Hot Posts

6/recent/ticker-posts

ଯୁବ ଲେଖକଙ୍କ ନିଆରା ପ୍ରୟାସ

ରାୟଗଡ଼ା, ୦୧/୦୬ ( ଭି. ଗୌରି ଶଙ୍କର ରାଓ ) : କଳା, ସାହିତ୍ୟ ଓ ସଂସ୍କୃତି ଇତ୍ୟାଦି ମଣିଷକୁ ମଣିଷ ସାଥିରେ ଯୋଡ଼େ, ପୁରୁଣା ପିଢ଼ି ସହ ନୂଆ ପିଢ଼ିକୁ ଯୋଡ଼ି ସମାଜକୁ ଆଗକୁ ବଢ଼ିବାରେ ଇନ୍ଧନ ଯୋଗାଏ । ସାହିତ୍ୟର ଏଇ ଯଥାର୍ଥ ଭାବଧାରାକୁ ସାର୍ଥକ ପ୍ରତିପାଦନ କରିବା ଲାଗି କିଛି ସମାଜ ଓ ସାହିତ୍ୟ ପ୍ରେମୀ ଅଣ୍ଟା ଭିଡ଼ିଥିବା ଦେଖିବାକୁ ମିଳିଛି । ଗ୍ରୀଷ୍ମ ଛୁଟିରେ ଭିନ୍ନ ଭିନ୍ନ ସ୍ଥାନ ପରିଭ୍ରମଣ ଅପେକ୍ଷା ଆଖପାଖର ବରିଷ୍ଠ ବୁଦ୍ଧିଜୀବି ସମାଜସେବୀଙ୍କୁ ଭେଟିବା ଏମାନେ ଶ୍ରେୟସ୍କର ମନେ କରିଛନ୍ତି ।  ରାୟଗଡ଼ ସହରର ଏଇ ଯୁବ ଲେଖକ ଲେଖିକାମାନେ ଗତ ସାତ ଦିନ ଧରି ପ୍ରତି ସନ୍ଧ୍ୟାରେ ଜଣେ ଜଣେ ପ୍ରବୀଣ ସାହିତ୍ୟିକ, ସମାଜ ଶାସ୍ତ୍ରୀଙ୍କୁ ଭେଟି ମନ ଖୋଲା ଆଲୋଚନା କରି ଫେରୁଛନ୍ତି । ଏଇ କ୍ରମରେ ସେମାନେ ବରିଷ୍ଠ ସାହିତ୍ୟିକ ଶ୍ରୀ ସତ୍ୟ ନାରାୟଣ ଗନ୍ତାୟତ, ଅବସର ପ୍ରାପ୍ତ ପ୍ରାଧ୍ୟାପକ ଡ଼ ଦୁଷ୍ମନ୍ତ କୁମାର ମହାନ୍ତି, ପ୍ରାଧ୍ୟାପିକା ଡ଼ କୃଷ୍ଣପ୍ରିୟା ସାହାଣୀ, ବରିଷ୍ଠ କବୟିତ୍ରୀ ତଥା ସମାଜସେବୀ ସୁଶ୍ରୀ ମଞ୍ଜୁଶ୍ରୀ ମୁଖାର୍ଜୀ, ବିଶିଷ୍ଟ କବି ସମ୍ପାଦକ ସଙ୍ଗଠକ ଶ୍ରୀ ସୁଶାନ୍ତ କୁମାର ନାୟକ, କବି ଶ୍ରୀ ଦେବେନ୍ଦ୍ର କୁମାର ବାଉରୀ, ବହି ମଣିଷ ଶ୍ରୀମାନ୍ ହୃଷିକେଶ ରଥଙ୍କ ସହ ଆଲୋଚନା କରିଛନ୍ତି । ଦୀର୍ଘ ସାତ ଦିନ ଧରି ଚାଲିଥିବା ଆସ ଭେଟିବା ଅନୁଭବୀଙ୍କୁ ଶୀର୍ଷକ ଏଇ କାର୍ଯ୍ୟକ୍ରମର ଆଜି ଉଦଯାପନୀ ସମାରୋହ ସ୍ଥାନୀୟ ସାବିତ୍ରୀ ପାଠାଗାରରେ ଅନୁଷ୍ଠିତ ହୋଇ ଯାଇଛି । ଵିଶିଷ୍ଟ କବି ଦିବଙ୍ଗତ ଡମ୍ବରୁଧର ପଟ୍ଟନାୟକଙ୍କ ବାସଭବନରେ ଏଇ କାର୍ଯ୍ୟକ୍ରମରେ ନୀଳମଣି ପାଟ୍ଟଯୋଶୀ,ଶ୍ରୀଧର ପଟ୍ଟନାୟକ, ବିମଳ ଚାନ୍ଦ ପଟ୍ଟନାୟକ, କଲ୍ୟାଣୀ ସାସମଲ, ମାନସ ସାହୁ, ମହାଶ୍ୱେତା ପାଣିଗ୍ରାହୀ, ସସ୍ମିତା ଆଚାର୍ଯ୍ୟ, ଅରୁଣ କୁମାର ପାଣିଗ୍ରାହୀ, ତ୍ରିବେଣୀ ମିଶ୍ର, ସୁବାସ ବେହେରା ନିଜ ନିଜ ଅନୁଭୁତି ପ୍ରକାଶ କରିଛନ୍ତି । ଦ୍ୱିତୀୟ ଅଧିବେଶନରେ ସୀମାନ୍ତ ଦିହୁଡି ଶ୍ରୀ ଡମ୍ବରୁଧର ପଟ୍ଟନାୟକଙ୍କ ସାହିତ୍ୟ ସାଧନା ସମ୍ବନ୍ଧୀୟ ଆଲୋଚନା କରାଯାଇଥିଲା । ପ୍ରାରମ୍ଭରେ କବି କନ୍ୟା ପୂରବୀ ପଟ୍ଟନାୟକ ଡମ୍ବରୁଧରଙ୍କ ରଚିତ ଜଗନ୍ନାଥ ଭଜନ ପରିବେଷଣ କରିଥିଲେ । ଶେଷରେ ଶ୍ରୀଧର ପଟ୍ଟନାୟକ ଉପସ୍ଥିତ ସମସ୍ତ ସାହିତ୍ୟ ପ୍ରେମୀ ତଥା କବି ପତ୍ନୀ ଶ୍ରୀମତୀ ସୁପ୍ରଭା ପଟ୍ଟନାୟକଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ ।