Hot Posts

6/recent/ticker-posts

ରେବନଦୀ କୂଳରେ ମିଳିଥିବା ଆଜଣା ମହିଳାଙ୍କ ହତ୍ୟାକାଣ୍ଡ ଉନ୍ମୋଦନ।

ତିହିଡି, ୦୨/୦୬ ( ନବଦୂତ ) : ତିହିଡି ଥାନା ଅନ୍ତର୍ଗତ ବୋଡ଼କ ପଞ୍ଚାୟତ ଓରାଳି କାସିଂପୁର ରେବନଦୀ କୂଳରେ ତିନି ଦିନ ତଳେ ନଦୀକୂଳରେ ମିଳିଥିବା ଅଜଣା ମହିଳା ଙ୍କ ହତ୍ୟାକାଣ୍ଡ ଉନ୍ମୋଦନ।ସୂଚନା ମୁତାବିକ-ହତ୍ୟାକାଣ୍ଡ ର ଘଟଣା ସ୍ଥଳ ଧାମନଗର ବ୍ଲକ କଟସାଇ ପଂଚାୟତ ସହିଦ ନଗର ନିକଟ ପଥରଡିହ ଗ୍ରାମ ମୁଦୁଲି ସାଇ ର ହତ୍ୟାକାଣ୍ଡ ର ମୁଖ୍ୟ ଆସାମୀ ପ୍ରଫୁଲ ବେହେରା ନିଜ ପତ୍ନୀଙ୍କୁ ମଧ୍ୟ ରାତ୍ରୀ ରେ ମୃତ କବିତା ବେହେରା ନିଘୋଡ଼ ନିଦ୍ରାରେ ସୋଇଥିବା ବେଳେ ସ୍ୱାମୀ ପ୍ରଫୁଲ ସୁଯୋଗ ନେଇ ଏକ ଘରେ ବ୍ୟବହାର କରୁଥିବା ଲୁହା ହେମଦସ୍ତା ବାଡ଼ିରେ ନିଜ ସ୍ତ୍ରୀ କୁ ଅଧିକ କ୍ରୋଧାନିତ ହୋଇ ମୁଣ୍ଡକୁ ବାରମ୍ବାର ପିଟିପିଟି ଶେଷରେ ହତ୍ୟା କରିଥିଲେ,କାଳେ ବଞ୍ଚିଥିବ ଭାବି ଶେଷରେ କବିତା ଙ୍କ ତଣ୍ଟି କୁ ଜୋରରେ ଚିପି ହତ୍ୟା କରିଥିବା ର ସମସ୍ତ ବିବରଣୀ ସହ ଵ୍ୟଵହାର କରିଥିବା ଲୁହା ହେମଦସ୍ତା ବାଡିକୁ ପୋଲିସ କୁ ଦେଖାଇ ଥିଲା, ଶେଷରେ ନିଜ ସ୍ତ୍ରୀ ହତ୍ୟାକାଣ୍ଡ କୁ ଲୁଚାଇବା ପାଇଁ ମୃତପତ୍ନୀଙ୍କ ରକ୍ତ ଜୁଡୁବୁଡୁ ମୃତ ଶରୀରକୁ କବିତାପିନ୍ଧିଥିବା ଶାଢ଼ୀ ଓ ପ୍ଲାଷ୍ଟିକଜରି ରେ ବାନ୍ଧି ନିଜ ବଡ଼ ଭାଇକୁ ସାଙ୍ଗରେ ନେଇ ନିଜ ବାଇକ ରେ ମଧ୍ୟ ରାତ୍ରୀ ରେ ବୋଡ଼କ ପଞ୍ଚାୟତ ସ୍ଥିତ ରେବନଦୀରେ ମୃତଦେହକୁ ବଡ଼ଭାଇ ଓ ନିଜେ ଦୁଇଜଣ ମିଶି ଫିଙ୍ଗି ଦେଇଥିଲେ, ଶବ ନଦୀଜଳରେ ଭାସି କୁଆଡେ ଚାଲିଯିବ ବୋଲି ଭାବିଥିଲେ।ଶେଷରେ ନିଯେ ପ୍ରଫୁଲ ବେହେରା ପୋଲିସ ଆଗରେନିଜ ପତ୍ନୀ ର ହତ୍ୟାକାଣ୍ଡ ର ସମସ୍ତ ବିବରଣୀ କହି ଥିବାର ସୂଚନା ମିଳିଛି।