Hot Posts

6/recent/ticker-posts

ଅକ୍ଷମ ସାର୍ଟିଫିକେଟ୍‌ରେ ଅନିୟମିତତା ଅଭିଯୋଗ, ନବୀକରଣ ସମୟରେ ପ୍ରତିଶତ ପରିବର୍ତ୍ତନ, ପୁନଃ ଯାଞ୍ଚ ପାଇଁ ଜିଲ୍ଲାପାଳ ଙ୍କ ଠାରେ ଦାବି l

ବାଲେଶ୍ୱର , ୧୨/୫ ( ପ୍ରଭାକର ମଲ୍ଲିକ ) : ବାଲେଶ୍ୱର ଜିଲ୍ଲାର ବାଲିଆପାଳ ବ୍ଲକର ଜଣେ ଶାରୀରିକ ଅକ୍ଷମ ବ୍ୟକ୍ତିଙ୍କ Disability Certificate ସମ୍ପର୍କରେ ଗୁରୁତର ଅନିୟମିତତା ଅଭିଯୋଗ ଆସିଛି। ଅଭିଯୋଗକାରୀଙ୍କ ଦାବି ଅନୁସାରେ, ପୂର୍ବରୁ ଜାରି ହୋଇଥିବା ସର୍ଟିଫିକେଟ୍‌ରେ ଉଲ୍ଲେଖ ଥିବା ଅସକ୍ଷମତାର ପ୍ରତିଶତକୁ ପରବର୍ତ୍ତୀ ନବୀକରଣ ସମୟରେ ଅନୁଚିତ ଭାବେ କମ୍ କରାଯାଇଛି। ଏହି ପରିବର୍ତ୍ତନ ଫଳରେ ସେ ବିଭିନ୍ନ ସରକାରୀ ସୁବିଧା ଓ ଯୋଜନାରୁ ବଞ୍ଚିତ ହେଉଥିବାରୁ ଗଭୀର ଅସନ୍ତୋଷ ପ୍ରକାଶ କରିଛନ୍ତି। ସେହିପରି Handicapped Certificate ରେ ଦର୍ଶାଯାଇଥିବା Physical Status ମଧ୍ୟ ବାସ୍ତବ ସ୍ଥିତି ସହ ସମ୍ମତ ନୁହେଁ ବୋଲି ସେ ଅଭିଯୋଗ କରିଛନ୍ତି। ଏନେଇ ସେ ଜିଲ୍ଲାପାଳ ଙ୍କ ଠାରେ ଲିଖିତ ଅଭିଯୋଗ କରି ସାର୍ଟିଫିକେଟ୍‌ର ପୁନଃ ଯାଞ୍ଚ କରି ସଠିକ୍ ପ୍ରତିଶତ ଓ ସ୍ଥିତି ସହିତ ନୂତନ ସାର୍ଟିଫିକେଟ୍ ଜାରି କରିବାକୁ ଦାବି ଜଣାଇଛନ୍ତି। ଯଦି ଏହି ଅଭିଯୋଗର ଶୀଘ୍ର ସମାଧାନ ହେଉନାହିଁ, ତେବେ ମାମଲାଟିକୁ ଉଚ୍ଚ କର୍ତ୍ତୃପକ୍ଷଙ୍କ ନଜରକୁ ନେବେ ବୋଲି ସେ ସତର୍କ କରିଛନ୍ତି। ଏହି ଘଟଣା ନେଇ ସ୍ଥାନୀୟ ମହଲରେ ଚର୍ଚ୍ଚା ଜୋର ଧରିଥିବା ବେଳେ, ପ୍ରଶାସନ ପକ୍ଷରୁ ତ୍ୱରିତ ପଦକ୍ଷେପ ନେବାକୁ ସାଧାରଣ ଲୋକଙ୍କ ଦାବି କରିଛନ୍ତି। ତେବେ ବାଲିଆପାଳ ବ୍ଲକ ବୋଳଂ ପଞ୍ଚାୟତର ସୃଷ୍ଟିଧର ମଲ୍ଲିକ ଯିଏକି ଜଣେ ଦିବ୍ୟାଙ୍ଗ ହୋଇଥିବା ବେଳେ, ଦିବ୍ୟାଙ୍ଗ ଭତ୍ତା ପାଇଥାନ୍ତି। ତେବେ ତାଙ୍କର ଦୁଇଟି ଗୋଡ ଅଚଳ ହୋଇଥିବା ବେଳେ,୮୦ ପ୍ରତିଶତରୁ ଅଧିକ ଦିବ୍ୟାଙ୍ଗ ସାର୍ଟିଫିକେଟ ପାଇବାକୁ ଯୋଗ୍ୟ ଥିବାବେଳେ,ତାଙ୍କୁ ୫୫ ପ୍ରତିଶତ ଦିବ୍ୟାଙ୍ଗ ସାର୍ଟିଫିକେଟ ଦିଆଯାଇଛି। ତେବେ ସେ ୮୦ ପ୍ରତିଶତ ଦିବ୍ୟାଙ୍ଗ ଥାଇ ୩୫୦୦ ଟଙ୍କାର ଭତ୍ତା ପାଇବାର ହକଦାର ଅଟନ୍ତି। ତେବେ ଏକ ଡାକ୍ତରୀ ଟିମ୍ ଦ୍ବାରା ତାଙ୍କ ଦିବ୍ୟାଙ୍ଗତାର ଫିଜିକାଲ୍ ଯାଞ୍ଚ ପାଇଁ ଜିଲ୍ଲାପାଳ ଙ୍କ ଠାରେ ଲିଖିତ ଅଭିଯୋଗ କରିଛନ୍ତି। ତାଙ୍କୁ ବେଟେରୀ ଚାଳିତ ଯାନ ଦେବାକୁ ମଧ୍ୟ ଦାବି କରିଛନ୍ତି। ତେବେ ଦେଖିବାକୁ ବାକି ରହିଲା ଖବର ପ୍ରସାରଣ ପରେ ଜଣେ ଅସିପ୍ରତିଶତ ଦିବ୍ୟାଙ୍ଗ ଙ୍କୁ କେବେ ମିଳୁଛି ନ୍ୟାୟ l