*ଲଇକେରାରେ "ବିଶ୍ୱ ପରିବେଶ ଦିବସ-୨୦୨୬" ଉପଲକ୍ଷେ ସ୍ୱତନ୍ତ୍ର ଗ୍ରାମସଭା ଅନୁଷ୍ଠିତ*

ଲଇକେରା, ୫/୬ ( ନବଦୂତ ) : ଝାରସୁଗୁଡା ଜିଲ୍ଲା ବ୍ଲକ ମୂଖ୍ୟାଳୟ ସ୍ଥିତ ଗ୍ରାମପଞ୍ଚାୟତ ସଭାଗୃହଠାରେ ବିଶ୍ୱ ପରିବେଶ ଦିବସ-୨୦୨୬ ଉପଲକ୍ଷେ ଏକ ସ୍ୱତନ୍ତ୍ର ଗ୍ରାମସଭା ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ସରପଞ୍ଚ ପ୍ରିୟମ୍ୱିଦା ବେହେରା ସଭାରେ ସଭାପତିତ୍ତ୍ୱ କରିଥିଲେ ।ସଭାରେ ପରିବେଶ ସୁରକ୍ଷା, ବୃକ୍ଷରୋପଣ ଏବଂ ସ୍ୱଚ୍ଛ ପରିବେଶ ଗଠନ ଉପରେ ବିସ୍ତୃତ ଆଲୋଚନା କରାଯାଇଥିଲା ।ପରିବେଶର ସନ୍ତୁଳନ ରକ୍ଷା ପାଇଁ ଅଧିକ ରୁ ଅଧିକ ବୃକ୍ଷରୋପଣ କରିବାକୁ ସମସ୍ତଙ୍କୁ ଆହ୍ୱାନ ଦିଆଯାଇଥିଲା । ଗ୍ରାମସଭାର ମୂଖ୍ଯ ଉଦ୍ଦେଶ୍ଯ ଓ ଫଳାଫଳ ମଧ୍ଯରେ ସ୍ୱଚ୍ଛ ଭାରତ ମିଶନ(ଗ୍ରାମୀଣ)ସହ ସମନ୍ୱୟ, "ସ୍ଥାନୀୟ ସ୍ତରରେ ସ୍ଥାୟୀ ବିକାଶ ର କାର୍ଯ୍ଯାନ୍ୱୟନ, "ସ୍ୱଚ୍ଛ ଓ ସବୁଜ ଗ୍ରାମ "ଧାରଣା କୁ ପ୍ରୋତ୍ସାହନ ଏବଂ " ସ୍ୱଚ୍ଛ ଗାଁ,ସୁରକ୍ଷିତ ଜଳବାୟୁ" ଅଭିଯାନ ସହ ଏକୀକରଣ ଉଲ୍ଲେଖନୀୟ ଥିଲା ।ଏହା ସହିତ ସରକାରଙ୍କ ବିଭିନ୍ନ ଜନକଲ୍ଯାଣ ମୂଳକ ଯୋଜନା ସମ୍ପର୍କରେ ମଧ୍ୟ ଆଲୋଚନା କରାଯାଇଥିଲା ।ଏହି ସଭାରେ ଏଡିଇଓ ପୁଷ୍ପାଞ୍ଜଳୀ ଭୁଏ, ନାଏବ-ସରପଞ୍ଚ ତେଜରାଜ ପଟେଲ, ଜିଆରଏସ ନିମାଇଁ ଚରଣ ନାଏକ, ସିଆରପିମାନେ, ୱାର୍ଡ ସଭ୍ୟ ସଭ୍ୟାମାନେ, ସ୍ୱୟଂସହାୟକ ଗୋଷ୍ଠୀର ମହିଳା ସଦସ୍ୟାମାନେ ଏବଂ ପିଅନ ଯୁଧିଷ୍ଠିର ସା ଉପସ୍ଥିତ ଥିଲେ । ଗ୍ରାମସଭାକୁ କାର୍ଯ୍ଯନିର୍ବାହୀ ଅଧିକାରୀ ଦୁଷ୍ମନ୍ତ ପୂଝାରୀ ପରିଚାଳନା କରିଥିବାବେଳେ ୱାର୍ଡ ସଭ୍ଯ ଅନିଲ କୁମାର ସରାଫ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।