Hot Posts

6/recent/ticker-posts

ଓଏସସି ପରୀକ୍ଷାରେ ୧୦୬ତମ ସ୍ଥାନ ହାସଲ କରି ଧର୍ମଶାଳାର ଗୌରବ ବଢ଼ାଇଲେ ବିଶ୍ୱଜିତ ରାଉତ

ଯାଜପୁର, ୩୦/୦୫ (ନିରୋଜ କୁମାର ସେଠୀ) : ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ଅନ୍ତର୍ଗତ କୁମାରୀ ଗ୍ରାମ ପଞ୍ଚାୟତର ନିରଞ୍ଜନ ରାଉତ ଙ୍କର ସୁପୁତ୍ର ବିଶ୍ଵଜିତ ରାଉତ ଓଏସ ପରୀକ୍ଷାରେ ୧୦୬ ସ୍ଥାନ ଅଧିକାର କରି ଧର୍ମ ଶାଳା ପାଇଁ ଗର୍ବ ଓ ଗୈାରବ ଆଣି ଦେଇଛନ୍ତି।ଖବର ପାଇବା ପରେ ସମାଜ ସେବୀ ମିନତୀ ସାହୁ,ଯୁବ ସଙ୍ଗଠକ ରାଜେଶ କୁମାର ପାଳ,ବରିଷ୍ଠ ସଙ୍ଗଠକ ପ୍ରଦୀପ ପରିଡ଼ା ଓ ଦେବ ରାଜ ମିଶ୍ର ଯୋଗ ଦାନ କରୀ ବିଶ୍ଵଜିତ ରାଉତ ଙ୍କୁ ସମ୍ବର୍ଦ୍ଧନା କରିଥିଲେ।ତାଙ୍କର ଉଜ୍ବଳ ଭବିଷ୍ୟତ କାମନା କରିଥିଲେ। ବିଶ୍ଵଜିତ ଙ୍କ ଘରକୁ ଶୁଭେଚ୍ଛା ର ସୁଅ ସୁଟି ବାରେ ଲାଗିଛି।