା ସାହୁ, ଧନିରାମ ଗୋପାଳ, ରତନ ନାଏକ, ପ୍ରମୋଦ ହଂସ,ଆଇନ ଜୀବି ରାଜେନ୍ଦ୍ର ମୁନି,ଜିଲ୍ଲା ସାଧାରଣ ସମ୍ପାଦକ ବେଣୁଧର ନାଏକ, ପିଣ୍ଟୁ ତିୱାରୀ ପ୍ରମୁଖ ଉପସ୍ଥିତ ଥିଲେ