ଗୋଲାମୁଣ୍ଡା ବ୍ଲକ ଚହକା ପଞ୍ଚାୟତରେ 'ବିନ୍ଦୁମିନା ସେବା ଫାଉଣ୍ଡେସନ' ପକ୍ଷରୁ ସହାୟତା ବଣ୍ଟନ: ୫୫୯ ଜଣଙ୍କୁ ମିଳିଲା ଛତା ଓ ଚପଲ l
ଗୋଲାମୁଣ୍ଡା, ୧୩/୦୫ ( ବିଷ୍ଣୁ ଚରଣ ସ୍ୱାଇଁ ) : କଳାହାଣ୍ଡି ଜିଲ୍ଳା ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ଚହକା ଗ୍ରାମ ପଞ୍ଚାୟତରେ ଆଜି ଏକ ମହତ ସେବା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। "ବିନ୍ଦୁମିନା ସେବା ଫାଉଣ୍ଡେସନ" ପକ୍ଷରୁ ପଞ୍ଚାୟତର ପ୍ରାୟ ୫୫୯ ଜଣ ଅସହାୟ, ଗରିବ ବୃଦ୍ଧବୃଦ୍ଧା, ବିଧବା ଏବଂ ଦିବ୍ୟାଙ୍ଗ ଭାଇଭଉଣୀମାନଙ୍କୁ ସହାୟତା ସ୍ୱରୂପ ଛତା ଓ ଚପଲ ବଣ୍ଟନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ଫାଉଣ୍ଡେସନର ଅଧ୍ୟକ୍ଷ ତଥା ଗୋଲାମୁଣ୍ଡା ବ୍ଲକ ଅଧ୍ୟକ୍ଷ ବିନ୍ଦୁ ମହାନନ୍ଦ ମୁଖ୍ୟ ଅତିଥି ଭାବେ ଯୋଗଦେଇ ନିଜ ହାତରେ ହିତାଧିକାରୀମାନଙ୍କୁ ଏହି ସାମଗ୍ରୀ ପ୍ରଦାନ କରିଥିଲେ। ପ୍ରଖର ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଗରିବ ଲୋକଙ୍କୁ ସାମାନ୍ୟ ସହାୟତା ଯୋଗାଇଦେବା ଏହି ଅଭିଯାନର ମୁଖ୍ୟ ଉଦ୍ଦେଶ୍ୟ ବୋଲି ସେ ପ୍ରକାଶ କରିଛନ୍ତି। ଏହି ସେବା କାର୍ଯ୍ୟରେ ଅଧ୍ୟକ୍ଷଙ୍କ ସମେତ ଜୟ କୃଷ୍ଣ ସାହୁ, ଭକ୍ତି ବାଗ, ମନୋଜ ଅଗ୍ରୱାଲ, ବିଶି କେଶନ ଜୋତିଶ, ବସନ୍ତ ଚଲାନ, ପ୍ରିୟଙ୍କା ସାହୁ, ଦନାର ବାଗ, ଦୁରୁଦକ୍ଷ ପୁଟେଲ, ଜୟସେନ ସାହୁ, ସୁଦର୍ଶନ ବେଶ୍ରା, ଆକାଶ ଜଗତ, କିରଣ ରାଉତ, ଗଜିନ୍ଦ୍ର ବିହାରୀ, ଭଗବାନ ସୁନାନୀ, ସୁଧୀର ବିଶ୍ୱାଳ, ଦେବ ସୁନାନୀ, ପଙ୍କଜ ମହାନନ୍ଦ, ବିଶ୍ୱଜିତ ସେନାପତି ଏବଂ ତ୍ରିଲୋଚନ ନାଏକ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ। ଫାଉଣ୍ଡେସନର ଏହି ଜନହିତକର କାର୍ଯ୍ୟକୁ ଅଞ୍ଚଳବାସୀ ଉଚ୍ଚ ପ୍ରଶଂସା କରିଥିବା ବେଳେ, ଆଗାମୀ ଦିନରେ ଏଭଳି ସମାଜସେବା ଜାରି ରହିବ ବୋଲି ବ୍ଲକ ଅଧ୍ୟକ୍ଷ ବିନ୍ଦୁ ମହାନନ୍ଦ ସୂଚନା ଦେଇଛନ୍ତି।