Hot Posts

6/recent/ticker-posts

ଅଗ୍ନିକାଣ୍ଡରେ ଉଜୁଡ଼ିଗଲା ସଂସାର, 5 ଲକ୍ଷରୁ ଅଧିକ କ୍ଷତି

ରାୟଗଡା, ୧୧/୦୬ ( ଭି. ଗୌରି ଶଙ୍କର ରାଓ ) : ରାୟଗଡା ଜିଲ୍ଲାର ଟିକରାପଡା ଗାଁରେ ସର୍ଟ ସର୍କିଟ୍‌ ଯୋଗୁଁ ଘଟିଛି ଭୟାବହ ଅଗ୍ନିକାଣ୍ଡ। ଏହି ଅଗ୍ନିକାଣ୍ଡରେ ଏକ ଦୁଇ କୋଠରୀ ବିଶିଷ୍ଟ ଘର ସମ୍ପୂର୍ଣ୍ଣ ଜଳି ପାଉଁଶ ହୋଇଯାଇଥିବା ବେଳେ ପ୍ରାୟ 5 ଲକ୍ଷ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଥିବା ଜଣାପଡ଼ିଛି। ଟିକରାପଡା ଗାଁର ସନ୍ୟାସୀ କଦାରକାଙ୍କ ପୁଅ ଦୁ କଦାରକାଙ୍କ ଘରରେ ହଠାତ୍ ସର୍ଟ ସର୍କିଟ୍‌ ହେବାରୁ ନିଆଁ ଲାଗିଥିଲା। ଦେଖିଦେଖି ନିଆଁ ସମଗ୍ର ଘରକୁ ବ୍ୟାପିଯାଇ ଦୁଇ କୋଠରୀ ବିଶିଷ୍ଟ ଘରଟିକୁ ସମ୍ପୂର୍ଣ୍ଣ ଗ୍ରାସ କରିଥିଲା। ଅଗ୍ନିକାଣ୍ଡରେ ଘର ଭିତରେ ଥିବା ଆସବାବପତ୍ର, ପୋଷାକ, ରୋଷେଇ ସାମଗ୍ରୀ ସମେତ ଅନ୍ୟାନ୍ୟ ମୂଲ୍ୟବାନ ଜିନିଷପତ୍ର ପୋଡ଼ି ନଷ୍ଟ ହୋଇଯାଇଛି। ଘଟଣା ଜାଣିବା ପରେ ଗ୍ରାମବାସୀମାନେ ଏକତ୍ରିତ ହୋଇ ନିଆଁକୁ ଆୟତ୍ତ କରିବାକୁ ଉଦ୍ୟମ କରିଥିଲେ। ତେବେ ସେତେବେଳକୁ ଘରଟି ସମ୍ପୂର୍ଣ୍ଣ ଭାବେ ଜଳି ନଷ୍ଟ ହୋଇସାରିଥିଲା। ପ୍ରାଥମିକ ଆକଳନ ଅନୁସାରେ ପ୍ରାୟ 5ଲକ୍ଷ ଟଙ୍କାର ସମ୍ପତ୍ତି କ୍ଷୟକ୍ଷତି ଘଟିଥିବା ଜଣାପଡ଼ିଛି। ଅଗ୍ନିକାଣ୍ଡ ପରେ ପୀଡ଼ିତ ପରିବାର ସର୍ବସ୍ୱ ହରାଇ ଦୁଃଖରେ ଭାଙ୍ଗିପଡ଼ିଥିବା ବେଳେ ସରକାରୀ ସହାୟତା ଓ କ୍ଷତିପୂରଣ ପ୍ରଦାନ ପାଇଁ ଦାବି କରିଛନ୍ତି। କ୍ଷଣିକ ଅସାବଧାନତା କିମ୍ବା ବିଦ୍ୟୁତ ତ୍ରୁଟି କିପରି ଗୋଟିଏ ପରିବାରର ସର୍ବସ୍ୱକୁ ଛାରଖାର କରିଦେଇପାରେ, ଟିକରାପଡାର ଏହି ଅଗ୍ନିକାଣ୍ଡ ତାହାର ଏକ ଜ୍ୱଳନ୍ତ ଉଦାହରଣ।