Hot Posts

6/recent/ticker-posts

ଶକ୍ତିକେନ୍ଦ୍ର ସ୍ତରୀୟ ସାଙ୍ଗଠନିକ ବୈଠକ

କର୍ଲାମୁଣ୍ଡା, ୨୫/୫ (ସୁଶାନ୍ତ ରଣା) : କର୍ଲାମୁଣ୍ଡା ବ୍ଲକ ଗଜବାହାଲ ଶକ୍ତିକେନ୍ଦ୍ର ସ୍ତରୀୟ ସାଙ୍ଗଠନିକ ବୈଠକ ସ୍ଥାନୀୟ ସୁବିଧା କେନ୍ଦ୍ର ଠାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ କର୍ଲାମୁଣ୍ଡା ଅଞ୍ଚଳର ବରିଷ୍ଠ ଭାଜପା ନେତା ଦୟାନିଧି ସାହୁ, ଅରୁଣ ସେଠ, ଗଜବାହାଲ ଶକ୍ତିକେନ୍ଦ୍ର ପ୍ରଭାରୀ ସୂର୍ଯ୍ୟମଣି ଘିଭେଲା, ପୂର୍ବତନ ସାଂସଦ ପ୍ରତିନିଧି ରାଜେନ୍ଦ୍ର ନାରାୟଣ ମିଶ୍ର, ସରପଞ୍ଚ ଅରବିନ୍ଦ ଗହୀର, ସାଧାରଣ ସମ୍ପାଦକ ଗୁଣନିଧି ସାହୁ, ପୂର୍ବତନ ସାଧାରଣ ସମ୍ପାଦକ ଲିଙ୍ଗରାଜ ସାହୁ, ପୂର୍ବତନ ଏସ୍.ସି ମୋର୍ଚ୍ଚା ସଭାପତି ସୁଧିର ତାଣ୍ଡି, ଗଜବାହାଲ ବୁଥ୍ ସଭାପତି ବାହାନ ସାହୁ, ପିତାମ୍ବର ମାଟାଲି, ରବିନାରାୟଣ ସାହୁ, ଭୁବନ ଭୋଇ, ସନ୍ତୋଷ ସାହୁଙ୍କ ସମେତ ବିଏଲଏ, ବିଏଲଏ-୨ ଲାଭାର୍ଥୀ ପ୍ରମୁଖ କାର୍ଯ୍ୟକର୍ତ୍ତା ଉପସ୍ଥିତ ରହିଥିଲେ ।