Hot Posts

6/recent/ticker-posts

ପେଟ୍ରୋଲ ଓ ଡିଜେଲ କଳାବଜାରି , ଗ୍ରାହକ ହନ୍ତସନ୍ତ।

ଯାଜପୁର, ୧୬/୦୫ (ନିରୋଜ କୁମାର ସେଠୀ) : ଆଜକୁ କିଛି ଦିନ ହେଲା କୁଆଖିଆ ,ବରୁଆ,ବ୍ରହ୍ମବରଦା ନାଳକୁଳ,ଠାରେ ଥିବା , ପେଟ୍ରୋଲ ଓ ଡିଜେଲ ର ଗୁରୁତର ଅଭାବ ସହିତ ଅହେତୁକ ମୂଲ୍ୟ ବୃଦ୍ଧି ପାଇ ଥିବାରୁ ଗ୍ରାହକ ମାନ ଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଛି ।ଏହା ଉପରେ ଜିଲ୍ଲା ପାଳ ମାନେ ନଜର ରଖିବା ସହିତ ବ୍ଲକ ଅଞ୍ଚଳରେ ୪ ଗୋଟି ପେଟ୍ରୋଲ ଟାଙ୍କି ଓ ଗ୍ରାମାଞ୍ଚଳରେ ୬ ଟି ଟାଙ୍କି ଥିବାବେଳେ ସେଥିରୁ ଦୁଇଟି ଟାଙ୍କି ପ୍ରାୟତଃ ଅଧିକାଂଶ ସମୟରେ ବନ୍ଦ ରହୁଥିବା ଦେଖିବାକୁ ମିଳୁଛି l ବହୁ ସମୟରେ ବରୁଆ ଟାଙ୍କିବନ୍ଦ ରହୁଛି l ତେଲ ଥିଲେ ବାଇକ ପାଇଁ ୧୦୦ ଓ କାର ପାଇଁ ୫00 ଟଙ୍କାର ପେଟ୍ରୋଲ ଦେବାର ସୀମିତ ରଖାଯାଇଛି। ପେଟ୍ରୋଲ ପମ୍ପ ନିକଟରେ ଲମ୍ବା ଲାଇନ ଲାଗିଥିବା ବେଳେ ବରିଷ୍ଠ ବ୍ୟକ୍ତି ମାନେ ଲାଇନରେ ଜଗି ଅଣ ନିଶ୍ୱାସୀ ହୋଇ ପଡୁଛନ୍ତି। ସେହିପରି ଗଜିପାଢି ଆଗରେ ଥିବା ପେଟ୍ରୋଲ ପମ୍ପ ଦିନେ ଛାଡି ଦିନେ ପେଟ୍ରୋଲ ଦେଉଛନ୍ତି l ଆଠ ପାଖ ପେଟ୍ରୋଲ ରେ ପମ୍ପ ରେ ପ୍ରବଳ ଭିଡ଼ ଲାଗି ରହୁଛି l ଏଭଳି ଅବସ୍ଥା ସୃଷ୍ଟି ହେଲେ ଗମନାଗମନ ପ୍ରଭାବିତ ହେବାର ଦେଖାଦେବ ଓ ଜନସାଧାରଣ ନାହିଁ ନଥିବାର ଅବସ୍ଥାର ସମ୍ମୁଖୀନ ହେଉଛନ୍ତି।