ଆସନ୍ତା ୧୩ରୁ ଆରମ୍ଭ ହେବ ୧୭ତମ ସାତସାହି କଟକ ନୃତ୍ୟଉତ୍ସବ
କଟକ, ୧୧/୦୫ ( କାହୁଁ ଚରଣ ବାରିକ ) : ପ୍ରତିବର୍ଷ ଭଳି ଚଳିତ ବର୍ଷ ଆସନ୍ତା 13 ରୁ ଆରମ୍ଭ ହେଉଛି 17 ତମ ସାତସାହି କଟକ ନୃତ୍ୟଉତ୍ସବ । ବାଲିଯାତ୍ରା ତଳ ପଡିଆରେ ଆୟୋଜିତ ଏହି ଉତ୍ସବରେ ପଶ୍ଚିମବଙ୍ଗ, ମହାରାଷ୍ଟ୍ର, ମଣିପୁର, ଆସାମ, ଛତିଶଗଡ, ପଞ୍ଜାବ ଭଳି ବିଭିନ୍ନ ପ୍ରାନ୍ତରୁ ଦେଢ଼ ଶହରୁ ଉର୍ଦ୍ଧ୍ୱ କଳାକାର ସେମାନଙ୍କର ଅନୁଷ୍ଠାନ ସହ ନୃତ୍ୟ ବିଚିତ୍ରା ପରିବେଷଣ କରିବେ । ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ନୃତ୍ୟ ଉତ୍ସବ ଅନ୍ତିମ ସନ୍ଧ୍ୟାରେ କର୍କଟ, ମଧୁମେହ, ଥାଲ୍ଲାସେମିଆ ରୋଗରେ ପୀଡିତ ଥିବା ରୋଗୀ ଏବଂ ଭିନ୍ନକ୍ଷମ ଏବଂ ଅନାଥ ଶିଶୁ ମାନଙ୍କ ଉଦ୍ଦେଶ୍ୟରେ ଅନୁଷ୍ଠାନ ପକ୍ଷରୁ ମେଳାରୁ ଆୟ ଅର୍ଥ ପ୍ରଦାନ କରାଯିବ । ପ୍ରତ୍ୟକ ଦିନ ସନ୍ଧ୍ୟାରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ମାନ ପରିବେଷଣ କରାଯିବ। ସେହିପରି ମେଳାରେ ଦୁଇ ଶହରୁ ଉର୍ଦ୍ଧ୍ୱ ଷ୍ଟଲ ଲଗାଯିବ । ଏଥିରେ ବିଭିନ୍ନ ପ୍ରକାର ଘରୋଇ ଉପକରଣ ସାମଗ୍ରୀ ସହ ଦୋଳି, ମିନାବଜାର ଏବଂ କଟକ ପ୍ରସିଦ୍ଧ ଦହିବରା, ଆଳୁଦମ, ଫାଷ୍ଟ ଫୁଡ ସହ ବିଭିନ୍ନ ପ୍ରକାର ସୁସ୍ୱାଦୁ ଖାଇବା ଷ୍ଟଲ ମଧ୍ୟ ଲଗାଯିବ । ପ୍ରତ୍ୟେକ ଦିନ ସନ୍ଧ୍ୟାରେ ଉପସ୍ଥିତ ଦର୍ଶକଙ୍କୁ 6 ଗୋଟି ପ୍ରଶ୍ନ ପଚରାଯିବ ଏବଂ ସଠିକ ଉତ୍ତରଦାତା ଙ୍କୁ ମରକୁରା ଗ୍ରୁପ ଅଫ ଇଣ୍ଡଷ୍ଟ୍ରି ପକ୍ଷରୁ ଆକର୍ଷଣୀୟ ପୁରସ୍କାର ପ୍ରଦାନ କରାଯିବ ବୋଲି ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସାତସାହି ନୃତ୍ୟ ଉତ୍ସବ ପରିଚାଳନା କମିଟି ଅଧ୍ୟକ୍ଷ ସୁବାଷ ସିଂ ସୂଚନା ଦେଇଛନ୍ତି । ଅନ୍ୟମାନଙ୍କ ମଧ୍ୟରେ କାର୍ଯ୍ୟକାରୀ ସଭାପତି ଦୁର୍ଗା ଚରଣ ଦାଶ, ଉପଦେଷ୍ଟା ପଦ୍ମଲୋଚନ ମିଶ୍ର, ଦ୍ୱିପୟନ ପଟ୍ଟନାୟକ, ସାଧାରଣ ସମ୍ପାଦକ ଦିପେଶ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।