CDA ସେକ୍ଟର-୧୧ ବ୍ୟାରିକେଡ଼କୁ ନେଇ ବଢ଼ୁଛି ଅସନ୍ତୋଷ, ଜନ ଆକ୍ରୋଶ ସଭାରେ ଗର୍ଜିଲେ ବାସିନ୍ଦା
କଟକ, ୧୦/୦୬ ( କାହୁଁ ଚରଣ ବାରିକ ) : କଟକ ସି ଡି ଏ ସେକ୍ଟର ୧୧ ଅଞ୍ଚଳରେ ଲାଗିଥିବା ବ୍ୟାରିକେଡ଼ ଯୋଗୁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ସ୍ଥାନୀୟ ବାସିନ୍ଦା ମାନେ। ଏମିତିକି ବଡ ଆମ୍ବୁଲାନ୍ସ ଠାରୁ ଆରମ୍ଭ କରି ଫାୟାର ଗାଡ଼ି ଯିବା ଆସିବା ରେ ଅସୁବିଧା ହେଉଛି। ଯାହାକୁ ବିରୋଧ କରି କଟକ ସି ଡି ଏ ସେକ୍ଟର ୮ ଶିବ ମନ୍ଦିରରେ ସି ଡି ଏ ସେକ୍ଟର ୮,୯, ୧୦ ଓ ୧୧ ର ବୁଦ୍ଧିଜୀବୀ ମାନେ ଏକତ୍ରିତ ହେବା ସହ ଆଗକୁ କିଭଳି ଲୋକଙ୍କ ହିତ ପାଇଁ ଉକ୍ତ ବ୍ୟାରିକେଟ୍ ହଟା ଯିବ ସେଥିପାଇଁ ଜନ ଆକ୍ରୋଶ ସଭା ଆୟୋଜନ କରିଥିଲେ। ଆଗାମୀ ଦିନରେ ଏହି ବ୍ୟାରିକେଟ୍ ହଟାଇବା ପାଇଁ ପ୍ରତିବାଦ ତୀବ୍ର ହେବ ବୋଲି କହିଥିଲେ ଅଞ୍ଚଳ ବାସି।