Hot Posts

6/recent/ticker-posts

ମୁଁ ସମାଜ ପାଇଁ କଣ କରିପାରିବି - ଏ ଚେତନା ସମାଜରେ ପରିବର୍ତନ ଆଣିବ l ଜିଲ୍ଲା ଭୁଲିଆ ସମାଜ ବାର୍ଷିକ ସମାବେଶ

ସିନାପାଲି, ୧୮/୦୫ ( ପରମେଶ୍ୱର ମେହେର ) : ନୂଆପଡ଼ା ଜିଲ୍ଲା ମେହେର(ଭୁଲିଆ) ସମାଜର ୪୪ତମ ଜିଲ୍ଲା ସ୍ତରୀୟ ବାର୍ଷିକ ସମାବେଶ ବରଗାଁ ଠାରେ ଅନୁଷ୍ଠିତ ହୋଇଛି l ବରଗାଁ ଗ୍ରାମ୍ଯ କମିଟି ଆନୁକୂଲ୍ଯରେ ଜିଲ୍ଲାର ବିଭିନ୍ନ ଗ୍ରାମ୍ଯ ସମାଜର କର୍ମକର୍ତ୍ତା ଓ ସଦସ୍ଯଙ୍କୁ ନେଇ ଆୟୋଜିତ ଏହି ସମାବେଶରେ ନୂଆପଡ଼ା ଜିଲ୍ଲା ସଭାପତି ବୈଶମ୍ପାୟନ ମେହେର ଅଧ୍ଯକ୍ଷତା କରିଥିଲେ l ପ୍ରାରମ୍ଭରେ ପ୍ରଭୁ ଜଗନ୍ନାଥ ଓ କବି ଗଙ୍ଗାଧରଙ୍କ ଫଟୋଚିତ୍ରରେ ମାଲ୍ଯାର୍ପଣ କରି ସମାବେଶର ଉଦଘାଟନ ପରେ ସ୍ଥାନୀୟ ମହିଳା ମଣ୍ଡଳ ପ୍ରାରମ୍ଭିକ ସଂଗୀତ ଗାନ କରିଥିଲେ ା କାର୍ଯ୍ଯକ୍ରମରେ ସମାଜ ଉପଦେଷ୍ଟା ରାହାସ ବିହାରୀ ମେହେର, ରାଜ୍ଯ ସଂପାଦକ ନବୀନଚଂଦ୍ର ମେହେର, ରାଜ୍ଯ ଯୁବା ଉପଦେଷ୍ଟା ବୈଷ୍ଣବ ମେହେର, ଜିଲ୍ଲା ଉପସଭାପତି ତ୍ରିଲୋଚନ ମେହେର, ରତ୍ନାକର ମେହେର, ସଚ୍ଚିଦାନନ୍ଦ ମେହେର, ଜିଲ୍ଲା ସାଧାରଣ ସଂପାଦକ ସୁରେଶ୍ୱର ମେହେର, ସଂପାଦକ ରୂପେଶ ଚଂଦ୍ର ମେହେର, ଝର ମେହେର, ରାମେଶ୍ୱର ମେହେର, ଜିଲ୍ଲା ଯୁବ ସଂଯୋଜକ ହିରାଧର ମେହେର, ଜିଲ୍ଳା ଯୁବ ସମ୍ପାଦକ ଗୁପ୍ତେଶ୍ୱର ମେହେର, ବରଗାଁ ସଭାପତି ଜଗବନ୍ଧୁ ମେହେର, ସମ୍ପାଦକ ଜୟାନନ୍ଦ ମେହେର ପ୍ରମୁଖ ମଂଚାସିନ ଥିଲେ l ପ୍ରତିଟି ବ୍ଯକ୍ତି ସମାଜ ପ୍ରତି ଥିବା ଦାୟିତ୍ୱକୁ ହୃଦୟଙ୍ଗମ କରିଵା ଆବଶ୍ୟକ l ଏଥିସହ ମୁଁ ସମାଜ ପାଇଁ କଣ କରିପାରିବିର ଚେତନାଟିଏ ନିଜ ଭିତରେ ଜାଗ୍ରତ କରିପାରିଲେ ସମାଜରେ ପରିବର୍ତନ ଆସିଵା ସହ ନିଶ୍ଚିତ ବିକାଶ ହେବ ବୋଲି ସଭାରେ ମତ ପ୍ରକାଶ ପାଇଥିଲା ା ପ୍ରଣୟ କିଶୋର ମେହେର ଅତିଥିଙ୍କୁ ମଂଚକୁ ସ୍ୱାଗତ କରିଥିବା ବେଳେ ଜଗବନ୍ଧୁ ମେହେର ସ୍ୱାଗତ ବକ୍ତବ୍ଯ ଦେଇଥିଲେ ା ଏହି ଅବସରରେ ସମାଜସେବୀ ସ୍ବର୍ଗତ ଲଳିତ ମେହେର ଙ୍କ ସହ ସମାଜସେବୀ ଯୋଗେଶ୍ୱର ମେହେର, ଶିକ୍ଷକ ହୃଦାନନ୍ଦ ମେହେରଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା l ସେହିଭଳି ମାଟ୍ରିକ ପରୀକ୍ଷାରେ ସର୍ବୋଚ୍ଚ ନମ୍ଭର ରଖିଥିବା ଅସିତ କୁମାର ମେହେର, ଝରଣା ମେହେର, ପୁନମ ମେହେର ଓ ପିୟୂଷ ମେହେରଙ୍କୁ ସମ୍ମାନିତ କରାଯାଇଥିଲା ା ମାନପତ୍ର ଗୁଡ଼ିକୁ ପ୍ରଦୀପ ମେହେର, ପୀତବାସ ମେହେର, ବିଭୁତି ମେହେର, ସଞ୍ଜୁକ୍ତା ମେହେର, ଗୁପ୍ତେଶ୍ୱର ମେହେର, କୁଳଦୀପ ମେହେର, କ୍ଷିତି କୁମାର ମେହେର ପଠନ କରିଥିଲେ ା ସମାଜର ବିଭିନ୍ନ ସଂସ୍କାରମୂଳକ ଆଲୋଚନାରେ ବିଭିନ୍ନ ଗ୍ରାମ୍ଯ କମିଟିର କର୍ମକର୍ତ୍ତା ଅଂଶ ଗ୍ରହଣ କରି ନିଜ ମତ ରଖିଥିଲେ ା ଆଜିର ବୈଠକରେ ବ୍ୟକ୍ତିଗତ କାରଣରୁ ବୈଶାମ୍ପାୟନ ମେହେର ନିଜ ଦାୟିତ୍ୱରୁ ଅବ୍ୟାହତି ନେଇଥିବା ବେଳେ ଆଗାମୀ ନିର୍ବାଚନୀ ସଭା ଯାଏଁ ରତ୍ନାକର ମେହେରଙ୍କୁ ଅସ୍ଥାୟୀ ଜିଲ୍ଳା ସଭାପତି ଭାବେ ସମାଜ ତରଫରୁ ମନୋନୀତ କରାଯାଇଥିଲା l ସଭା ପୂର୍ବରୁ ଏକ ବିରାଟ ଶୋଭାଯାତ୍ରା ମାଧ୍ୟମରେ ଗାଁ ପରିକ୍ରମା ଆକର୍ଷଣୀୟ ଥିଲା l ସମାବେଶର ସଫଳ ଆୟୋଜନରେ ବରଗାଁ ଗ୍ରାମ୍ଯ କମିଟିର ସମସ୍ତ ସଦସ୍ଯଙ୍କ ସମେତ ଗ୍ରାମ୍ୟ ଯୁଵାମଞ୍ଚ, ମହିଳା ମଣ୍ଡଳ, ଗ୍ରାମବାସୀ ସହଯୋଗ କରିଥିଲେ ା ଶେଷରେ ସଚ୍ଚିଦାନନ୍ଦ ମେହେର ଧନ୍ଯବାଦ ଦେଇଥିଲେ l