ଜିଲ୍ଲା ଆଇନ ସେବା ପ୍ରାଧିକରଣର ଉଦ୍ୟମ: ସାହାପଡାରେ ଅନୁଷ୍ଠିତ ହେଲା ଆଇନ ଜାଗରଣ କାର୍ଯ୍ୟକ୍ରମ
ଯାଜପୁର, ୧୩/୦୬ ( ନିରୋଜ କୁମାର ସେଠୀ ) : ଜିଲ୍ଲା ରସୁଲପୁର ବ୍ଲକ ଅନ୍ତର୍ଗତ ସାହାପଡା ଜୟନ୍ତୀ ପାଠାଗାର ସମ୍ମୀଳନୀ କକ୍ଷରେ ଜିଲ୍ଲା ଆଇନ୍ ସେବା ପ୍ରଧିକରଣ ଯାଜପୁର ତରଫରୁ ବରିଷ୍ଠ ନାଗରିକ ଓ ପିଲାମାନଙ୍କୁ ନେଇ ଏକ ଆଇନ୍ ସଚେତନତା ସଭା ଅନୁଷ୍ଠିତ ହୋଇଥିଲା। ଏଥିରେ ଗାଁ ରୁଦ୍ରନାରାୟଣ ପୃଷ୍ଠୀ ଙ୍କ ଅଧ୍ୟକ୍ଷତାରେ ଆଇନ୍ ସଚେତନତା ସଭାରେ ବରିଷ୍ଠ ଓ ପିଲା ମାନଙ୍କ ଅଧିକାର, ଟିକି କାର୍ଯ୍ୟ ଓ ଧାରି ବିଷୟରେ ବୁଝାଇ ଥିଲେ।ସେବା ପ୍ରାଧିକରଣ ସମ୍ପାଦକ ମହୋଦୟା, ଯାଜପୁର ଉପଜିଲ୍ଲାପାଳ ମହୋଦୟା , ଲିଡ ବ୍ୟାଙ୍ଗର ଶାଖା ପରିଚାଳକ, ଶ୍ରୀ ବ୍ଲକ ର ଶ୍ରମ ଅଧିକାରୀ, ଯାଜପୁର ସାଇବର ଥାନା ଅଧିକାରୀ, ଜୟନ୍ତୀ ପାଠାଗାର ସମ୍ପାଦୀକା, ଅତିଥି ଭାବେ ଯୋଗଦାନ କରିଥିଲେ। ଶେଷରେ ଜୟନ୍ତୀ ପାଠାଗାରର ଯୁନ୍ନ ସମ୍ପାଦକ ଶରତ ଚନ୍ଦ୍ର ରାଉତ ସମସ୍ତକୁ ଧନ୍ୟବାଦ୍ ଅର୍ପଣ କରିଥିଲେ। ବରିଷ୍ଠ ନାଗରିକ ଗୃହର କର୍ମଚାରୀ ଓ ସଭାପତି ସତ୍ୟ ସୁନ୍ଦର ସାହୁ ସଭା ପରିଚାଳନାରେ ସହଯୋଗ କରିଥିଲେ!