Hot Posts

6/recent/ticker-posts

ରାୟଗଡ଼ାରେ NSF ଷ୍ଟେଟ୍ ପାୱରଲିଫ୍ଟିଙ୍ଗ ଆସୋସିଏସନ୍ ରାଜ୍ୟ କମିଟି ବୈଠକ, ନୂତନ କାର୍ଯ୍ୟକର୍ତ୍ତା ଚୟନ

ରାୟଗଡ଼ା, ୧୭/୦୫ ( ଭି. ଗୌରି ଶଙ୍କର ରାଓ ) : NSF State ପବେର୍ଲିଫଟିଙ୍ଗ ଆଶ୍ସୋସିଏସନ ପକ୍ଷରୁ ରାଜ୍ୟ କମିଟି ବୈଠକ ରାୟଗଡ଼ା ଜିଲ୍ଲାରେ ଆୟୋଜିତ ହୋଇଥିଲା। ଏହି ବୈଠକରେ ରାଜ୍ୟର ବିଭିନ୍ନ ୧୨ଟି ଜିଲ୍ଲାର ପ୍ରତିନିଧି ଓ ସଦସ୍ୟମାନେ ଯୋଗଦେଇ ସଂଗଠନର ଆଗାମୀ କାର୍ଯ୍ୟପଦ୍ଧତି ଓ ପାୱରଲିଫ୍ଟିଙ୍ଗ ଖେଳର ବିକାଶ ନେଇ ଆଲୋଚନା କରିଥିଲେ। ବୈଠକରେ ନୂତନ ରାଜ୍ୟ କମିଟି ଗଠନ କରାଯାଇଥିଲା। ଏହାଅନୁଯାୟୀ ରମେଶ ଚନ୍ଦ୍ର ବିଡିକାଙ୍କୁ ପବେର୍ଲିଫଟିଙ୍ଗ ଚିଫ ଡବିସେର NSF ଓଡିଶା ଭାବେ ଚୟନ କରାଯାଇଥିବା ବେଳେ ମୋନୋ ରଞ୍ଜନ ସତପତିଙ୍କୁ ମିଡିଆ ଆଡଭାଇଜର ଭାବେ ଦାୟିତ୍ୱ ଦିଆଯାଇଛି। ସୁଦାମ ସାହୁ ସଭାପତି, ଦୋରା କଣ୍ଡାଗରୀ ସଂପାଦକ, ପ୍ରଭାକର ସେଠି ଓ ଅତ୍ୟତରାଣା ପ୍ରଧାନ ଉପସଭାପତି ଭାବେ ଚୟନ ହୋଇଛନ୍ତି। ସେହିପରି କାର୍ତ୍ତିକେଶ୍ୱର ଜେନା ଓ କାଡଗାଲା ଶ୍ରୀନୁଙ୍କୁ ଟ୍ୱେଚଁଇଚାଲ ଡିରେକଟର , ଡା. ରବୀନ୍ଦ୍ର ମହାରଙ୍କୁ କାର୍ଯ୍ୟକାରୀ ସଂପାଦକ ଓ ସତୀଶ ଏନୁମୁଲାଙ୍କୁ ଏସଏଛୁଟିବେ ବୋଡି ମେମ୍ବର ଭାବେ ଚୟନ କରାଯାଇଛି।